Odisha sports: ଓଡ଼ିଶା କ୍ରୀଡ଼ାରେ ଅଜବ ଗତି: ନିଜ ଖେଳାଳିଙ୍କ ଗୋଡ଼ ଟାଣୁଛନ୍ତି ସରକାର

2 weeks ago 10
ARTICLE AD BOX

ଭୁବନେଶ୍ବର: ଓଡ଼ିଶାରେ କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ପାଇଁ ରାଜ୍ୟ ସରକାର ଭାରି ଯତ୍ନଶୀଳ ବୋଲି ଡିଣ୍ଡିମ ପିଟୁଛନ୍ତି। ଖେଳାଳିମାନଙ୍କୁ ସମସ୍ତ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦେଉଥିବା କୁହାଯାଉଛି। ପୁରସ୍କାର ବି ଅଜାଡ଼ି ଦେଉଛନ୍ତି ବୋଲି ବାହାସ୍ଫୋଟ ମାରୁଛନ୍ତି। କିନ୍ତୁ ସମଗ୍ର ଭାବେ ଦେଖିଲେ ଦୂରଦୃଷ୍ଟିର ଅଭାବ କାରଣରୁ ଅନେକ ସମୟରେ ସରକାର ଅତ୍ୟନ୍ତ ଦାୟିତ୍ବହୀନ ବୋଲି ପ୍ରମାଣିତ କରି ଚାଲିଛନ୍ତି। ଏବେ‌ ଗୋଟିଏ ପ୍ରସଙ୍ଗ ବିବାଦର ସୂତ୍ରପାତ କରିଛି ଏବଂ ବିଦ୍ରୋହ କାରଣରୁ ମାମଲା ବି ଅଦାଲତରେ ପହଞ୍ଚିଯାଇଛି। ପ୍ରସଙ୍ଗଟି  ବଡ଼ ବ୍ୟତିକ୍ରମ ଓ ବିଡ଼ମ୍ବନାର ବିଷୟ। କଥାଟି ହେଉଛି ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଯେଉଁ ଖେଳଗୁଡ଼ିକୁ ଅନୁମୋଦନ ଦେଇଛି, ସେତିକି ଭିତରେ ପାତରଅନ୍ତର, ପକ୍ଷପାତ ଓ ଅଣଦେଖାର ଏକାଧିକ ଉଦାହରଣ ଛାଡ଼ିଛି। ନୂଆ ସରକାର କ୍ଷମତାକୁ ଆସିବା ପରଠାରୁ ଓଡ଼ିଶାର ନିଜସ୍ବ ଅନୁମୋଦିତ ଏକାଧିକ ଖେଳ ଶୃଙ୍ଖଳାକୁ  ଅସନ୍ତୋଷ ଗୁଞ୍ଜରିତ ହୋଇଚାଲିଛି।

Ju Jitsu-championship: ଦଶମ ଏସିଆନ୍‌ ଜୁ ଜିତଷୁ ପ୍ରତିଯୋଗିତାରେ ଅନୁପମାଙ୍କ ସଫଳତା

ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏ ପର୍ଯ୍ୟନ୍ତ ମୋଟ ୪୩ଟି ଖେଳକୁ ଅନୁମୋଦନ ପ୍ରଦାନ କରିଛନ୍ତି। ସେମାନଙ୍କୁ ବିଭିନ୍ନ ସୁବିଧା, ନିଯୁକ୍ତି, ଅନୁଦାନ ପ୍ରଦାନ ଲାଗି ବିନାଯୁକ୍ତିରେ ଏ, ବି, ସି, ଡି ଶ୍ରେଣୀଭୁକ୍ତ କରାଯାଇଛି। ବର୍ଷ ବର୍ଷ ଧରି ଏହାର ପୁନଃସମୀକ୍ଷା କରାଯାଉନାହିଁ। ମୁଖ୍ୟ କଥାଟି ହେଉଛି ସରକାର ନିଜ ଅନୁମୋଦିତ ୪୩ଟି ଖେଳରୁ ଏବେ ଅଧା ଡଜନରୁ ଅଧିକ ଖେଳକୁ ଅପ୍ରତ୍ୟାଶିତ ଭାବେ ଅଣଦେଖା କରିଛନ୍ତି। ରାଜନୈତିକ ଆଭିମୁଖ୍ୟ ରଖି ଯୁକ୍ତି ବଢ଼ାଯାଉଛି ଯେ, ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଯେଉଁ ଖେଳକୁ ଅନୁମୋଦନ ଦେଇଥିବେ ସେହି ଖେଳଗୁଡ଼ିକୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଅନୁସରଣ କରିବ ଏବଂ ତଦନୁଯାୟୀ ସୁବିଧା ସୁଯୋଗ ପ୍ରଦାନ କରାଯିବ। ଏହି କାରଣରୁ  ଓଡ଼ିଶାରେ ଏବେ କରାଟେ, ଶକ୍ତିଉତ୍ତୋଳନ, ଟାଏକୋଣ୍ଡୋ, ବଡ଼ି ବିଲ୍‌ଡିଂ, ହ୍ୟାଣ୍ଡ୍‌ବଲ ଓ କ୍ରିକେଟ୍‌ ଖେଳାଳିମାନେ ସାବତପୁଅ ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି।

Horoscope 2026 July 21: ଜାଣନ୍ତୁ ଆଜିର ରାଶିଫଳ...

ଏହି ଖେଳରେ ଯେତେ ଜାତୀୟ ଓ ଅନ୍ତର୍ଜାତୀୟ ସଫଳତା ପାଇଲେ ବି ସେମାନଙ୍କୁ ଆଉ ନିଯୁକ୍ତି ମିଳୁନି, ପ୍ରମୋସନ ମିଳୁନାହିଁ, ପାଠପଢ଼ା ନାମଲେଖାରେ ୱେଟେଜ୍‌ ମିଳୁନାହିଁ, ଖେଳାଳି ପରିଚୟ ପତ୍ର, ପ୍ରୋତ୍ସାହନ ରାଶି, ଜାତୀୟ ଓ ଅନ୍ତର୍ଜାତୀୟ ଅଂଶଗ୍ରହଣ ଖର୍ଚ୍ଚ ପ୍ରଦାନ ଆଦି ହକ୍‌ରୁ ବଞ୍ଚିତ ରଖାଯାଉଛି। ଖେଳାଳିଙ୍କ ଏଭଳି ଅଭିଯୋଗକୁ ନେଇ ୯ଟି ଖେଳର ରାଜ୍ୟ ସଂଘ କର୍ମକର୍ତାମାନେ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ଓ ଅଧିକାରୀଙ୍କୁ ଯେତେ ବୁଝାଇଲେ ମଧ୍ୟ କିଛି ସୁଫଳ ମିଳୁନାହିଁ। ଫଳରେ କିଛି ସଂଘ ଅଦାଲତର ବି ଦ୍ବାରସ୍ଥ ହୋଇଛନ୍ତି। ନିଜ ଅନୁମୋଦିତ ଖେଳକୁ ଅବହେଳା କରିବା ଭଳି ଅଜବ ପରିସ୍ଥିତି ସୃଷ୍ଟି କରିଛନ୍ତି। ଫଳରେ ଏସବୁ ଖେଳର ସଫଳ ଖେଳାଳିମାନେ ନୂଆ ନିଯୁକ୍ତି ତ ପାଉ ନାହାନ୍ତି, ୧୦ ବର୍ଷ ଧରି ନିଯୁକ୍ତି ପରେ ବି ପ୍ରମୋସନ ନପାଇ ମନସ୍ତାପରେ ରହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.