Odisha's export: ଓଡ଼ିଶାର ସାମଗ୍ରୀ ରପ୍ତାନି ସମ୍ଭାବନା: ୨୦୩୦ ସୁଦ୍ଧା ୧.୪୨ ଲକ୍ଷ କୋଟି

2 days ago 1
ARTICLE AD BOX

ଭୁବନେଶ୍ବର: ଆସନ୍ତା ୨୦୩୦ ସୁଦ୍ଧା ରାଜ୍ୟର ସାମଗ୍ରୀ ରପ୍ତାନି ୧,୪୨,୩୦୨ କୋଟି ଟଙ୍କା (୧୪.୯ ବିଲିଅନ ଡଲାର)‌ରେ ପହଞ୍ଚିବା ସମ୍ଭାବନା ରହିଛି। ଏକ ଉଚ୍ଚ ଆଶା ସ୍ଥିତିରେ ରପ୍ତାନି ୨୪.୪ ବିଲିଅନ ଡଲାର ଓ ମହତ୍ବାକାଂକ୍ଷା ସ୍ଥିତିରେ ୫୦ ବିଲିଅନ ଡଲାର ହୋଇପାରିବ ବୋଲି ଇଣ୍ଡିଆ ଏକ୍‌ଜିମ୍‌ ବ୍ୟାଙ୍କର ‘ଦି ଓଡ଼ିଶା ଅପର୍ଚୁନିଟି: ଏ ଟ୍ରେଡ୍‌ ଆଣ୍ଡ୍‌ ଇନଭେଷ୍ଟ‌ମେଣ୍ଟ ରୋଡ୍‌ମ୍ୟାପ୍‌’ ରିପୋର୍ଟରେ ଆକଳନ କରାଯାଇଛି। ଦେଶର ମୋଟ୍‌ ରପ୍ତାନି ପ୍ରତି ଓଡ଼ିଶାର ଅବଦାନ ଏବେ ମାତ୍ର ୨.୪ ପ୍ରତିଶତ ରହିଛି ଯାହା ୨୦୩୦ ସୁଦ୍ଧା ୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଓଡ଼ିଶା ହେଉଛି ଦେଶର ୧୧ତମ ବୃହତ୍‌ ରପ୍ତାନି ବଜାର ବୋଲି ରିପୋର୍ଟରେ କୁହାଯାଇଛି। ରପ୍ତାନି ବଢ଼ାଇବା ପାଇଁ ସୁନ୍ଦରଗଡ଼, କଳାହାଣ୍ଡି, ଖୋର୍ଦ୍ଧା, ବାଲେଶ୍ବର ଓ ରାୟଗଡ଼ା ଉପରେ ବିଶେଷ ଧ୍ୟାନ ଦେବାକୁ ରିପୋର୍ଟରେ କୁହାଯାଇଛି।

Wheat Export: ରପ୍ତାନି ଉପରେ ୪ ବର୍ଷର କଟକଣା ଥିଲାଚଳିତ ବର୍ଷ ରପ୍ତାନି ପାଇଁ ଅନୁମତି

ସାମଗ୍ରୀଗୁଡ଼ିକ ମଧ୍ୟରେ ପିପିଲି ଚାନ୍ଦୁଆ, ସମ୍ବଲପୁରୀ ଶାଢ଼ି ଓ କପଡ଼ା, କଟକର ରୁପା ତାରକସି, କନ୍ଧମାଳ ହଳଦୀ, କୋରାପୁଟର କଳାଜିରା ଚାଉଳ ଓ ଡଙ୍ଗରିଆ କନ୍ଧଙ୍କ ଏମ୍ବ୍ରୋଡୋରି ଶାଲ୍‌ର ରପ୍ତାନି ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ। କୋରାପୁଟ-ରାୟଗଡ଼ା-କନ୍ଧମାଳକୁ ନେଇ ଖାଦ୍ୟ ପ୍ରକ୍ରିୟାକରଣ କ୍ଲଷ୍ଟର; ପାରାଦୀପ-ଧାମରା-ଗୋପାଳପୁରକୁ ନେଇ ରସାୟନ ଓ ସ୍ପେସାଲିଟି କେମିକାଲ୍‌ କ୍ଲଷ୍ଟର; ଅନୁଗୁଳ-ଝାରସୁଗୁଡ଼ା-କଳିଙ୍ଗନଗରକୁ ନେଇ ଆନୁଷଙ୍ଗିକ ଧାତବ କ୍ଲଷ୍ଟର ଏବଂ ପାରାଦୀପ-ଧାମରା-ଢେଙ୍କାନାଳକୁ ନେଇ ସବୁଜ ଶକ୍ତି ଉପକରଣ କ୍ଲଷ୍ଟର୍‌ ବିକାଶ କରିବାକୁ ରିପୋର୍ଟରେ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

Oil export: ଯୁଦ୍ଧ ସତ୍ତ୍ବେ ଇରାନ୍ ଲକ୍ଷ ଲକ୍ଷ ବ୍ୟାରେଲ୍ ତୈଳ ରପ୍ତାନି କରୁଛି, ପ୍ରାୟ ୯୦ ଜାହାଜ ହର୍ମୁଜ୍ ପ୍ରଣାଳୀ ଅତିକ୍ରମ କରିଛନ୍ତି

ଓଡ଼ିଶାର ମୋଟ୍‌ ରପ୍ତାନି ପ୍ରତି ଝାରସୁଗୁଡ଼ା ଜିଲ୍ଲାର ଅବଦାନ ସର୍ବାଧିକ ୩୪.୬% ରହିଛି। ରାଜ୍ୟର ପ୍ରମୁଖ ୧୦ଟି ଜିଲ୍ଲାର ରପ୍ତାନି ପ୍ରତି ଅବଦାନ ୮୯.୮ ପ୍ରତିଶତ ରହିଛି। ରାଜ୍ୟରୁ ରପ୍ତାନି ହେଉଥିବା ଜିନିଷରେ ଆଲୁମିନିୟମର ଅବଦାନ ୩୮.୨ ପ୍ରତିଶତ, ଲୁହା ଓ ଇସ୍ପାତର ୧୯.୮ ପ୍ରତିଶତ, ପ୍ରକ୍ରିୟାକୃତ ମିନେରାଲ୍‌ର ୧୨.୮ ପ୍ରତିଶତ, ଲୁହାପଥରର ୧୧.୧ ପ୍ରତିଶତ, ପେଟ୍ରୋଲିୟମ୍‌ ଉତ୍ପାଦର ୬.୮ ପ୍ରତିଶତ ଓ ସାମୁଦ୍ରିକ ଉତ୍ପାଦର ଅବଦାନ ୫.୯ ପ୍ରତିଶତ ରହିଥିବା ରିପୋର୍ଟରୁ ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ବରରେ ଏକ ଆଞ୍ଚଳିକ କାର୍ଯ୍ୟାଳୟ ଖୋଲିବାକୁ ଇଣ୍ଡିଆ ଏକ୍‌ଜିମ୍‌ ବ୍ୟାଙ୍କ ଘୋଷଣା କରିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.