Odisha market: ଓଡ଼ିଶା ବଜାର ମହଙ୍ଗା: ୫.୫% ଡେଇଁଲା ମୁଦ୍ରାସ୍ଫୀତି, ଜାତୀୟ ହାରଠୁ ଅଧିକ

2 days ago 2
ARTICLE AD BOX

ଭୁବନେଶ୍ବର(ପ୍ରଭାତ ପଟ୍ଟନାୟକ): ଓଡ଼ିଶା ଦେଶର ଅନ୍ୟତମ ମହଙ୍ଗା ବଜାରରେ ପରିଣତ ହୋଇଛି। ଦରଦାମ୍‌ରେ ଲଗାତାର ବୃଦ୍ଧି ପରିପ୍ରେକ୍ଷୀରେ ଖୁଚୁରା ମୁଦ୍ରାସ୍ଫୀତି ଉପରମୁହାଁ ରହି ଅଗଷ୍ଟ ମାସରେ ୫.୫ ପ୍ରତିଶତ ଛୁଇଁଛି। ଏହା ଦେଶର ୪.୨୮% ମୁଦ୍ରାସ୍ଫୀତି ତୁଳନାରେ ୧.୨୪% ଅଧିକ। ତେଲେଙ୍ଗାନା (୬.୨୭%), ତାମିଲନାଡୁ (୫.୯୨%), ମଧ୍ୟପ୍ରଦେଶ (୫.୫୫%), ଆନ୍ଧ୍ରପ୍ରଦେଶ (୫.୫୩%) ପଛକୁ ଓଡ଼ିଶା ଦେଶର ପଞ୍ଚମ ମହଙ୍ଗା ବଜାର ହେବାର ଅଲୋଡ଼ା ରେକର୍ଡ କରିଛି। ହାରାହାରି ଭାବେ ଦେଶର ଗ୍ରାହକମାନଙ୍କ ତୁଳନାରେ ଓଡ଼ିଶାର ଗ୍ରାହକମାନେ ବିଭିନ୍ନ ଜିନିଷକୁ ଅଧିକ ଦାମ୍‌ ଦେଇ କିଣୁଛନ୍ତି। ଗତ ଜୁଲାଇରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ୪.୮୩ %ରହିଥିଲା। ସେହି ତୁଳନାରେ ଅଗଷ୍ଟରେ ସେଥିରେ ୦.୬୯%ବୃଦ୍ଧି ହୋଇଛି। ୨୦୨୬ ଜାନୁଆରି ପରଠାରୁ ରାଜ୍ୟର ମୁଦ୍ରାସ୍ଫୀତିରେ ୨.୫୭% ବୃଦ୍ଧି ହୋଇସାରିଲାଣି ଯାହା ଦେଶରେ ସର୍ବାଧିକ। ଗତ ଜାନୁଆରିରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ୨.୯୫% ରହିଥିଲା। କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁସାରେ, ଅଗଷ୍ଟ ମାସରେ ରାଜ୍ୟର ଗ୍ରାମୀଣ ମୁଦ୍ରାସ୍ଫୀତି ୫.୯୦% ଓ ସହରାଞ୍ଚଳରେ ୪.୪୭% ରହିଛି। ଗତ ଜୁଲାଇରେ ଏହି ହାର ଯଥାକ୍ରମେ ୫.୧୨% ଓ ୪.୦୨%ଥିଲା। ଦେଶର ବିଭିନ୍ନ ଗ୍ରାମାଞ୍ଚଳ ତୁଳନାରେ ଓଡ଼ିଶାର ଗ୍ରାମୀଣ ଖାଉଟିଙ୍କ ଉପରେ ଦରଦାମ୍‌ର ଚାପ ଅନ୍ୟତମ ସର୍ବାଧିକ ରହିଛି। ବଡ଼ ରାଜ୍ୟଗୁଡ଼ିକ ମଧ୍ୟରେ ତେଲେଙ୍ଗାନା (୬.୭୯%) ଓ ତାମିଲନାଡ଼ୁ (୬.୧୦%) ପଛକୁ ଓଡ଼ିଶାର ଗ୍ରାମୀଣ ଖୁଚୁରା ମୁଦ୍ରାସ୍ଫୀତି ତୃତୀୟ ସର୍ବାଧିକ (୫.୯୦%) ରହିଛି।

Supremecourt: ହିନ୍ଦୀରେ ‘ଜନ ସୂଚନା ସେବା’ ଆରମ୍ଭ କରିବେ ସୁପ୍ରିମ୍‌କୋର୍ଟ

ଗ୍ରାମାଞ୍ଚଳରେ ଦରଦାମ୍‌ ଚାପ ଅଧିକ

ମୁଦ୍ରାସ୍ଫୀତିକୁ ୪% ମଧ୍ୟରେ ରଖିବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କକୁ କେନ୍ଦ୍ର ସରକାର କହିଛନ୍ତି। କିନ୍ତୁ ଚିନି, ପନିପରିବା, ପିଆଜ ଆଦିର ଦରବୃଦ୍ଧି ପରେ ଖୁଚୁରା ମୁଦ୍ରାସ୍ଫୀତି ହାର ସେହି ଧାର୍ଯ୍ୟ ସୀମା ଡେଇଁଯାଇଛି। ଗତ ମାସରେ ରାଜ୍ୟରେ ଚିନି ଦର ଅଳ୍ପ ଦିନ ଭିତରେ କେଜି ପିଛା ୪୨ ଟଙ୍କାରୁ ବଢ଼ି ୭୫ ଟଙ୍କା ହୋଇଯାଇଥିଲା। କେନ୍ଦ୍ର ସରକାର ଷ୍ଟକ୍‌ ସୀମା ଧାଯ୍ୟ କରିବା ଏବଂ ୧ ନିୟୁତ ଟନ୍‌ ଚିନି ଶୁଳ୍କମୁକ୍ତ ଆମଦାନି ପାଇଁ ପଦକ୍ଷେପ ନେବାରୁ ଚିନି ଦରରେ ସାମାନ୍ୟ ହ୍ରାସ ଘଟିଥିଲା। କିନ୍ତୁ ଏବେବି ତାହାର ଖୁଚୁରା ଦର ଗତ କିଛି ମାସ ପୂର୍ବର ସ୍ବାଭାବିକ ଦରଠାରୁ ଯଥେଷ୍ଟ ଅଧିକ ରହିିିଛି। ସେହିପରି ପିଆଜ କେଜି ୬୦ ଟଙ୍କା ହୋଇଯାଇଛି ଯାହା ତଳକୁ ଖସିବାର ନାଁ ଥରୁନାହିଁ। ଅଗଷ୍ଟ ମାସରୁ ଆରମ୍ଭ ହୋଇଥିବା ଏହି ଦୁଇ ସାମଗ୍ରୀର ଦର ସେପ୍ଟେମ୍ବରରେ ମଧ୍ୟ ତଳକୁ ନ ଖସିବା ଚିନ୍ତାର କାରଣ ହୋଇଛି। ତେଣୁ ସେପ୍ଟେମ୍ବରରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ଆହୁରି ଉଚ୍ଚା ହେବା ଆଶଙ୍କା ରହିଛି। ତେବେ ଅଗଷ୍ଟ ମାସରେ ରୁପା ଗହଙ୍ଗା, ଅଦା, ପିଆଜ, ରସୁଣ, ସୁନା, ହୀରା ଓ ପ୍ଲାଟିନମ୍‌ ଗହଣାର ଦାମ୍‌ ଅଧିକ ବଢ଼ିଥିଲା। ସେହିପରି ଟମାଟୋ, ଆଳୁ, କାର୍‌ ଓ ଜିପ୍‌, ଭେଣ୍ଡି, କୁନ୍ଦୁରୁ ଦରରେ ସର୍ବାଧିକ ହ୍ରାସ ଘଟିଥିଲା। 

EPFO: ଇପିଏଫ୍‌ଓର ହ୍ବାଟ୍‌ସଆପ୍‌ ଚ୍ୟାନେଲ୍‌ ଆରମ୍ଭ: ହାତପାଆନ୍ତାରେ ମିଳିବ ସୂଚନା

ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ଉଚ୍ଚା ରହିବାର କାରଣ ସମ୍ପର୍କରେ ଅଜିମ ପ୍ରେମ୍‌ଜୀ ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର ଡ. ପ୍ରଭାସ ମିଶ୍ର କୁହନ୍ତି, ଲଗାଣ ବର୍ଷା କାରଣରୁ ରାଜ୍ୟରେ ହୋଇଥିବା ବନ୍ୟା ଦରଦାମ୍‌ ବୃଦ୍ଧି ପାଇଁ ଅନେକାଂଶରେ ଦାୟୀ। ବନ୍ୟା ଦ୍ବାରା ସହରାଞ୍ଚଳ ‌ଯୋଗାଣ ଶୃଙ୍ଖଳ ପ୍ରଭାବିତ ହୁଏନି। କିନ୍ତୁ ଗ୍ରାମାଞ୍ଚଳରେ ତାହାର ପ୍ରଭାବ ଦୀର୍ଘଦିନ ପର୍ଯ୍ୟନ୍ତ ରହିଥାଏ। ସେଥିପାଇଁ ଅଗଷ୍ଟ ମାସରେ ରାଜ୍ୟର ଗ୍ରାମୀଣ ମୁଦ୍ରାସ୍ଫୀତି ହାର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଯଥେଷ୍ଟ ଅଧିକ ରହିଛି। ଚିନି ଓ ପିଆଜ ଦରରେ ହୋଇଥିବା ବୃଦ୍ଧି ମଧ୍ୟ ଦରଦାମ୍‌ ଚାପକୁ ଆହୁରି ବଢ଼ାଇଥିଲା ବୋଲି ସେ କହିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.