Odisha CM in UAE ଆବୁଧାବିରେ ଆଇବିପିଜି ସହ ମୁଖ୍ୟମନ୍ତ୍ରୀଙ୍କ ଗୋଲଟେବୁଲ୍ ବୈଠକ

1 week ago 7
ARTICLE AD BOX

ଆବୁଧାବି/ଭୁବନେଶ୍ୱର:  ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ର ଅଂଶ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି (ବୁଧବାର) ଆବୁଧାବି ଠାରେ ଇଣ୍ଡିଆନ୍ ବିଜନେସ୍ ଆଣ୍ଡ ପ୍ରଫେସନାଲ୍ ଗ୍ରୁପ୍ (IBPG) ସହ ଏକ ଗୋଲଟେବୁଲ୍ ବୈଠକରେ ଯୋଗଦେଇଛନ୍ତି।

abudhabi CM mohan Majhi1


ଏହି ବୈଠକରେ, ଓଡ଼ିଶା ଓ ୟୁଏଇ ମଧ୍ୟରେ ବାଣିଜ୍ୟ, ରପ୍ତାନି ଓ ବ୍ୟବସାୟିକ ସହଯୋଗ ବୃଦ୍ଧି ଉପରେ ଆଲୋଚନା ହୋଇଥିଲା। ହଳଦୀ, ଅଦା, ସାମୁଦ୍ରିକ ଖାଦ୍ୟ, ଖାଦ୍ୟ ପ୍ରକ୍ରିୟାକରଣ ଓ ପ୍ରମୁଖ ୟୁଏଇ ବ୍ରାଣ୍ଡ ପାଇଁ ଠିକା ଉତ୍ପାଦନ (କଣ୍ଟ୍ରାକ୍ଟ ମ୍ୟାନୁଫାକ୍ଚରିଂ) ଏବଂ ଦକ୍ଷ ମାନବ ସମ୍ବଳ ନିମନ୍ତେ ସୁଯୋଗ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।

UAE Investors: ଓଡ଼ିଶା ସରକାରଙ୍କ ୟୁଏଇ ନିବେଶ ଅଭିଯାନ: ଏକାଧିକ ଉଚ୍ଚସ୍ତରୀୟ ଆଲୋଚନା ଓ ବୈଠକ ଅନୁଷ୍ଠିତ ହେବ

ଏହି ଆଲୋଚନାରେ, IBPG ସଭାପତି ରାଜୀବ ଶାହାଙ୍କ ସମେତ ରୁଚି, ଫାର୍ମ ବି, ବି ୱାନ , ଓରି କ୍ଲିନ୍ ଭଳି ଓଡ଼ିଶାଭିତ୍ତିକ କମ୍ପାନୀର ପ୍ରତିନିଧି ଯୋଗଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.