Odia Film: କେବେ ଆସିବ ‘ଆଶିକ୍ ଦିୱାନା’

5 days ago 7
ARTICLE AD BOX

ଭୁବନେଶ୍ବର: ବେଶ୍ କିଛି ଦିନ ହେବ ଚର୍ଚ୍ଚାରେ ରହିଛି ନୂଆ ଓଡ଼ିଆ ଛବି ‘ଆଶିକ୍ ଦିୱାନା’ ।  ହେଲେ ଏହା କେବେ ରିଲିଜ ହେବ ସେନେଇ କୌଣସି ସୂଚନା ନାହିଁ। ଏହାର ନିର୍ମାଣ କାମକୁ ପାଖାପାଖି ବର୍ଷଟିଏ ହୋଇଗଲାଣି। କେବେ ଏହା ମୁକ୍ତିଲାଭ କରିବ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନାଦିଆଯାଇନାହିଁ। ଏଥିରେ ଦୀପକ, ରୀୟା, ପ୍ରିୟଙ୍କା ପାଣିଗ୍ରାହୀ ନାୟକ, ନାୟିକା ଭୂମିକାରେ ଅଛନ୍ତି। 

 ‘ରସିକ ନାଗର’, ଧୀରେ ଧୀରେ ପ୍ରେମ ହେଲା, ହିରୋ ଏକ ପ୍ରେମ କଥା, କ୍ରମିନାଲ୍, ହରି ଓମ୍ ହରି, ଧର୍ମ-ଦି ଫାଇଟର୍, ଟାଇଗର୍, ତୁ ଥିଲେ ମୋ ଡର କାହାକୁ, ମେଣ୍ଟାଲ୍, ଦିଲକା ରାଜା, ତୁ ମୋ ହିରୋ, ଲେଖିଛି ନାଆଁ ତୋର,  ତୁ ମୋ ସୁନା ଚଢ଼େଇ, ଓମ୍ ସ୍ବାହା ଓ ‘ଲାଗେ ପ୍ରେମ ନଜର’  ଓ ‘ଶମ୍ଭୁ’ ଆଦି ଓଡ଼ିଆ ଛବିର ନିର୍ଦ୍ଦେଶନା ଦେଇଥିବା ଏସ ଦିଲୀପ ପଣ୍ଡା ଏହାର ନିର୍ଦ୍ଦେଶକ।

ଫିଲ୍ମର ସମସ୍ତ ସୁଟିଂ ସରିଛି
 

ଏହି ସିନେମା ଜରିଆରେ ‘ତୁ ମୋ’ ଆଖିର ତାରା’, ‘ଦେ ମା ଶକ୍ତି ଦେ’, ‘ଦିଓ୍ବାନା ଦିଓ୍ବାନୀ’, ‘ତୁ ମୋ ଡ୍ରିମଗାର୍ଲ’ ଓ ‘ଆଶିକ୍’ ସମେତ ଛଅଟି ଓଡ଼ିଆ ଛବିର ନିର୍ମାତା ପ୍ରମୋଦ ସ୍ବାଇଁ ଓଲିଉଡକୁ ଫେରିଛନ୍ତି। ଡକ୍ଟର ରଜନୀ ରଂଜନ ଏହାର ଚିତ୍ରନାଟ୍ୟକାର ଓ ସଂଳାପକାର। ଫିଲ୍ମର ସମସ୍ତ ସୁଟିଂ ସରିଛି।

Death: ମାଛ ଧରିବାକୁ ଯାଇ କେନାଲରେ ଖସିଲେ ଭାଇ; ଭାଇକୁ ଖୋଜି ନଦୀରେ ଭାସିଗଲେ ଭଉଣୀ, ଉଭୟ ମୃତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.