ARTICLE AD BOX
ଜଗତସିଂହପୁର: ପାରାଦୀପରୁ ଲୁହାପଥର ଗୁଣ୍ଡ ନେଇ ଯିବା ବେଳେ ଆଣ୍ଡାମାନ ନିକଟରେ ପାନାମା ପତାକାଧାରୀ ଚୀନ୍ ଜାହାଜ ‘ଓସେନ୍ ଵିନର’ ବୁଡ଼ିଯାଇଥିଲା। ସେହି କାଳରାତିର କାହାଣୀ ବଖାଣିଛନ୍ତି ସମୁଦ୍ର ଗର୍ଭରୁ ଉଦ୍ଧାର ହୋଇଥିବା ୨ କର୍ମଚାରୀ। ସେମାନେ କହିଛନ୍ତି ଯେ ଜାହାଜଟି ଭାଙ୍ଗିଯାଇ ଖୁବ କମ୍ ସମୟ ମଧ୍ୟରେ ବୁଡ଼ି ଯାଇଥିଲା। ମାତ୍ର ୮ ମିନିଟ୍ ମଧ୍ୟରେ ଏହି ଘଟଣା ଘଟିଥିଲା। ସେମାନେ ଜାହାଜର ଉପରି ଭାଗ ଅର୍ଥାତ୍ ଡେକ୍ ଉପରେ ଥିବାରୁ ଲାଇଫ୍ ରାଫ୍ଟର ଧରି ପାଣିକୁ ଡେଇଁ ପଡ଼ିଥିଲେ। ଆହୁରି ମଧ୍ୟ ୪/୫ ଜଣ ସେତେବେଳେ ପାଣିରେ ଭାସୁଥିଲେ ବୋଲି ସେମାନେ ଉଦ୍ଧାରକାରୀ ଦଳ ଆଗରେ କହିଛନ୍ତି। ରାତି ହୋଇ ଯାଇଥିବାରୁ ଚାରିଆଡ଼ ଅନ୍ଧାର ଦେଖାଯାଉଥିଲା। ବିଶ୍ରାମ ସମୟ ହୋଇଥିବାରୁ ଅନ୍ୟ କର୍ମଚାରୀମାନେ ଜାହାଜ ସହ ସମୁଦ୍ର ଗର୍ଭକୁ ଚାଲି ଯାଇଥିବା କୁହାଯାଉଛି। ସମୁଦ୍ରରୁ ଗୋଟିଏ ଖାଲି ଲାଇଫ୍ ବୋଟ୍ ମିଳିଥିଲା ବେଳେ ସେହି ଲାଇଫ୍ ବୋଟ ସାହାଯ୍ୟରେ ଓହ୍ଲାଇଥିବା କିଛି କର୍ମଚାରୀ ସମୁଦ୍ର ଗର୍ଭରେ ବୁଡ଼ି ଯାଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।
Last rites: ବାପାଙ୍କ ମୃତ୍ୟୁ ପରେ ଭାଇକୁ ଡାକିବାକୁ ଗଲେ ଭଉଣୀ, ଶେଷରେ ନିଜେ ଦେଲେ ମୁଖାଗ୍ନି
ମାତ୍ର ୮ ମିନିଟ୍ରେ ଜାହାଜ ବୁଡ଼ିଗଲା, ଉପରି ଭାଗରେ ଥିବାରୁ ବଞ୍ଚିଗଲେ
ପାରାଦୀପରେ ପହଞ୍ଚିଲେ ଉଦ୍ଧାର ହୋଇଥିବା ୨ ଜଣ
ଭାଷା ଅନୁବାଦକଙ୍କ ଉପସ୍ଥିତିରେ ରେକର୍ଡ ହେବ ବୟାନ
ଫେରିଲା ଭରଦ: ସର୍ଚ୍ଚ ଅପରେସନ୍ ଜାରି, ମିଳୁନି ୨୨ ଜଣଙ୍କ ପତ୍ତା
Bank account: ପିଏମ୍ ଜନଧନ ଯୋଜନାରେ ଆକାଉଣ୍ଟ ସଂଖ୍ୟା ୫୯ କୋଟି ଟପିଲା
ଦୁଇ ଚୀନ ନାଗରିକଙ୍କୁ ଧରି ପାରାଦୀପ କୋଷ୍ଟଗାର୍ଡର ଜାହାଜ ଭରାଦ ଆଜି ଦିନ ୧୧ଟାରେ ପାରାଦୀପ ବନ୍ଦରରେ ପହଞ୍ଚିଥିଲା। ଏହା ପରେ ସ୍ବତନ୍ତ୍ର ଆମ୍ବୁଲାନ୍ସ ଓ ପୁଲିସ ଏସକର୍ଟ ଯୋଗେ ସେମାନଙ୍କୁ ପାରାଦୀପ ବନ୍ଦର ମେଡିକାଲରେ ଭର୍ତ୍ତି କରାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ନିୟମ ଅନୁଯାୟୀ ଇମିଗ୍ରେସନ ବିଭାଗର ଡିଏସ୍ପି ଓ ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ସେହି ଜାହାଜର ଏଜେଣ୍ଟ ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା। ଏହା ପରେ ସେମାନଙ୍କୁ ଏକ ହୋଟେଲରେ ରଖାଯାଇଛି। ଦୁଇ ନାବିକ ଇଂରାଜୀ ବୁଝି ପାରୁ ନ ଥିବାରୁ ଦିଲ୍ଲୀରୁ ଜଣେ ଭାଷା ଅନୁବାଦକଙ୍କୁ ଏଠାକୁ ଡକାଯାଇଛି। ଭାଷା ଅନୁବାଦକ ପହଞ୍ଚିବା ପରେ ଦୁଇ ନାବିକଙ୍କର ବୟାନ ରେକର୍ଡ କରାଯିବ। ଜାହାଜ ବୁଡ଼ି ଘଟଣାକୁ ସପ୍ତାହେ ହୋଇଥିବା ବେଳେ ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଛି। ବୁଡ଼ି ଯାଇଥିବା ଜାହାଜ ଓ ନିଖୋଜ ୨୨ କର୍ମଚାରୀଙ୍କୁ ଖୋଜା ଚାଲିଛି।
Raksha bandhan: ଭାଇଙ୍କୁ ନିଶାମୁକ୍ତ ରଖିବାକୁ ୧୨୦ ଭଉଣୀଙ୍କ ଅଭିନବ ସଂକଳ୍ପ

2 weeks ago
8


