Obituary: ବିଶିଷ୍ଟ ହିନ୍ଦୀ ଲେଖକ କୈଳାଶ ଚନ୍ଦ୍ର ପନ୍ଥଙ୍କ ପରଲୋକ

3 days ago 3
ARTICLE AD BOX

ଭୋପାଳ: ପ୍ରଖ୍ୟାତ ହିନ୍ଦୀ ଲେଖକ କୈଳାଶ ଚନ୍ଦ୍ର ପନ୍ଥଙ୍କର ଶୁକ୍ରବାର ୯୦ ବର୍ଷ ବୟସରେ ପରଲୋକ ଘଟିଛି। ପନ୍ଥ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ଏବଂ ସେ ଭୋପାଳ ହିନ୍ଦୀ ଭବନର ପୂର୍ବତନ ନିର୍ଦ୍ଦେଶକ ଥିଲେ। ଗତ କିଛି ଦିନ ଧରି ସେ ଅସୁସ୍ଥ ଥି‌ବାବେଳେ ଆଜି ତାଙ୍କର ହୃଦ୍‌ଘାତରେ ପରଲୋକ ଘଟିଛି। ଆସନ୍ତାକାଲି ଭଦଭଦା ବିଶ୍ରାମ ଘାଟରେ ‌କୈଳାଲଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହେବ ବୋଲି ତାଙ୍କ ଭାଇ ଚନ୍ଦ୍ରଶେଖର ପନ୍ଥ କହିଛନ୍ତି।

ଏକ୍ସରେ ଏକ ପୋଷ୍ଟ୍‌ କରି ମୁଖମନ୍ତ୍ରୀ ମୋହଦ ଯାଦବ ପନ୍ଥଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯାଦବ କହିଛନ୍ତି, ପନ୍ଥ ମଧ୍ୟପ୍ରଦେଶ ରାଷ୍ଟ୍ରଭାଷା ପ୍ରଚାର ସମିତି ସହ ଦୀର୍ଘ ସମୟ ଧରି ଜଡ଼ିତ ରହିଥିଲେ ଏବଂ ହିନ୍ଦୀ ଭାଷାର ପ୍ରସାର ଦିଗରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି।

Obituary: ପରଲୋକରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ପୌତ୍ରବଧୂ

ପନ୍ଥ ଉତ୍ତରାଖଣ୍ଡ ବାଗେଶ୍ବର ଜିଲ୍ଲାର ଖନ୍ତୋଲି ଗ୍ରାମରେ ୧୯୩୬ ଏପ୍ରିଲ ୨୬ ତାରିଖରୋ ଜନ୍ମ ହୋଇଥିଲେ। ‌ସେ ଭୋପାଳରେ ପଞ୍ଚାୟତ ରାଜ ତାଲିମ କେନ୍ଦ୍ରରେ ପ୍ରିନ୍ସପାଲ ହେବା ପୂର୍ବରୁ ଇନ୍ଦୋରରେ ୟୁନିଅନ ଟେକନୋଲୋଜିକାଲ୍‌ ସେମିନାରିରେ ଅଧ୍ୟାପକ ଥିଲେ। ଭୋପାଳ ହିନ୍ଦୀ ଭବନ ମୁଖ୍ୟ ବାଦ୍‌ ସେ ଭାରତ କୃଷକ ସମାଜ, ରାଷ୍ଟ୍ରଭାଷା ପ୍ରଚାର ସମିତି ଏବଂ ମଧ୍ୟ ଭାରତ ହିନ୍ଦୀ ସାହିତ୍ୟ ସମିତି ସମେତ ଅନେକ ସାହିତ୍ୟ ଏବଂ ସାଂସ୍କୃତି ଅନୁଷ୍ଠାନରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ରହିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.