Nuapada Tragedy: ପ୍ରେମ ସମ୍ପର୍କକୁ ନେଇ ଆତ୍ମହତ୍ୟା ଉଦ୍ୟମ: ପ୍ରେମିକା ମୃତ, ପ୍ରେମିକ ଗୁରୁତର

1 week ago 7
ARTICLE AD BOX

ନୂଆପଡ଼ା:  ପ୍ରେମ ପାଇଁ ଘର ଛାଡ଼ିଲେ । ଜଙ୍ଗଲରେ ରାତି କଟାଇଲେ। ସକାଳୁ ପ୍ରେମୀ ଯୁଗଳ ଏକସଙ୍ଗେ ବିଷ ପିଇ ଦେଲେ। ଏଥିରେ ପ୍ରେମିକାଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରେମିକ ଗୁରୁତର ହୋଇ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। 

Love Birds End Life: ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସିନାପାଲି ଥାନା ସାଲେବିହିଡ଼ି ଗାଁର ଡୋଲେଶ୍ବରୀ ସା(୧୭) ଓ ମନୋଜ ସା(୨୨)ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ଗତକାଲି (ବୁଧବାର) ବିଳମ୍ବିତ ରାତିରେ ପ୍ରେମୀ ଯୁଗଳ ଘରୁ ବାହାରି ଯାଇଥିଲେ । ଚାଷଜମିରେ ଉଭୟ ରାତ୍ରି ଜାପାନ କରିଥିଲେ । ଆଜି ସକାଳୁ ଉଭୟେ କୀଟ ନାଶକ ପିଇ ଦେଇଥିଲେ । ଏନେଇସେମାନେ ନିଜ ନିଜ ପରିବାର ଲୋକଙ୍କୁ ଫୋନ୍‌ରେ ଜଣାଇଥିଲେ । ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରି ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଉଭୟଙ୍କ ଅବସ୍ଥା ଗୁରୁତର ହେବାରୁ ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ ସେଠାରୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। 

Drama on road: ବିଚ୍ ରାସ୍ତାରେ ପ୍ରେମୀଯୁଗଳଙ୍କ ହାଇଡ୍ରାମା, ପ୍ରେମିକକୁ ଛେଚିଲା ପ୍ରେମିକା

ଅପରାହ୍ନରେ ନୂଆପଡ଼ା ଜିଲ୍ଲା ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରେମିକା ଡିଲେଶ୍ବରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟପକ୍ଷେ ପ୍ରେମିକ ମନୋଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ରାତିରେ ସିନାପାଲି ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ମୃତଦେହକୁ ଜବତ କରିଛି । ରାତି ସାଢ଼େ ୯ଟାରେ ନୂଆପଡ଼ା ଅତିରିକ୍ତ ତହସିଲଦାର ଦିଲୀପ ପାତ୍ର ମଜିଷ୍ଟେଟ ଦାୟିତ୍ବରେ ହସ୍ପିଟାଲରେ ପହଞ୍ଚି ମୃତକ ପରିବାର ଲୋକଙ୍କ ବୟାନ ରେକର୍ଡ କରିବା ସହ ପଞ୍ଚନମା କରିଥିଲେ । ଆସନ୍ତା କାଲି ସକାଳେ ପ୍ରେମିକାଙ୍କ ମୃତଦେହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଏନେଇ ଅଧିକ ତଦନ୍ତ ଚାଲିଥିବା ସିନାପାଲି ଥାନା ଅଧିକାରୀ ମହେଶ୍ବର ପାଣିଗ୍ରାହି ସୂଚନା ଦେଇଛନ୍ତି ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.