Nuapada farmer suicide ନୂଆପଡ଼ା ଚାଷୀ ଆତ୍ମହତ୍ୟା ପ୍ରସଙ୍ଗ: ମୃତ ଚାଷୀଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ମଣ୍ଡି ଅବ୍ୟବସ୍ଥାକୁ କଲା ଦାୟୀ

1 month ago 10
ARTICLE AD BOX

ଭୁବନେଶ୍ୱର:  ବିଜେପି ସରକାର ଚାଷୀ କୂଳ ପାଇଁ କାଳ ସାଜିଛି । ମଣ୍ଡିରେ ଅବ୍ୟବସ୍ଥା ପାଇଁ ଟୋକନ ଥାଇ ବି ଜଣେ ଚାଷୀ ଧାନ ବିକ୍ରି କରିପାରିଲା ନାହିଁ । ଶେଷରେ ପ୍ରଶାସନିକ ବିଫଳତା ପାଇଁ ବିଷ ପିଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ପୂର୍ବତନ ମନ୍ତ୍ରୀ ତଥା ବିଜେଡି ଉପସଭାପତି ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧିଦଳ ମୃତ ଚାଷୀ ନେପାଳ ମାଝୀଙ୍କ ପରିବାରକୁ ଭେଟିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। 

ସଞ୍ଜୟ ଦାସବର୍ମା କହିଛନ୍ତି, ନୂଆପଡ଼ା ଜିଲ୍ଲାର କୋମନା ଥାନା ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁର ଗୋଲେଇପଡ଼ାର ଚାଷୀ ନେପାଳ ମାଝୀ (୪୫)ଙ୍କୁ ଟୋକନ ମିଳିବା ସତ୍ତ୍ୱେ ଧାନ ବିକ୍ରି କରିପାରିଲେ ନାହିଁ । ସେ ଚଳିତ ରବି ଋତୁରେ ୩ ଏକର ଜମିରେ ଧାନ ଓ ୨ ଏକର ଜମିରେ ଚିନାବାଦାମ ଚାଷ କରିଥିଲେ । ଧାନ ବିକ୍ରି ପାଇଁ ଆବେଦନ କରି ଗତ ମେ' ୩୦ ତାରିଖରେ ଟୋକନ୍ ପାଇଥିଲେ । ୩୬.୯୬ କ୍ୱିଣ୍ଟାଲ ଧାନ ବିକ୍ରି ପାଇଁ ତାଙ୍କୁ ଅନୁମତି ମିଳିଥିଲା । ତେବେ ମଣ୍ଡିରେ ଅବ୍ୟବସ୍ଥା ପାଇଁ ଟୋକନ ପାଇବାର ୨୪ ଦିନ ପରେ ବି ଧାନ ବିକ୍ରି କରି ନ ପାରିବାରୁ ସେ ମାନସିକ ଚାପରେ ରହୁଥିଲେ । ମଣ୍ଡିରୁ ଧାନ ଉଠିବା ଦାବିରେ ଅନ୍ୟ ଚାଷୀ ମାନଙ୍କ ସହ ସାମିଲ ହୋଇ ସେ ସିଏସଓ ଅଫିସ୍ ସମ୍ମୁଖରେ ଧାରଣା ଦେଇଥିଲେ । କିନ୍ତୁ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ବିଭାଗୀୟ ଅଧିକାରୀ ଚାଷୀଙ୍କ ଅଭିଯୋଗକୁ କୌଣସି ଗୁରୁତ୍ୱ ଦେଇନଥିଲେ । ଧାନ କ୍ରୟରେ ବିଳମ୍ୱ ଯୋଗୁଁ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥିଲା । ଧାର ଉଧାର ଶୁଝିବା ଓ ପରିବାର ପ୍ରତିପୋଷଣ ପାଇଁ ଚାପରେ ରହି ମାନସିକ ଭାରସାମ୍ୟ ହରାଇ ସୋମବାର ଅପରାହ୍ନରେ ବିଷ ପିଇ ଜୀବନ ହାରିବା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି, ଯାହାକି ଅତ୍ୟନ୍ତ ନିନ୍ଦନୀୟ । ଜିଲ୍ଲାରେ ରବି ଋତୁ ଧାନ ସଂଗ୍ରହ ପାଇଁ ୨୦ ଦିନରୁ ଊର୍ଦ୍ଧ୍ବ ସମୟ ବିଳମ୍ୱରେ ମଣ୍ଡିରୁ ଧାନ କିଣା ଆରମ୍ଭ ହେବାରୁ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ମଣ୍ଡିରେ ପ୍ରାୟ ୫ ଲକ୍ଷ କ୍ୱିଣ୍ଟାଲ ଧାନ ପଡ଼ିରହିଛି ବୋଲି ସେ କହିଛନ୍ତି।

ନୂଆପଡ଼ା ଜିଲ୍ଲାର ଜଡ଼ାମୁଣ୍ଡା, ଧରମବନ୍ଧ, ମୋଟା ନୂଆପଡା, ବେଲଟୁକୁରୀ ଆଦି ଧାନ ମଣ୍ଡି ପରିଦର୍ଶନ କରିଥିଲା ପ୍ରତିନିଧି ମଣ୍ଡଳୀ । ଧାନ କ୍ରୟରେ ଅବ୍ୟବସ୍ଥା, ମଣ୍ଡି ବ୍ୟବସ୍ଥାରେ ଥିବା ତ୍ରୁଟି ବାବଦରେ ଚାଷୀ ମାନେ ପ୍ରତିନିଧି ମଣ୍ଡଳୀକୁ ଜଣାଇଥିଲେ। ଏହାପରେ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିବା ସହ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ । 

Congress: ଚାଷୀ ଆତ୍ମହତ୍ୟା ଘଟଣା: ରାଜ୍ୟ କଂଗ୍ରେସ ପ୍ରତିନିଧି ଦଳର ମୃତକଙ୍କ ପରିବାର ସହ ଆଲୋଚନା

ମୃତ ନେପାଳ ମାଝୀଙ୍କ ପରିବାରକୁ ପର୍ଯ୍ୟାପ୍ତ ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରିବା, ପରିବାରର ଜଣେ ଯୋଗ୍ୟ ସଦସ୍ୟଙ୍କୁ ସରକାରୀ ଚାକିରି ଦେବା, ମୃତ ଚାଷୀ ନେପାଳ ମାଝୀଙ୍କ ସନ୍ତାନଙ୍କୁ ଉଚ୍ଚଶିକ୍ଷା ପର୍ଯ୍ୟନ୍ତ ମାଗଣା ଶିକ୍ଷା ଓ ଆର୍ଥିକ ସହାୟତା ପ୍ରଦାନ କରିବା, ଧାନ କ୍ରୟର ସମୟସୀମା ବୃଦ୍ଧି କରିବାକୁ ବିଜେଡି ଦାବି କରିଛି। 

ଆଶା ଓ ଆକାଶ: ଜଣେ ବି ଚାଷୀ ଆତ୍ମହତ୍ୟା ନ କରନ୍ତୁ

ବିଜେଡିର ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ବିଜେଡି ଜିଲ୍ଲା ସଭାପତି ଅବନୀ ରଞ୍ଜନ ଯୋଶୀ, ସାଧାରଣ ସମ୍ପାଦକ ମନୋଜ ମିଶ୍ର, ସମ୍ପାଦକ ରାଜେଶ ନିଗମ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ, ଉପାଧ୍ୟକ୍ଷା ଦୀପିକା ଦୀପ, ମହିଳା ଜିଲ୍ଲା ସଭାନେତ୍ରୀ ସନ୍ତୋସୀନି ସଲମା, ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ମୁରଲୀ ଭୋଇ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ହେମନ୍ତ କର, ସାଧାରଣ ସମ୍ପାଦକ କାର୍ତ୍ତିକ ଦୀପ, ବିଜେଡ଼ି ଯୁବ ଜିଲ୍ଲା ସଭାପତି ମନୋଜ ଦୀପ, ପୂର୍ବତନ ଯୁବ ସଭାପତି ହରିଶ୍ଚନ୍ଦ୍ର ପଣ୍ଡା, ଟିଙ୍କୁ ପଣ୍ଡା, ଉମେଶ ସହିସ୍, ନୂଆପଡା ବ୍ଲକ ସଭାପତି ଚୁରନ ସିଂ ମାଝୀ, କୋମନା ବ୍ଲକ ସଭାପତି କ୍ଷମା ସିଂ ନିଆଲ, ଛାତ୍ର ରାଜ୍ୟ ସାଧାରଣ ସମ୍ପାଦକ ମାନସ ବାଗ୍, ଯୋଗେନ୍ଦ୍ର ମାଝୀ, ଯୋଗେନ୍ଦ୍ର ପାଣ୍ଡେ, ଖରିଆର ରୋଡ ଏନଏସି ସଭାପତି ଅନୁପ ଦୀପ, ଖଡ଼ିଆଳ ବ୍ଲକ ସଭାପତି ହୀରାଧର ମେହେର, ସରସ୍ୱତୀ ବାଗ, ତନ୍ମୟ ବାଗ, ଜଡ଼ାମୁଣ୍ଡା ସରପଞ୍ଚ ସୁରୁସିଂ ମାଝୀ ପ୍ରମୁଖ ସାମିଲ୍ ଥିଲେ ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.