NSG: କ୍ରିକେଟ୍‌ ସଂଘ ଏନ୍‌ଏସ୍‌ଜି ଅଧୀନକୁ ଆସୁନାହାନ୍ତି କାହିଁକି?

1 week ago 7
ARTICLE AD BOX

କଟକ: ଦେଶର ସବୁଠୁ ଧନୀ କ୍ରିକେଟ୍‌ ପରିଚାଳନା ସଂସ୍ଥା ‘ବୋର୍ଡ ଅଫ୍‌ କଣ୍ଟ୍ରୋଲ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ’(ବିସିସିଆଇ) ସମେତ ଦେଶର ଅନ୍ୟ ରାଜ୍ୟମାନଙ୍କ କ୍ରିକେଟ୍‌ ସଂଘ ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନସ୍‌(ଏନ୍‌ଏସ୍‌ଜି) ଆକ୍ଟ ଅଧୀନକୁ ଆସୁ ନଥିବା ନେଇ ପ୍ରଶ୍ନ ଉଠାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲ୍ୟ ବାଗ୍‌ଚୀ ଓ ଜଷ୍ଟିସ୍‌ ବି.ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ମଙ୍ଗଳବାର ଏଭଳି ପ୍ରଶ୍ନ ଉଠାଇଛନ୍ତି। ବିଭିନ୍ନ ରାଜ୍ୟର କ୍ରିକେଟ ସଂଘ ମଧ୍ୟରେ ଥିବା ବିଭିନ୍ନ ବିବାଦର ଶୁଣାଣି ସମୟରେ ତିନି ଜଣିଆ ଖଣ୍ଡପୀଠ, ବିସିସିଆଇ ସମେତ ଅନ୍ୟ ରାଜ୍ୟର କ୍ରିକେଟ୍‌ ସଂଘ ମାନ କ’ଣ ପାଇଁ ଏନ୍‌ଏସ୍‌ଜି ଆକ୍ଟ ଦ୍ବାରା ପରିଚାଳିତ ହେଉନାହାନ୍ତି ବୋଲି ପ୍ରଶ୍ନ କରିଥିଲେ। ଏନେଇ ପରିବର୍ତ୍ତୀ ଶୁଣାଣି ପୂର୍ବରୁ ଜବାବ ରଖିବା ପାଇଁ ବିସିସିଆଇ ଓ ଅନ୍ୟ ରାଜ୍ୟ ସଂଘଗୁଡ଼ିକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

 ଜବାବ ମାଗିଲେ ସୁପ୍ରିମ୍‌କୋର୍ଟ
ପ୍ରଭାବିତ ହୋଇପାରେ ଓସିଏର ଆଇନ ଲଢ଼େଇ
ବିସିସିଆଇକୁ ନୋଟିସ୍‌

ବୋର୍ଡ ଅଫ୍‌ କଣ୍ଟ୍ରୋଲ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ (ବିସିସିଆଇ) ସୋସାଇଟି ଆକ୍ଟ ଅନୁସାରେ ପଞ୍ଜୀକରଣ ହୋଇ ପରିଚାଳିତ ହେଉଛି। ସେହିପରି ଦେଶର ବିଭିନ୍ନ ରାଜ୍ୟର କ୍ରିକେଟ୍‌ ସଂଘ ମଧ୍ୟ ସୋସାଇଟି ଆକ୍ଟ ଆଧାରରେ ପରିଚାଳିତ। ଏଥିପାଇଁ ବିଭିନ୍ନ ରାଜ୍ୟର କ୍ରିକେଟ୍‌ ସଂଘରେ ପରିଚାଳନା, ନିର୍ବାଚନ ଆଦିକୁ ନେଇ ଅନେକ ମାମଲା ଦେଶର ସର୍ବୋଚ୍ଚ ନ୍ୟାୟାଳୟରେ ପହଞ୍ଚିଯାଉଛି। ଏପରିକି ବିସିସିଆଇର ନିଜସ୍ବ ସମ୍ବିଧାନ ନ ଥିବା ବେଳେ ୨୦୧୮ମସିହା, ଅଗଷ୍ଟ ମାସରେ ଜଷ୍ଟିସ ଆର୍‌.ଏମ୍‌. ଲୋଧା କମିଟି ସୁପାରିସ କ୍ରମେ ବିସିସିଆଇ ସମ୍ବିଧାନ ଗଢ଼ା ହୋଇଥିଲା। ୨୦୨୨ମସିହା ସେପ୍ଟେମ୍ବର ମାସରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ସମ୍ବିଧାନରେ ଗୁରୁତ୍ବପୂର୍ଣ୍ଣ ସଂଶୋଧନ ଆଣିଥିଲେ ମଧ୍ୟ ପୂର୍ବ ସମ୍ବିଧାନ ଅନୁସାରେ ବିସିସିଆଇ ପରିଚାଳିତ ହେଉଛି।

ଏହା ଫଳରେ ସଂଘରେ ପୂର୍ବଭଳି ବିବାଦ ଛାଡୁନାହିଁ। କିନ୍ତୁ ଚଳିତ ବର୍ଷ ମେ’ ମାସରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ନୂଆ କରି ସଂଶୋଧିତ ନ୍ୟାସନାଲ ସ୍ପୋର୍ଟସ ଗଭର୍ଣ୍ଣାନସ୍‌(ଏନ୍‌ଏସ୍‌ଜି) ଆକ୍ଟର ପ୍ରଚଳନ କରାଯାଉଛି। ବିଭିନ୍ନ କ୍ରୀଡ଼ା ସଂଘର ସୁରିଚାଳନା, କ୍ରୀଡ଼ାର ବିକାଶ, ସଂଘ ମଧ୍ୟରେ ସୃଷ୍ଟି ହେଉଥିବା ବିବାଦର ସମାଧାନ, ସଂଘର କର୍ମକର୍ତ୍ତା ନିର୍ବାଚନ, କର୍ମକର୍ତ୍ତାଙ୍କ କୁଲିଂ ଅଫ ପରିୟଡ (ଏକକାଳୀନ ନିର୍ବାଚନ ନ ଲଢ଼ିବା) ଆଦି ସଂଘର ସମସ୍ତ ବ୍ୟବସ୍ଥା ଏନ୍‌ଏସ୍‌ଜିରେ ରହିଛି। ଏନ୍‌ଏସ୍‌ଜି ଆକ୍ଟ ଅନୁସାରେ, ନ୍ୟାସନାଲ ସ୍ପୋର୍ଟସ ବୋର୍ଡ(ଏନ୍‌ଏସ୍‌ବି) କ୍ରୀଡ଼ା କ୍ଷେତ୍ରରେ ଦେଶର କେନ୍ଦ୍ରୀୟ ନିୟନ୍ତ୍ରଣ କର୍ତ୍ତୃପକ୍ଷ ରହିବେ। ଏହାର ଜାତୀୟ କ୍ରୀଡ଼ା ସଂଘର ଅନୁମୋଦନ ଦେବା ସହ ନିୟନ୍ତ୍ରଣ ମଧ୍ୟ କରିବେ। ଏହା ଦ୍ବାରା କ୍ରୀଡ଼ା ସଂଘର କର୍ମକର୍ତ୍ତା ନିର୍ବାଚନ ସ୍ବଚ୍ଛ ଓ ଶୃଙ୍ଖଳିତ ହେବ। 

ଦେଶର ବହୁ ଖେଳରେ ଏନ୍ଏସ୍‌ଜି ଆକ୍ଟର ପ୍ରୟୋଗ ହେଲାଣି। କିନ୍ତୁ ବିସିସିଆଇ ସମେତ ଅନ୍ୟ ରାଜ୍ୟଗୁଡ଼ିକର କ୍ରିକେଟ ସଂଘ ଏନ୍‌ଏସ୍‌ଜି ଦ୍ବାରା ପରିଚାଳିତ ହେଲେ, କ୍ରୀଡ଼ାର ବିକାଶ ହେବା ସହ ସଂଘର କର୍ମକର୍ତ୍ତା ନିର୍ବାଚନ, ସଂଘ ପରିଚାଳନାରେ ସ୍ବଚ୍ଛତା ଓ ଶୃଙ୍ଖଳା ପରିଲିକ୍ଷିତ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.