NRC demand: ଏନ୍‌ଆର୍‌ସି ଦାବି: ମଣିପୁରରେ ଜନଗଣନା ସ୍ଥଗିତ କଲେ କେନ୍ଦ୍ର, ହାଇକୋର୍ଟ ବି ଲଗାଇଲେ ରୋକ୍

2 weeks ago 7
ARTICLE AD BOX

ନୂଆଦିଲ୍ଲୀ: ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଅପଡେଟ୍‌ କରିବା ପରେ ଜନଗଣନା କରିବା ଦାବି ମଧ୍ୟରେ ମଣିପୁରରେ ଜନଗଣନା ପ୍ରକ୍ରିୟାକୁ ସ୍ଥଗିତ ରଖିଛନ୍ତି କେନ୍ଦ୍ର ସରକାର। ଜନଗଣନାର ଘର ତାଲିକା ପ୍ରସ୍ତୁତି କାର୍ଯ୍ୟ ସେପ୍ଟେମ୍ବର ୧ରୁ ଆରମ୍ଭ ହେବାର ଥିବାବେଳେ, ଏହାର ଠିକ୍‌ ଗୋଟିଏ ଦିନ ପୂର୍ବରୁ କେନ୍ଦ୍ର ଏହି ନିଷ୍ପତ୍ତି ନେଇଛି। ସୋମବାର ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ମଣିପୁରର ସାମ୍ପ୍ରତିକ ସ୍ଥିତି ଓ ଏନ୍‌ଆର୍‌ସି ଲାଗୁ ହେବା ପୂର୍ବରୁ ଜନଗଣନା ସ୍ଥଗିତ ରଖିବା ଦାବି ଉପରେ ଆଲୋଚନା ହୋଇଥିଲା।

ଆହୁରି ପଢନ୍ତୁ :Imigration: ୧ରୁ ଇମିଗ୍ରେସନ ପାଇଁ ବୋର୍ଡିଂ ପାସ୍‌ରେ ଷ୍ଟାମ୍ପ ଲାଗିବନି

ବୈଠକରେ ମଣିପୁର ରାଜ୍ୟପାଳ ଅଜୟ କୁମାର ଭଲ୍ଲା, ମୁଖ୍ୟମନ୍ତ୍ରୀ ୟୁମନାମ ଖେମଚାନ୍ଦ ସିଂହ, କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ମଣିପୁରର ଲୋକଙ୍କ ଭାବନା ଓ ଆକାଂକ୍ଷାକୁ ବିଚାରକୁ ନେଇ ପ୍ରସ୍ତାବିତ ଜନଗଣନା ସ୍ଥଗିତ ରଖିବାକୁ ବୈଠକରେ ସହମତି ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟ ପକ୍ଷରୁ କୁହାଯାଇଛି। ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ଖେମଚାନ୍ଦ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହ ଓ ଅନ୍ୟ କେନ୍ଦ୍ରୀୟ ନେତାଙ୍କୁ ଧନ୍ୟବାଦ ଦେଇଛନ୍ତି। ଏନ୍‌ଆର୍‌ସି ଦାବି ନେଇ ଦିଲ୍ଲୀ ଯାଇଥିବା ୧୪ଟି ନାଗରିକ ସମାଜ ସଂଗଠନ ଓବିଜେପି ବିଧାୟକଙ୍କ ପ୍ରୟାସକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି।

ଆହୁରି ପଢନ୍ତୁ :Six-Page Plea Found ସବୁଠି ହାରିଗଲି ମା’, ଶେଷରେ ତୁ ଭରସା’: ମା’ ମଝିଘରିଆଣୀଙ୍କ ହୁଣ୍ଡିରେ ଋଣମୁକ୍ତି ପାଇଁ ୬ ପୃଷ୍ଠାର ନିବେଦନ

ଏପଟେ ସୋମବାର ମଣିପୁର ହାଇକୋର୍ଟ ମଧ୍ୟ ଜନଗଣନା ଓ ଘର ତାଲିକା ପ୍ରସ୍ତୁତି କାର୍ଯ୍ୟକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରୋକିଛନ୍ତି। ମୁଖ୍ୟ ବିଚାରପତି ଏମ୍‌. ସୁନ୍ଦର ଓ ବିଚାରପତି ଏ. ଗୁଣେଶ୍ୱର ଶର୍ମାଙ୍କ ସ୍ୱତନ୍ତ୍ର ଖଣ୍ଡପୀଠ ଏନ୍‌ଆର୍‌ସି ଅପଡେଟ୍‌ ପରେ ଜନଗଣନା କରିବା ଦାବି ସମ୍ପର୍କିତ ଦୁଇଟି ଜନହିତ ଆବେଦନ ଓ ଗୋଟିଏ ରିଟ୍‌ ଆବେଦନର ଶୁଣାଣି କରି ଏହି ପଦକ୍ଷେପ ନେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୨ରେ ହେବ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.