NO Confidence Motion: ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ବିରୁଦ୍ଧରେ ଆସିଲା ଅନାସ୍ଥା ପ୍ରସ୍ତାବ

1 week ago 6
ARTICLE AD BOX

ମହାକାଳପଡ଼ା(ସଞ୍ଜୟ ଦାସ): କେନ୍ଦ୍ରାପଡ଼ାଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ଚର୍ଚ୍ଚିତ ଯୁବ ମହିଳା ସରପଞ୍ଚ ଚାମେଲି ଓଝାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିବା ଜଣାପଡିଛି l ଚାମେଲିଙ୍କୁ ତାଙ୍କ ପଦରୁ ହଟାଇବା ଉଦ୍ଦେଶ୍ୟରେ ତିଖିରି ପଞ୍ଚାୟତର ମୋଟ ୨୨ ଜଣ ୱାର୍ଡ ସଭ୍ୟ ସଭ୍ୟାଙ୍କ ମଧ୍ୟରୁ ଗତ ୨୩ ତାରିଖ ଦିନ ୨୧ ଜଣ ସଭ୍ୟ କେନ୍ଦ୍ରାପଡ଼ା ଉପ ଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କୁ ଲିଖିତ ଭାବେ ଆବେଦନ କରିବା ପରେ ଉପଜିଲ୍ଲାପାଳ ତାଙ୍କର ପତ୍ର ସଂଖ୍ୟା ୭୬୩୬ ତା ୨୪/୭/୨0୨୬ ଅନୁଯାୟୀ ମହାକାଳପଡ଼ା ବିଡ଼ିଓଙ୍କୁ ଅବଗତ କରିଛନ୍ତି l ଆସନ୍ତା ୨୭ ତାରିଖ ଅପରାହ୍ନ ସାଢେ ୩ ଟା ସମୟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିବା ସମସ୍ତ ୱାର୍ଡ ସଭ୍ୟ ସଭ୍ୟାଙ୍କ ଦସ୍ତଖତ ଯାଞ୍ଚ କରାଯିବା ପାଇଁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ସମୟ ନିର୍ଘଣ୍ଟ  କରାଯାଇଛି l

ମାମଲା ଥାନାରେ ପହଞ୍ଚିଥିଲା

ଗତ ଜୁନ ମାସ ୧୧ ତାରିଖରେ ଚାମେଲି ମହାକାଳପଡ଼ା ପଞ୍ଚାୟତ ସମିତି କାର୍ଯ୍ୟାଳୟକୁ ଆସି ନିଜ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିବାକୁ ଚାହିଁବା ବେଳେ ବ୍ଲକ ପରିସରରେ ନିର୍ଦ୍ଦିଷ୍ଟ ଏକ ଦଳର କେତେକ ସମର୍ଥିତ କର୍ମୀ ମହାକାଳପଡ଼ା ବିଡ଼ିଓ ରବି ନାରାୟଣ ଆଚାର୍ଯ୍ୟଙ୍କ ଚାମ୍ବର ମଧ୍ୟରେ ତାଙ୍କ ସହିତ ପାଟିତୁଣ୍ଡ କରିଥିଲେ l ମାମଲା ଥାନାରେ ପହଞ୍ଚିଥିଲା l ପୁଲିସ ଚାମେଲିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାକୁ ପ୍ରୟାସ କରୁଥିବା ବେଳେ ସେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା l ଉକ୍ତ ପ୍ରସଙ୍ଗ କେବଳ କେନ୍ଦ୍ରାପଡ଼ା ଜିଲ୍ଲା ନୁହେଁ ବରଂ ସାରା ରାଜ୍ୟରେ ଚର୍ଚ୍ଚାର ଖୁରାକ ଯୋଗାଇଥିଲା l ତେବେ ମହାକାଳପଡ଼ା ବିଡ଼ିଓ ରବି ନାରାୟଣ ଆଚାର୍ଯ୍ୟ ଏବଂ ଥାନା ଅଧିକାରୀ ମାନସ ମଲିକଙ୍କ ବିରୁଦ୍ଧରେ କାର୍ଯାନୁଷ୍ଠାନ ଦାବି କରି ଚାମେଲି ବ୍ଲକ ସ୍ତରରୁ ଆରମ୍ଭ କରି ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଆନ୍ଦୋଳନ କରିବା ପରେ ନିରାଶ ହୋଇଥିଲେ | ପରେ ସେ ଭୁବନେଶ୍ୱରରେ ୯ ଦିନ ପାଇଁ ଅନଶନରେ ବସିଥିଲେ l ଏପରିକି ଚାମେଲି ନ୍ୟାୟ ପାଇବାର ବିଳମ୍ବ ଯୋଗୁଁ ବିଜେପି ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିବା ସମ୍ପର୍କରେ ପୂର୍ବରୁ ଘୋଷଣା ମଧ୍ୟ କରିସାରିଛନ୍ତି l 

ତେବେ ଅନାସ୍ଥା ପ୍ରସ୍ତାବ ଆସିବା ପରେ ଘଟଣା କେଉଁ ଆଡକୁ ଯିବ ତାହା ଦେଖିବାକୁ ବାକି ରହିଲା l କିନ୍ତୁ  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଉ ମାତ୍ର ଏକ ବର୍ଷରୁ କମ୍ ସମୟ ବାକି ରହିଥିବା ବେଳେ ହଠାତ ଚାମେଲିଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯିବା ପଛରେ ରାଜନୈତିକ ଚାପ ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି l ଏ ସମ୍ପର୍କରେ ଚାମେଲି ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୋ ଉପରେ ଆକ୍ରୋଶ ରଖି ଅନାସ୍ଥା ପ୍ରସ୍ତାବ ଅଣାଯାଇଥିବା ବେଳେ ୱାର୍ଡ ସଭ୍ୟସଭ୍ୟାମାନଙ୍କୁ ଧମକଚମକ ଦିଆଯାଇ ସେମାନଙ୍କ ଠାରୁ ଦସ୍ତଖତ ନିଆଯାଇଛି |
 

Maoist Dump: ସୁରକ୍ଷା ବାହିନୀଙ୍କ ଚଢ଼ାଉବେଳେ ମାଓ ଡମ୍ପ ଉଦ୍ଧାର

Read Entire Article
LEFT SIDEBAR AD

Hidden in mobile, Best for skyscrapers.