ARTICLE AD BOX
ମୁମ୍ବାଇ: ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷା ନୀତା ଏମ୍. ଅମ୍ବାନୀ ଚଳିତ ବର୍ଷ ଫର୍ଚ୍ୟୁନ୍ର ସବୁଠାରୁ ପ୍ରବାବଶାଳୀ ମହିଳା ତାଲିକାରେ ନମ୍ବର-୧ ସ୍ଥାନରେ ଅଛନ୍ତି। ତାଙ୍କର ଦୃଷ୍ଟିକୋଣ, ନେତୃତ୍ୱ ଏବଂ ରିଲାଏନ୍ସ ଫାଉଣ୍ଡେସନ ମାଧ୍ୟମରେ ପ୍ରତିଷ୍ଠାନ ନିର୍ମାଣ ଏବଂ ଅନ୍ତର୍ଭୁକ୍ତୀମୂଳକ ବିକାଶ ପ୍ରତି ପ୍ରତିବଦ୍ଧତା ପାଇଁ ସେ ଏହି ସ୍ଥାନରେ ରହିଛନ୍ତି, ଯାହା ବର୍ତ୍ତମାନ ୨୯ ନିୟୁତ ପିଲାଙ୍କ ସମେତ ୧୦ କୋଟିରୁ ଅଧିକ ଜୀବନକୁ ଛୁଇଁଛି।
ମୁମ୍ବାଇର ଫୋର୍ ସିଜନ୍ସ ହୋଟେଲରେ ଫର୍ଚ୍ୟୁନ୍ ଇଣ୍ଡିଆ ଏହାର ସର୍ବାଧିକ ପ୍ରଭାବଶାଳୀ ମହିଳା ବା ମୋଷ୍ଟ୍ ପାୱାରଫୁଲ୍ ଓମେନ୍ (ଏମ୍ପିଡବ୍ଲ୍ୟୁ) ୨୦୨୬ କାର୍ଯ୍ୟକ୍ରମ ଗତ ଶୁକ୍ରବାର ଆୟୋଜନ କରିଥିଲା। ଭାରତରେ ବ୍ୟବସାୟ, ଅର୍ଥ, ପ୍ରଯୁକ୍ତି, ସ୍ବାସ୍ଥ୍ୟସେବା, ସାର୍ବଜନୀନ ନୀତି ଏବଂ ଉଦ୍ୟମିତା କ୍ଷେତ୍ରର ଅଗ୍ରଣୀ ମହିଳାମାନେ ଏଥିରେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଫର୍ଚ୍ୟୁନ୍ ଇଣ୍ଡିଆର ସର୍ବାଧିକ ପ୍ରଭାବଶାଳୀ ମହିଳା ୨୦୨୬ ତାଲିକା ଉନ୍ମୋଚନ କରାଯାଇଥିଲା। ସେଥିରେ ଦେଶର ଅର୍ଥନୈତିକ ଓ ବ୍ୟବସାୟ ଜଗତକୁ ନୂଆ ଦିଗ ଦେଉଥିବା ୧୦୦ ମହିଳାଙ୍କୁ ସ୍ବୀକୃତି ମିଳିଥିଲା। ଏହି ସନ୍ଧ୍ୟାରେ କୃତ୍ରିମ ବୁଦ୍ଧିମତ୍ତା, ଆର୍ଥିକ ସଶକ୍ତୀକରଣ, ଉଦ୍ୟମିତା, ଅନ୍ତର୍ଭୁକ୍ତୀକରଣ, ଦେଶଗଠନ ଏବଂ ଭବିଷ୍ୟତର ନେତୃତ୍ବ ଭଳି ବିଷୟ ଉପରେ ଅନେକ ପ୍ରଭାବଶାଳୀ ଆଲୋଚନା ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ରିଲାଏନ୍ସ ଫାଉଣ୍ଡେସନ୍ର ଅଧ୍ୟକ୍ଷ ତଥା ଚଳିତବର୍ଷର ପ୍ରଭାବଶାଳୀ ମହିଳା ତାଲିକାର ୧ ନମ୍ବର ସ୍ଥାନରେ ଥିବା ନୀତା ଅମ୍ବାନୀ ନେତୃତ୍ବର ଏକ ବ୍ୟାପକ ସଜ୍ଞା ପାଇଁ ଆହମ୍ବାନ ଦେଇଥିଲେ, ଯେଉଁଥିରେ ଦୟା, ଅନ୍ତର୍ଭୁକ୍ତୀକରଣ ଏବଂ ସୁଯୋଗ ରହିଥିବ। ଏଥିସହିତ ଝିଅମାନଙ୍କଠାରେ ନିବେଶ ଭାରତର ଉନ୍ନତ ଭବିଷ୍ୟତ ପାଇଁ ପ୍ରଧାନ ବିଷୟ ବୋଲି ସେ ଗୁରୁତ୍ବାରୋପ କରିଥିଲେ।
/filters:format(webp)/sambad/media/media_files/2026/07/11/nita-ambani-2026-07-11-23-54-57.jpeg)
ବିଭିନ୍ନ ଅଧିବେଶନରେ ଯୋଗ ଦେଇଥିବା ବ୍ୟବସାୟିକ ନେତୃବୃନ୍ଦ ଆଲୋକପାତ କରିଥିଲେ ଯେ ଯଦିଓ କୃତ୍ରିମ ବୁଦ୍ଧିମତ୍ତା, ଭୂ-ରାଜନୈତିକ ପରିବର୍ତ୍ତନ ଏବଂ ଦ୍ରୁତ ପ୍ରଯୁକ୍ତିଗତ ପରିବର୍ତ୍ତନ ଶିଳ୍ପଗୁଡ଼ିକୁ ରୂପାନ୍ତରିତ କରୁଛି, ତଥାପି ନେତୃତ୍ବର ଦୀର୍ଘ ସ୍ଥାୟିତ୍ବ କୌତୂହଳ, ଜଟିଳ ପରିସ୍ଥିତିକୁ ପରିଚାଳନା କରିବାର ଦକ୍ଷତା, ଗ୍ରାହକଙ୍କ ଉପରେ ଧ୍ୟାନ ଏବଂ ମାନବୀୟ ବିବେଚନା ଉପରେ ନିର୍ଭର କରିବା ଜାରି ରହିବ।
World Cup champion: ପ୍ରତି ଭାରତୀୟଙ୍କ ତରଫରୁ ବିଶ୍ବକପ୍ ଚାମ୍ପିଅନ୍ଙ୍କୁ ଆମେ ସମ୍ମାନିତ କରୁଛୁ: ନୀତା ଅମ୍ବାନୀ
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଉପରେ ହୋଇଥିବା ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା ଯେ ମହିଳା ସଶକ୍ତୀକରଣର ପରବର୍ତ୍ତୀ ପର୍ଯ୍ୟାୟ କେବଳ ଆର୍ଥିକ ସେବାଗୁଡ଼ିକର ଉପଲବ୍ଧତାରେ ନୁହେଁ, ବରଂ ସକ୍ରିୟ ସମ୍ପତ୍ତି ସୃଷ୍ଟି ଏବଂ ଆର୍ଥିକ ନିଷ୍ପତ୍ତି ଗ୍ରହଣରେ ପର୍ଯ୍ୟବସିତ ରହିବ। କାର୍ଯ୍ୟକ୍ରମରେ ବିକଶିତ ଭାରତ ଲକ୍ଷ୍ୟ ହାସଲ ପାଇଁ ସମାବେଶୀ କର୍ମସ୍ଥଳୀ ନିର୍ମାଣ, ଦୀର୍ଘସ୍ଥାୟୀ ଉପଭୋକ୍ତା ବ୍ରାଣ୍ଡ୍ ସୃଷ୍ଟି, ପୁଷ୍ଟିକର ଖାଦ୍ୟ ଏବଂ ସ୍ୱାସ୍ଥ୍ୟସେବାର ଭୂମିକା ଉପରେ ମଧ୍ୟ ଗଭୀର ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଆଲୋଚନା ହୋଇଥିଲା।
ନେତୃତ୍ୱ ପାଇଁ ଭାରତର ଏକ ପ୍ରଭାବଶାଳୀ ମଞ୍ଚ ଭାବରେ ମୋଷ୍ଟ ପାୱାରଫୁଲ୍ ଓମେନ୍ ପ୍ଲାଟଫର୍ମ ବିକଶିତ ହେଉଥିବାରୁ, ବ୍ୟବସାୟ ଏବଂ ସମାଜରେ ସାର୍ଥକ ପ୍ରଭାବ ସୃଷ୍ଟି କରୁଥିବା ମହିଳାମାନଙ୍କୁ ସ୍ୱୀକୃତି ଦେବା ପାଇଁ ଫର୍ଚ୍ୟୁନ୍ ଇଣ୍ଡିଆର ଅଙ୍ଗୀକାରବଦ୍ଧତାକୁ ୨୦୨୬ ସଂସ୍କରଣ ଦୃଢ଼ତାର ସହ ସମର୍ଥନ କରିଛି।

2 months ago
19


