Niladri Bije: ନୀଳକନ୍ଦରରେ ନୀଳାଦ୍ରିନାଥ

1 week ago 3
ARTICLE AD BOX

ପୁରୀ: ଆଷାଢ଼ ଶୁକ୍ଲପକ୍ଷ ତ୍ରୟୋଦଶୀ ଅବସରରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କର ପବିତ୍ର ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି । ସୋମବାର ରାତିରେ ତିନି ରଥରୁ ଓହ୍ଲାଇ ଶ୍ରୀଜୀଉମାନେ ରତ୍ନସିଂହାସନରେ ବିରାଜମାନ କରିଛନ୍ତି। ନୀଳାଦ୍ରିନାଥଙ୍କ ନୀଳକନ୍ଦରକୁ ବିଜେ ପାଇଁ ଲକ୍ଷାଧିକ ଭକ୍ତଙ୍କର ଗହଳି ହୋଇଛି। ମହାପ୍ରଭୁଙ୍କର ଏହି ମାନବୀୟ ଲୀଳା ଭବ୍ୟ ଏବଂ ଦିବ୍ୟ ପାଲଟିଛି। ରତ୍ନ ସିଂହାସନ ଅଭିମୁଖେ ମହାପ୍ରଭୁଙ୍କୁ ଗୋଟି ପହଣ୍ଡିରେ ଯାଉଥିବା ବେଳେ ଭକ୍ତମାନେ ଭାବ ବିହ୍ୱଳ ହୋଇଛନ୍ତି। ଅନେକ ଭକ୍ତ ଆଖିରୁ ଲହୁ ଝରାଇଛନ୍ତି। 

ବର୍ଷା ଯୋଗୁଁ ଆଜି ଶ୍ରୀଜୀଉମାନଙ୍କର ପହଣ୍ଡି ନୀତିରେ ବିଳମ୍ବ ହୋଇଥିଲା। ନିର୍ଦ୍ଧାରିତ ସମୟ ପରେ ମହାପ୍ରଭୁଙ୍କର ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନଙ୍କ  ପହଣ୍ଡି ରାତି ୯ଟାରେ ଆରମ୍ଭ ହୋଇଥିଲା। ବଡ଼ ଠାକୁରଙ୍କର ପହଣ୍ଡ ରାତି ପ୍ରାୟ ୯ଟା ୩୦ରେ ଆରମ୍ଭ ହୋଇଥିଲା। ୧୦ଟା ୧୦ରେ ବଳଭଦ୍ର ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ । ରାତି ୧୧ଟା ୧୫ରେ ମା’ ସୁଭଦ୍ରାଙ୍କର ପହଣ୍ଡି ଆରମ୍ଭ ହୋଇଥିଲା। ମା’ ସୁଭଦ୍ରାଙ୍କ ରତ୍ନବେଦିରେ ୧୧ଟା ୩୦ରେ ପହଞ୍ଚିଲା ପରେ ବିଶ୍ୱନିୟନ୍ତା ରଥରୁ ଓହ୍ଲାଇ ନୀଳକନ୍ଦରରେ ପ୍ରବେଶ କରିଥିଲେ। 

ନୀଳାଦ୍ରି ବିଜେରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଅଭିମାନିନୀ ମା’ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ମାନଭଞ୍ଜନ କରିଥିଲେ । ଏହି ଅବସରରେ ସେବାୟତ, ଭକ୍ତମାନେ ମଧ୍ୟ ମାଟିହାଣ୍ଡିରେ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ରସଗୋଲା ସମର୍ପଣ କରିଥିଲେ। ରଥ ଆଗରେ ରଥାରୂଢ଼ ଶ୍ରୀଜିଉମାନଙ୍କୁ ରସଗୋଲା ଭୋଗ କରିବା ସହିତ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁମାନଙ୍କୁ ବାଣ୍ଟିଥିଲେ। ରତ୍ନବେଦିରେ ମହାପ୍ରଭୁ ବିରାଜମାନ କରିସାରିଛନ୍ତି । ଆଜିଠାରୁ ଭକ୍ତମାନେ ପୁଣି ଥରେ ରତ୍ନସିଂହାସନରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ସେହିପରି ଆନନ୍ଦ ବଜାରରେ ଭକ୍ତମାନଙ୍କୁ ଅବଢ଼ା ମିଳିପାରିବ। 

Bahuda Yatra In Sydney: ସିଡନୀ ଶ୍ରୀଜଗନ୍ନାଥ ମନ୍ଦିରରେ ବାହୁଡ଼ାଯାତ୍ରା, ସୁନା ବେଶ, ଅଧରପଣା ଓ ନୀଳାଦ୍ରି ବିଜେ ପାଳିତ

ଆଜି ଚତୁର୍ଦ୍ଧାମୂର୍ତ୍ତି ନୀଳାଦ୍ରି ବିଜେ କରିବା ସହ ରତ୍ନବେଦିରେ ଅଧିଷ୍ଠିତ ହୋଇଛନ୍ତି। ବିଜେ କାହାଳୀ, ଘଣ୍ଟଘଣ୍ଟାର ତାଳେ ତାଳେ ଗୋଟି ପହଣ୍ଡିରେ ଶ୍ରୀବିଗ୍ରହମାନେ ନୀଳକନ୍ଦରକୁ ବିଜେ କରିଲା। ହରିବୋଲ, ହୁଳହୁଳି ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନିରେ ସିଂହଦ୍ୱାର କମ୍ପି ଉଠିଛିଲା।

ପୁଣି ବର୍ଷକ ପରେ ମହାପ୍ରଭୁ ରତ୍ନବେଦି ଛାଡ଼ି ଜନ୍ମବେଦିକୁ ଯିବା ପାଇଁ ରଥାରୂଢ଼ ହେବେ। ତେଣୁ ରଥାରୂଢ଼ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆଜି ଥିଲା ଚଳିତ ବର୍ଷର ଶେ‌ଷ ଅବସର। ତେଣୁ ପର୍ଯ୍ୟଟକଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଲୋକେ ଏ ସୁଯୋଗ ଛାଡ଼ିବାକୁ ପ୍ରସ୍ତୁତ ନଥିଲେ। ଅପରାହ୍ଣ ହେଉହେଉ ହଜାର ହଜାର ସଂଖ୍ୟାରେ ଭକ୍ତ ସିଂହଦ୍ବାର ସମ୍ମୁଖରେ ଥିବା ତିନିରଥ ପାଖରେ ରୁଣ୍ଡ ହୋଇଯାଇଥିଲେ। ମହାବାହୁ, ମହାପ୍ରଭୁ, କାଳିଆ ସାଆନ୍ତ, ଜୟ ଜଗନ୍ନାଥ ଡାକରେ ସମଗ୍ର ଅଞ୍ଚଳ କମ୍ପି ଉଠିଥିଲା।

Read Entire Article
LEFT SIDEBAR AD

Hidden in mobile, Best for skyscrapers.