Nicolas Otamendi: ଆର୍ଜେଣ୍ଟିନା ଡିଫେଣ୍ଡର ଓତାମେଣ୍ଡିଙ୍କ ଅବସର

1 week ago 6
ARTICLE AD BOX

ଆର୍ଜେଣ୍ଟିନା ଡିଫେଣ୍ଡର ନିକୋଲାସ ଓତାମେଣ୍ଡି ଗୁରୁବାର ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଫଳରେ ୨୦୨୨ ବିଶ୍ବକପ୍‌ ଏବଂ ୨ କୋପା ଆମେରିକା ବିଜେତା ଦଳରଏହି ସଦସ୍ୟଙ୍କ ୧୭ ବର୍ଷର ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ଜୀବନର ଅବସାନ ଘଟିଛି।

 (google) Photograph: (google)

ନୂଆଦିଲ୍ଲୀ: ଆର୍ଜେଣ୍ଟିନା ଡିଫେଣ୍ଡର ନିକୋଲାସ ଓତାମେଣ୍ଡି ଗୁରୁବାର ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଫଳରେ ୨୦୨୨ ବିଶ୍ବକପ୍‌ ଏବଂ ୨ କୋପା ଆମେରିକା ବିଜେତା ଦଳରଏହି ସଦସ୍ୟଙ୍କ ୧୭ ବର୍ଷର ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ ଜୀବନର ଅବସାନ ଘଟିଛି। ୩୮ ବର୍ଷୀୟ ‌ଏହି ସେଣ୍ଟର ବ୍ୟାକ୍‌ ଖେଳାଳି ଆର୍ଜେଣ୍ଟିନା ପାଇଁ ୧୩୯ ମ୍ୟାଚ୍‌ ଖେଳିଛନ୍ତି। ଆମେରିକାରେ ଖେଳାଯାଇଥିବା ସ୍ପେନ୍‌ ବିପକ୍ଷ ଫାଇନାଲ୍‌ରେ ସେ ଆର୍ଜେଣ୍ଟିନା ଦଳର ସଦସ୍ୟ ରହିଥିଲେ। ଓତାମେଣ୍ଡି ନିକଟରେ ଆର୍ଜେଣ୍ଟିନାର ଫୁଟ୍‌ବଲ୍‌ କ୍ଲବ୍‌ ରିଭର ପ୍ଲେଟ୍‌ରେ ଯୋଗଦେଇଛନ୍ତି। ପୂର୍ବରୁ ସେ ବିଭିନ୍ନ ୟୁରୋପୀୟ କ୍ଲବ୍‌ ପୋର୍ତୋ, ଭାଲେନସିଆ, ମାଞ୍ଚେଷ୍ଟର ସିଟି ଓ ବେନିଫିକାରୁ ୧୬ ବର୍ଷ ଧରି ଖେଳିଥିଲେ। ସାମାଜିକ ଗଣମାଧ୍ୟମ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟରେ ସେ ଲେଖିଛନ୍ତି, ‘‘ଆଜି ମୁଁ ମୋ ଖେଳ ଜୀବନର ଏକ କଷ୍ଟକର ଲେଖା ଲେଖୁଛି। ମୋର ଭାଗ୍ୟ ଏମିତି, ମୋର ଶେଷ ମ୍ୟାଚ୍‌ ବିଶ୍ବକପ୍‌ ଫାଇନାଲ୍‌ ଥିଲା। ଯେପରି ଚାହୁଥିଲୁ ସେପରି ଫଳାଫଳ ପାଇ ନଥିଲୁ, ତଥାପି ମୁଁ ଗର୍ବର ସହ ବିଦାୟ ନେଉଛି। କାରଣ ଏହି ଦଳ ଶେଷ ସେକେଣ୍ଡ ପର୍ଯ୍ୟନ୍ତ ନିଜର ସବୁକିଛି ଦେଇଥିଲା।’’

ଆହୁରି ପଢ଼ନ୍ତୁ: ନୋଏଡା ସେକ୍ଟର ୬୧ର ସ୍ବର୍ଣ୍ଣ କ୍ଷେତ୍ରରେ ବାହୁଡ଼ାଯାତ୍ରା ଆୟୋଜନ

ଅଧିକ ଦେଖନ୍ତୁ:

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.