New Zealand: ନ୍ୟୁଜିଲାଣ୍ଡକୁ ଚାଲାଣ ହେଉଥିବା ୫ କୋଟିର ଡ୍ରଗ୍ସ ଜବତ

1 week ago 5
ARTICLE AD BOX

ମୁମ୍ବାଇ: ଅନ୍ତର୍ଜାତୀୟ ସ୍ତରରେ ନିଷେଧାଦେଶ ପ୍ରାପ୍ତ ଡ୍ରଗ୍ସ ଚୋରା ଚାଲାଣ କରୁଥିବା ଏକ ବଡ଼ ସିଣ୍ଡିକେଟ୍ର ପର୍ଦ୍ଦାଫାଶ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ର ମୁମ୍ବାଇ ଜୋନାଲ୍ ୟୁନିଟ୍। ନ୍ୟୁଜିଲାଣ୍ଡକୁ ପଠାଯାଉଥିବା ୩ଟି ଆନ୍ତର୍ଜାତୀୟ କୋରିୟର୍ ପାର୍ସଲରୁ ପ୍ରାୟ ୫ କୋଟି ଟଙ୍କା ମୂଲ୍ୟର ୧୦.୯୯ କିଲୋଗ୍ରାମ ''ଏଫିଡ୍ରିନ୍'' ଜବତ କରାଯିବା ସହ ଏହି ଘଟଣାରେ ଚେନ୍ନାଇରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଶୁକ୍ରବାର ଓ ରବିବାର ଏନସିବି ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଗୁପ୍ତ ସୂଚନା ଆଧାରରେ ଏନସିବି ଗତ ଜୁଲାଇ ୨୧ ତାରିଖରେ ଦୁଇଟି ଏବଂ ଜୁଲାଇ ୨୫ ତାରିଖରେ ଆଉ ଗୋଟିଏ କୋରିୟର୍ ପାର୍ସଲକୁ ଜବତ କରିଥିଲା। ପ୍ରଥମ ଦୁଇଟି ପାର୍ସଲକୁ ଯାଞ୍ଚ କରିବା ପରେ ଫ୍ଲୋର୍ ମ୍ୟାଟ୍ ଏବଂ ଲୁଗା ରୋଲଗୁଡ଼ିକ ମଝିରେ ଗୁପ୍ତ ଭାବେ ଲୁଚାଯାଇଥିବା ୭ କିଲୋଗ୍ରାମ ଏଫିଡ୍ରିନ୍ ମିଳିଥିଲା। ପାର୍ସଲ୍ଗୁଡ଼ିକରେ ଥିବା ସମସ୍ତ କାଗଜପତ୍ର ଓ ଜାଲ୍ ପରିଚୟପତ୍ର ବ୍ୟବହାର କରାଯାଇଥିବା ଜଣାପଡ଼ିଥିଲା। ଏହି ତଥ୍ୟ ଆଧାରରେ ଏନସିବି ଟିମ୍ ଚେନ୍ନାଇର ଟ୍ରିପ୍ଲିକେନ୍ ଅଞ୍ଚଳରେ ଚଢ଼ାଉ କରି ଜୁଲାଇ ୨୩ ତାରିଖରେ ''ଏସ୍ ହମିଦ୍'' ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲା।

ଚେନ୍ନାଇରୁ ଜଣେ ଗିରଫ

ତାଙ୍କ ଘରୁ ପ୍ୟାକିଂ ସାମଗ୍ରୀ, ଡିଜିଟାଲ୍ ଓଜନ ମେସିନ୍, ସିଲିଂ ମେସିନ୍, ଜାଲ୍ ଆଇଡି କାର୍ଡ ଓ ଆପତ୍ତିଜନକ କାଗଜପତ୍ର ଜବତ କରାଯାଇଥିଲା। ହମିଦଙ୍କୁ ଜେରା କରିବା ପରେ ଏନସିବି ମହାରାଷ୍ଟ୍ରର କଲ୍ୟାଣ ଅଞ୍ଚଳରୁ ଜୁଲାଇ ୨୫ ତାରିଖରେ ତୃତୀୟ କୋରିୟର୍ ପାର୍ସଲକୁ ଜବତ କରିଥିଲା। ବେଡ୍ସିଟ୍ ଏବଂ ଫୋଟୋ ଫ୍ରେମ୍ ଭିତରୁ ଆଉ ୩.୯୯ କିଲୋଗ୍ରାମ ଏଫିଡ୍ରିନ୍ ଜବତ କରାଯାଇଥିଲା। ଏଜେନ୍ସି ଅନୁଯାୟୀ, ଏହି ନେଟୱର୍କଟି ଚେନ୍ନାଇରୁ ପରିଚାଳିତ ହେଉଥିଲା ଏବଂ ସେମାନେ ଧରାପଡ଼ିବା ଭୟରେ ମୁମ୍ବାଇ, ପୁଣେ ଭଳି ଭିନ୍ନ ଭିନ୍ନ ସହରକୁ ଯାଇ ପାର୍ସଲ୍ ବୁକ୍ କରୁଥିଲେ। ଏଥିରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବାକୁ ତଦନ୍ତ ଜାରି ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.