New UN: ନୂଆ ଜାତିସଂଘ ମାନଚିତ୍ରରେ ଅରୁଣାଚଳ, ଅକ୍ସାଇ ଚୀନ୍‌କୁ ନେଇ ଅସଙ୍ଗତି; ଭାରତର ଆପତ୍ତି

1 week ago 4
ARTICLE AD BOX

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ ଓ ଅକ୍ସାଇ ଚୀନ୍‌କୁ ନେଇ ଜାତିସଂଘର ନୂଆ ବିଶ୍ୱ ମାନଚିତ୍ରରେ ଦେଖାଯାଇଥିବା ଅସଙ୍ଗତି ଉପରେ ଭାରତ ଆପତ୍ତି ଜଣାଇଛି। ନୂଆ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ଓ ଅକ୍ସାଇ ଚିନ୍‌କୁ ଭାରତ ଓ ଚୀନ୍‌ର ନିଜ ନିଜ ଦାବି କରୁଥିବା ସୀମାରେଖା ମଧ୍ୟରେ ପୃଥକ୍ ଅଞ୍ଚଳ ଭାବେ ଦର୍ଶାଯାଇଛି। ଏହାକୁ ନେଇ ଭାରତର ବୈଦେଶିକମନ୍ତ୍ରଣାଳୟ ସମ୍ପୃକ୍ତ ଅଧିକାରୀଙ୍କ ନିକଟରେ ଆପତ୍ତି ଉଠାଇଥିବା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ୍‌ ମଙ୍ଗଳବାର କହିଛନ୍ତି।

ଆହୁରି ପଢନ୍ତୁ :BRICS: ବ୍ରିକ୍ସ ଶିଖର ସମ୍ମିଳନୀ ପାଇଁ ଦିଲ୍ଲୀ ସଜେଇ ହେଉଛି: ୩ ଦିନ ବନ୍ଦ ରହିବ କୋର୍ଟ ଓ ସରକାରୀ କାର୍ଯ୍ୟାଳୟ

ଜୟସ୍ୱାଲ୍‌ କହିଛନ୍ତି, ଜାତିସଂଘର ସାଧାରଣ ସଭାରେ ‘କରେକ୍ଟ ଦ ମ୍ୟାପ୍‌’ ନାମକ ପ୍ରସ୍ତାବ ଆସିଥିବାବେଳେ ଭାରତ ଏହାକୁ ସମର୍ଥନ କରିଥିଲା। କିନ୍ତୁ ଏହି ସମର୍ଥନକୁ ଜାତିସଂଘର କୌଣସି ନିର୍ଦ୍ଦିଷ୍ଟ ମାନଚିତ୍ରକୁ ଭାରତର ସ୍ୱୀକୃତି ବୋଲି ଧରାଯାଇପାରିବ ନାହିଁ। ପ୍ରସ୍ତାବରଉଦ୍ଦେଶ୍ୟ ହେଉଛି ଭୂଖଣ୍ଡର ପ୍ରକୃତ ଆକାରକୁ ଅଧିକ ସଠିକ୍‌ ଭାବେ ଦର୍ଶାଉଥିବା ‘ଇକ୍ୱାଲ୍‌-ଏରିଆ’ ମାନଚିତ୍ର ବ୍ୟବହାରକୁ ପ୍ରୋତ୍ସାହନ ଦେବା। ଏହା କୌଣସି ଦେଶର ସୀମା କିମ୍ବା ବିବାଦୀୟ ଅଞ୍ଚଳର ରାଜନୈତିକ ସ୍ଥିତି ନିର୍ଦ୍ଧାରଣ କରୁନାହିଁ।

ଆହୁରି ପଢନ୍ତୁ :BJP: ବିଜେପିର ‘ନାରାଜ ଫୁଫା’ ରିଲ୍‌, ବୁଲେଟ୍‌ ଟ୍ରେନ୍‌କୁ ନେଇ କଂଗ୍ରେସକୁ ମୋଦୀଙ୍କ କଟାକ୍ଷ ପରେ ଭିଡିଓ


ଜାତିସଂଘ ପକ୍ଷରୁ ଜୁଲାଇ ୧ରେ ପ୍ରକାଶିତ ଏହି ମାନଚିତ୍ରରେ ଅରୁଣାଚଳ ପ୍ରଦେଶକୁ ଏକ ସ୍ୱତନ୍ତ୍ର ଅଞ୍ଚଳ ଭଳି ଦର୍ଶାଯାଇଛି। ଏଥିରେ ଅରୁଣାଚଳର ନାଗାଲାଣ୍ଡ ସହ ଥିବା ସୀମା ଦେଖାଯାଇନାହିଁ। ଏହାର ଗୋଟିଏ ପାର୍ଶ୍ୱରେ ଆସାମ ଓ ଅନ୍ୟ ପାର୍ଶ୍ୱରେ ଚୀନ୍‌ ଦେଖାଯାଇଛି। ଅକ୍ସାଇ ଚୀନ୍‌କୁ ମଧ୍ୟ ଭାରତ ଓ ଚୀନ୍‌ ମଧ୍ୟରେ ଏକ ପୃଥକ୍ ଅଞ୍ଚଳ ଭାବେ ଦର୍ଶାଯାଇଛି। ମାନଚିତ୍ରରେ ଏଭଳି ଚିତ୍ରଣ କରାଯିବାର କାରଣ ସମ୍ପର୍କରେ ଜାତିସଂଘ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ।

ଆହୁରି ପଢନ୍ତୁ :Judgement: ଅଡୁଆରେ ବିଦ୍ୟାଭାରତୀ; ଅକ୍ଟୋବର ୧ ସୁଦ୍ଧା ହାଜର ହେବାକୁ ନିର୍ଦ୍ଦେଶ

ଭାରତର ଆଧିକାରିକ ମତ ଅନୁସାରେ ଅରୁଣାଚଳ ପ୍ରଦେଶ ଦେଶର ଅବିଚ୍ଛେଦ୍ୟ ଅଂଶ। ସେହିପରି ଅକ୍ସାଇ ଚୀନ୍‌ ସମେତ ସମଗ୍ର ଜମ୍ମୁ-କାଶ୍ମୀର ଓ ଲଦାଖ ଭାରତର ଅଖଣ୍ଡ ଅଂଶ ବୋଲି ନୂଆଦିଲ୍ଲୀ ସ୍ପଷ୍ଟ କରିଆସିଛି। ଭାରତର ସାର୍ବଭୌମତ୍ୱ ଓ ଭୂଖଣ୍ଡୀୟ ଅଖଣ୍ଡତା ସମ୍ପର୍କରେ ଦେଶର ଆଭିମୁଖ୍ୟ ସ୍ପଷ୍ଟ ଓ ଅପରିବର୍ତ୍ତନୀୟ ବୋଲି ଜୟସ୍ୱାଲ୍‌ କହିଛନ୍ତି।

ଆହୁରି ପଢନ୍ତୁ :Karnnataka: କର୍ଣ୍ଣାଟକରେ ସିଦ୍ଦରମୈୟାଙ୍କ ୭୫% ସଂରକ୍ଷଣ ଦାବି: ନିଜ ଜାଲରେ ଫସିଲା କଂଗ୍ରେସ, ଜାତିଗତ ସର୍ଭେ ରିପୋର୍ଟ ଲାଗୁ ପାଇଁ ଚାପ


ଏହି ମାନଚିତ୍ରରେ ଜମ୍ମୁ-କାଶ୍ମୀରରେ ଭାରତ ଓ ପାକିସ୍ତାନ ମଧ୍ୟରେ ନିୟନ୍ତ୍ରଣରେଖାକୁ ଡଟେଡ୍‌ ଲାଇନ୍‌ରେ ଦର୍ଶାଯାଇଛି। ତଳ ଟିପ୍ପଣୀରେ ଏହାକୁ ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ମତି ହୋଇଥିବା ନିୟନ୍ତ୍ରଣରେଖାର ଆନୁମାନିକ ଚିତ୍ର ବୋଲି କୁହାଯାଇଛି। ତେବେ ଜମ୍ମୁ-କାଶ୍ମୀରର ଚୂଡ଼ାନ୍ତ ସ୍ଥିତି ନେଇ ଉଭୟ ଦେଶ ମଧ୍ୟରେ ଏପର୍ଯ୍ୟନ୍ତ ସହମତି ହୋଇନଥିବା ମଧ୍ୟ ଉଲ୍ଲେଖ ଅଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.