Never seen such a flood: ଏବେ ବି ରିଲିଫ୍‌ ଅପେକ୍ଷାରେ ପ୍ରଭାବିତ: ‘ଏମିତି ବନ୍ୟା ଦେଖିନଥିଲୁ’

2 days ago 1
ARTICLE AD BOX

ରିତେନ୍ଦ୍ର ଛାଟୋଇ

ବାଲେଶ୍ବର: ‘ଏଭଳି ବନ୍ୟା ଜୀବଦ୍ଦଶାରେ କେବେ ଦେଖିନଥିଲୁ, ଏତେ ପାଣି କେବେ ଆସିନଥିଲା। ହେ‌ଲେ, ପ୍ରଶାସନ ପାଦ ଆମ ଦୁଆରେ ପଡ଼ିଲାନି, ଶୁଖିଲା ଖାଦ୍ୟ ତ କିଛି ମିଳିଲାନି, ପାନୀୟ ଜଳ ପାଇଁ ବି ହନ୍ତସନ୍ତ ହେଲୁ।’ କୋହଭରା କଣ୍ଠରେ ଏମିତି କହିଛନ୍ତି ବାଲେଶ୍ବରଜିଲ୍ଲା ସଦର ବ୍ଲକ୍‌ ସିନ୍ଧିଆ ପଞ୍ଚାୟତ କେଶରପୁର ଗ୍ରାମର ରାମଚନ୍ଦ୍ର ମହାନ୍ତି (୮୭)। କେବଳ ରାମଚନ୍ଦ୍ର କାହିଁକି, ବନ୍ୟା ପ୍ରଭାବିତ ଅଞ୍ଚଳରେ ଆହୁରି ଅନେକ ଲୋକ ଏହିଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ବୁଢ଼ାବଳଙ୍ଗ ବନ୍ୟାରେ ପ୍ରଭାବିତ ଲୋକଙ୍କର ଏହା ଅଙ୍ଗେନିଭା କଥା। 

Neglect:କାମରେ ଆସୁନି କୋଟିଏ ଟଙ୍କାର ଗୋଶାଳା, ରାଜପଥରେ ଗାଈଗୋରୁ

ଏବେ ବି ରିଲିଫ୍‌ ଅପେକ୍ଷାରେ ପ୍ରଭାବିତ
କିଏ ରାସ୍ତା ଉପରେ, କିଏ ଜରିପାଲ ତଳେ
ପାଣିରେ ବୁଡ଼ିଛି ଏକର ଏକର ଫସଲ

ବାଲେଶ୍ବର ଜିଲ୍ଲାରେ ବୁଢ଼ାବଳଙ୍ଗ ସହିତ କାଂଶବାଂଶ ଓ ସୋନ ନଦୀରେ ବନ୍ୟା ଆସିଛି। ଯଦିଓ ଜଳସ୍ତର ହ୍ରାସ ପାଇଛି, ଏହାର ପ୍ରଭାବ ସଦର, ବସ୍ତା, ନୀଳଗିରି, ସୋର, ସିମୁଳିଆ ଭଳି କେତେକ ବ୍ଲକ୍‌ରେ ଦେଖିବାକୁ ମିଳିଛି। ତେବେ, ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ସଦର ବ୍ଲକ୍‌ ଅନ୍ତର୍ଗତ ୧୮ଟି ପଞ୍ଚାୟତ। ଆଜି ‘ସମ୍ବାଦ ଟିମ୍‌’ ସଦର ବ୍ଲକ୍‌ର ବନ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କଲାବେଳେ କେତେକ ଦୃଶ୍ୟ ସାମନାକୁ ଆସିଛି। ଯେମିତିକି, ଗୋପୀନାଥପୁର ଗ୍ରାମ ପଞ୍ଚାୟତ ତେଲିସାହିର ଅଶୋକ ସିଂହ ଦୁଇଦିନ ହେବ ରାସ୍ତା ଉପରେ ପାଲ ପକାଇ ନିଜ ପରିବାର ସହ ଶୋଉଥିବା ଦେଖିବାକୁ ମିଳିଛି। ଘର ଭିତ‌ରେ ଆଣ୍ଠୁଏ ପାଣି, କାମଧନ୍ଦା ବନ୍ଦ। ପାଖରେ ଟଙ୍କାଟିଏ ନାହିଁ। ରିଲିଫ୍‌ ବି ପହଞ୍ଚିନି, ସମସ୍ତେ ପ୍ରଶାସନର ବାଟକୁ ଅନାଇ ବସିଛନ୍ତି। ତେଲିଡିହିର ଶିବ ମାଝୀ, ପତ୍ନୀ ମାଳତୀ ମାଝୀ ରାସ୍ତା ପାର୍ଶ୍ବରେ ନିଜ ପିଲାଛୁଆଙ୍କୁ ନେଇ ଜରିପାଲ ଟାଣି ମୁଣ୍ଡ ଗୁଞ୍ଜିଛନ୍ତି। ତାଙ୍କ ଘର ଭିତରେ ପାଣି, ରୋଷେଇ କରି ପାରୁନାହାନ୍ତି କି ଶାନ୍ତିରେ ଶୋଇ ମଧ୍ୟ ପାରୁନାହାନ୍ତି।

Horoscope 2026 August 01: ଜାଣନ୍ତୁ ଆଜିର ରାଶିଫଳ...

ଘରେ ଯାହା ଖାଦ୍ୟପଦାର୍ଥ ଥିଲା ସବୁ ଓଦା ହୋଇଯାଇଛି। ବିଶୁଦ୍ଧ ପାନୀୟଜଳ ଟୋପେ ମିଳୁନାହିଁ। ଓଲନ୍ଦା ସାରଗାଁ, ଗୋପୀନାଥପୁର ପଞ୍ଚାୟତର ବନ୍ୟା ପୀଡ଼ିତ ମଧ୍ୟ ସମାନ କଥା କହିଛନ୍ତି, ସେମାନଙ୍କ ଅଞ୍ଚଳକୁ କୌଣସି ଅଧିକାରୀ ଯାଇନଥିବା ବେଳେ ରିଲିଫ୍‌ ପଠାଯାଇନି ବୋଲି ଗୋପୀନାଥପୁର ପଞ୍ଚାୟତ ଭାଟବଇଁଚାର ବାସିନ୍ଦା ସନାତନ ଦାସ କହିଛନ୍ତି। ଏବେବି ଭାଟ ବଇଁଚା ଗାଁ ପାଣି ଘେରରେ ରହିଛି। ବୁଢ଼ାବଳଙ୍ଗ, ଜଳକା ବନ୍ୟାରେ ବାଲେଶ୍ବର ସଦର ବ୍ଲକ୍‌ର ୮୬ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ କାଁଭାଁ ଲୋକଙ୍କ ନିକଟରେ ପ୍ରଶାସନ ପହଞ୍ଚିଛି। ଫଟୋଉଠା, ପ୍ରେସ୍‌ ରିଲିଜ୍‌ରେ ପ୍ରଶାସନର ଶୁଖିଲା ଖାଦ୍ୟ, ଗୋଖାଦ୍ୟ ବଣ୍ଟନ ସୀମିତ ଥିବା ‘ସମ୍ବାଦ-ଗ୍ରାଉଣ୍ଡ ଜିରୋ’ରୁ ସ୍ଥିତି ପରଖିଲା ବେଳେ ଜଣାପଡ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.