Neredi: ପ୍ରତିବାଦ ଯୋଗୁଁ ନେରେଡି ଅଞ୍ଚଳରେ ଯୁଗ୍ମ ଯାଞ୍ଚ କମିଟିର ଗସ୍ତ ବାତିଲ

2 weeks ago 6
ARTICLE AD BOX

ପାରଳାଖେମୁଣ୍ଡି : ନେରେଡି ବ୍ୟାରେଜ୍‌ ପ୍ରକଳ୍ପ ପାଇଁ କାଶୀନଗର ତହସିଲଅଞ୍ଚଳରେ ଜମି ଚିହ୍ନଟ ଓ ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ପ୍ରତିବାଦ ତୀବ୍ର ହେବା ପରେ ଆଜି ହେବାକୁ ଥିବା ଉଭୟ ରାଜ୍ୟର ଯୁଗ୍ମ ଯାଞ୍ଚ କମିଟିର କ୍ଷେତ୍ର ପରିଦର୍ଶନ ବାତିଲ ହୋଇଛି। ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ସମ୍ପୃକ୍ତ ଅଧିକାରୀଙ୍କୁ ନେଇ ଗଠିତ ଯାଞ୍ଚ କମିଟି ନେରେଡି ପ୍ରକଳ୍ପ ଅଞ୍ଚଳ ଗସ୍ତ କରି ଜମିର ସ୍ଥିତି ଓ ଆବଶ୍ୟକତା ଯାଞ୍ଚ କରିବାର କାର୍ଯ୍ୟକ୍ରମ ଥିଲା। ତେବେ ଜମି ଅଧିଗ୍ରହଣକୁ ବିରୋଧ କରି ସ୍ଥାନୀୟ ଅଞ୍ଚଳବାସୀ ପ୍ରତିବାଦ କରିବାରୁ ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି। ଆଗାମୀ ଦିନରେ ପୁଣି ଥରେ ତାରିଖ ଧାର୍ଯ୍ୟ କରି ଯୁଗ୍ମ ଯାଞ୍ଚ କମିଟି ଅଞ୍ଚଳ ପରିଦର୍ଶନ କରିବ ବୋଲି ସୂଚନା ମିଳିଛି।

ତେବେ ଯାଞ୍ଚ କମିଟିର ପରବର୍ତ୍ତୀ ଗସ୍ତ ପୂର୍ବରୁ ପ୍ରଭାବିତ ଅଞ୍ଚଳର ଲୋକଙ୍କ ସହ ସରକାରଙ୍କ ପ୍ରତିନିଧି ଦଳ ଆଲୋଚନା କରିବାକୁ ଦାବି ରଖିଛି ବଂଶଧାରା ସଂଗ୍ରାମ ସମିତି । ଜମି ଅଧିଗ୍ରହଣ ଯୋଗୁଁ ପ୍ରଭାବିତ ହେବାକୁ ଥିବା ଲୋକଙ୍କ ଆପତ୍ତି, ସମସ୍ୟା ଓ ଦାବି ଶୁଣିବା ପରେ ପରବର୍ତ୍ତୀ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେବାକୁ ମତ ରଖିଛନ୍ତି ପ୍ରତିବାଦ ସଭାରେ ଯୋଗ ଦେଇଥିବା ବିଭିନ୍ନ ସଂଗଠନର ପ୍ରତିନିଧି ଓ ଗ୍ରାମବାସୀ ।

ଆହୁରି ପଢନ୍ତୁ: Jual Oram: ଜାଳି କରି ସଫା କରିଦେବି, କାହିଁକି ଏମିତି କହିଲେ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ: ତୀବ୍ର ହେବାରେ ଲାଗିଛି ସୁନ୍ଦରଗଡ ବିଜେପି ରାଜନୀତି

ନେରେଡି ପ୍ରକଳ୍ପ ପାଇଁ ଓଡ଼ିଶାରୁ ୧୦୬ ଏକର ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ଏହାକୁ ନେଇ କାଶୀନଗର ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି। ନିଜ ଭିଟାମାଟି ଓ ଚାଷଜମି ହରାଇବା ନେଇ ଲୋକେ ଚିନ୍ତା ପ୍ରକାଶ କରିବା ସହ ପ୍ରଥମେ ସେମାନଙ୍କ ସହ ଆଲୋଚନା କରିବାକୁ ଦାବି କରୁଛନ୍ତି। ଏହି ପରିସ୍ଥିତିରେ ଯୁଗ୍ମ ଯାଞ୍ଚ କମିଟିର ଗସ୍ତ ବାତିଲ ହେବା ଘଟଣା ନେରେଡି ପ୍ରକଳ୍ପ ପ୍ରସଙ୍ଗକୁ ଆହୁରି ଚର୍ଚ୍ଚାକୁ ଆଣିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.