Nepal : ମର ଶରୀର ସଂରକ୍ଷିତ ରଖିବାକୁ ସଂଘର୍ଷ କରୁଛି ନେପାଳ

2 weeks ago 6
ARTICLE AD BOX

କାଠମାଣ୍ଡୁ: ନେପାଳରେ ବନ୍ୟାର ୪ ଦିନ ପରେ ମୃତ୍ୟୁ ସଂଖ୍ୟା ୯୦୦ ଟପିଛି। ୪ ହଜାରରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ମୃତଦେହଗୁଡ଼ିକର ଉଦ୍ଧାର ଜାରି ରହିଥିବାବେଳେ ସେଗୁଡ଼ିକୁ ସଂରକ୍ଷିତ କରି ରଖିବାପାଇଁ ନେପାଳ ଏବେ ସଂଘର୍ଷ କରୁଛି। ବିଦେଶ ସଚିବ ଅମୃତ ବାହାଦୁର ରାୟ କହିଛନ୍ତି, ନେପାଳକୁ ଏବେ ଜରୁରୀ ଭିତ୍ତିରେ ଫ୍ରିଜର୍‌ ୟୁନିଟ୍‌ ଓ ଡିଏନ୍‌ଏ ଟେଷ୍ଟିଂ କିଟ୍‌ର ଆବଶ୍ୟକତା ରହିଛି। ‌

ଆହୁରି ପଢନ୍ତୁ :Mad Dog Menace ପାଗଳ କୁକୁର ଆତଙ୍କରେ ଥରହର ଚନ୍ଦାହାଣ୍ଡି: ୨ ଗୁରୁତର, ୧୦ଜଣ ଆହତ, ଗାଇବଳଦ କ୍ଷତାକ୍ତ

ସେ କହିଛନ୍ତି, ଉଦ୍ଧାର ହେଉଥିବା ମୃତଦେହଗୁଡ଼ିକୁ ତୁରନ୍ତ ସୁରକ୍ଷିତ ରଖିବାର ଆବଶ୍ୟକତା ରହିଛି କାରଣ ସେଗୁଡ଼ିକ ଧୀରେଧୀରେ ପଚିବା ଆରମ୍ଭ କଲାଣି। ତେବେ ସରକାର ରିଲିଫ୍‌ ଓ ଉଦ୍ଧାର ଅପରେସନ୍‌ରେ ସମସ୍ତ ସମ୍ବଳ ଲଗାଇ ଦେଇଛନ୍ତି ବୋଲି ସେ କହିଛନ୍ତି। ଇତିମଧ୍ୟରେ ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ କହିଛନ୍ତି, ନେପାଳ ଏବେ ଅତ୍ୟନ୍ତ ଅକଳ୍ପନୀୟ ଓ ହୃଦୟବିଦାରକ ବିପର୍ଯ୍ୟୟର ସାମ୍ନା କରୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.