Nepal: ନେପାଳକୁ ବିଜୁଳି ଦେଲା ଭାରତ

3 days ago 3
ARTICLE AD BOX

ପଡ଼ୋଶୀ ଦେଶ ନେପାଳକୁ ଭାରତ ବିଜୁଳି ରପ୍ତାନି ଆରମ୍ଭ କରିଛି। ସେପ୍ଟେମ୍ବର ୧୩ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହା ଦୈନିକ ୧୮ ଘଣ୍ଟା ନେପାଳକୁ ବିଜୁଳି ପଠାଇବ

 (Resources for the Future) Photograph: (Resources for the Future)

ନୂଆଦିଲ୍ଲୀ: ପଡ଼ୋଶୀ ଦେଶ ନେପାଳକୁ ଭାରତ ବିଜୁଳି ରପ୍ତାନି ଆରମ୍ଭ କରିଛି। ସେପ୍ଟେମ୍ବର ୧୩ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହା ଦୈନିକ ୧୮ ଘଣ୍ଟା ନେପାଳକୁ ବିଜୁଳି ପଠାଇବ। ଏ ସମ୍ପର୍କିତ ପ୍ରସ୍ତାବକୁ ଶକ୍ତି ମନ୍ତ୍ରଣାଳୟ ଅନୁମୋଦନ କରିଛି। ମୁଜାଫରପୁର-ଧାଲକେବର ଓ ଟନକପୁର-ମହେନ୍ଦ୍ରନଗର ଲାଇନ୍‌ ଜରିଆରେ ୬୦୦ ମେଗାୱାଟ୍‌ ପର୍ଯ୍ୟନ୍ତ ବିଜୁଳି ରପ୍ତାନି କରାଯିବ।

ଆହୁରି ପଢନ୍ତୁ: Kashinagar Theft: କାଶୀନଗରରେ ଗୋଟିଏ ରାତିରେ କଳାକନା ବୁଲାଇଲେ ଚୋର
 

ଆସନ୍ତା ବର୍ଷରୁ ନେପାଳକୁ କେତେ ପରିମାଣର ବିଜୁଳି ଦିଆଯିବ ତାହା ଡିସେମ୍ବରରେ ନିର୍ଦ୍ଧାରଣ କରାଯିବ। ନିକଟରେ ପ୍ରଳୟଙ୍କରୀ ବନ୍ୟାକୁ ସାମନା କରିଥିବା ନେପାଳରେ ଜଳ ବିଦ୍ୟୁତ ଭିତ୍ତିିଭୂମି ଗୁରୁତର କ୍ଷତିଗ୍ରସ୍ତ ହୋଇଛି। ଫଳରେ ସେଠାରେ ବିଜୁଳି ଅଭାବ ଦେଖାଦେଇଛି। ଦେଶର ଆବଶ୍ୟକତା ପୂରଣ କରିବାକୁ ଅଧିକ ବିଦ୍ୟୁତ୍‌ ଶକ୍ତି ଦରକାର ହେଉଛି। ଭାରତ ପଠାଉଥିବା ବିଦ୍ୟୁତ ସେହି ଆବଶ୍ୟକତାକୁ ପୂରଣ କରିବା ସହ ଦୁଇ ଦେଶ ମଧ୍ୟରେ ସହଯୋଗିତାକୁ ଆହୁରି ମଝବୁତ କରିବ ବୋଲି ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.