Nepal Flood Disaster: ସୁଡ଼ଙ୍ଗ ଭିତରୁ ଶୁଭିଲା ବଞ୍ଚିଥିବା ଶ୍ରମିକଙ୍କ ସ୍ୱର, ନେପାଳ ବନ୍ୟା ବିପର୍ଯ୍ୟୟ ମଧ୍ୟରେ ବଢ଼ିଲା ଉଦ୍ଧାର ଆଶା

2 weeks ago 5
ARTICLE AD BOX

କାଠମାଣ୍ଡୁ: ନେପାଳର ରସୁୱା ଜିଲ୍ଲାରେ ଭୋଟକୋଶୀ ନଦୀର ଆକସ୍ମିକ ପ୍ରଳୟଙ୍କରୀ ବନ୍ୟା ପରେ ତ୍ରିଶୂଳୀ-୩''ଏ'' ଜଳବିଦ୍ୟୁତ ପ୍ରକଳ୍ପର ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ନେଇ ଏକ ନୂଆ ଆଶା ଦେଖାଦେଇଛି। ଗତ ଅଗଷ୍ଟ ୨୬ ତାରିଖରୁ ଚାଲିଥିବା ଏହି ବିପର୍ଯ୍ୟୟ ମଧ୍ୟରେ ସୁଡ଼ଙ୍ଗ ଭିତରୁ ଫସି ରହିଥିବା ଲୋକଙ୍କ ସ୍ୱର ଶୁଣିବାକୁ ମିଳିଛି। ତ୍ରିଶୂଳୀ-୩''ଏ'' ପ୍ରକଳ୍ପରୁ ଅନ୍ତତଃ ୪୦ ଜଣ ଏବଂ ଦେଶର ଅନ୍ୟ ୬ଟି ଜଳବିଦ୍ୟୁତ ପ୍ରକଳ୍ପରୁ ୯୦୦ରୁ ଅଧିକ ଶ୍ରମିକ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି।

ସୁଡ଼ଙ୍ଗ ଭିତରୁ ଏକାଧିକ ଲୋକଙ୍କ ସ୍ୱର

ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟିର ସାଂସଦ ତଥା ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଇଞ୍ଜିନିୟର ଶ୍ରୀରାମ ନିଉପାନେ ଶୁକ୍ରବାର ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ଯେ, ଉଦ୍ଧାରକାରୀ ଦଳ ସୁଡ଼ଙ୍ଗ ଭିତରୁ ଏକାଧିକ ଲୋକଙ୍କ ସ୍ୱର ଶୁଣିବାକୁ ପାଇଛନ୍ତି। ଭୟଭୀତ ହୁଅନ୍ତୁ ନାହିଁ, ଆମେ ଆପଣଙ୍କୁ ଉଦ୍ଧାର କରୁଛୁ ବୋଲି ଉଦ୍ଧାରକାରୀ ଦଳ କହିବା ପରେ ଭିତରୁ ପ୍ରତିକ୍ରିୟା ଆସିଥିଲା। ଏହି ସୂଚନା ପାଇବା ପରେ ନେପାଳ ସେନା ଏବଂ ସଶସ୍ତ୍ର ପୋଲିସ ବାହିନୀ ସୁଡ଼ଙ୍ଗ ଭିତରକୁ ପ୍ରବେଶ କରି ଉଦ୍ଧାର କାର୍ଯ୍ୟକୁ ଆହୁରି ଜୋରଦାର କରିଛନ୍ତି। କାଦୁଅ ଓ ଆବର୍ଜନା ହଟାଇବା ପାଇଁ ଭାରୀ ଯନ୍ତ୍ରପାତି ନିୟୋଜିତ କରାଯାଇଛି।

ଅନ୍ୟପଟେ ରସୁୱା ଲାଙ୍ଗଟାଙ୍ଗ୍ ଖୋଲା ଜଳବିଦ୍ୟୁତ ପ୍ରକଳ୍ପର ସୁଡ଼ଙ୍ଗ ଭିତରୁ ୧୫୦ ମିଟର ଗଭୀରକୁ ଯାଇ ନେପାଳ ସେନା ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛି। ଏହି ୨୦ ମେଗାୱାଟ ପ୍ରକଳ୍ପରେ ନିୟୋଜିତ ୪୧ ଜଣ କର୍ମଚାରୀଙ୍କ ସହ ଏପର୍ଯ୍ୟନ୍ତ କୌଣସି ଯୋଗାଯୋଗ ହୋଇପାରି ନାହିଁ। ଫସି ରହିଥିବା ଶ୍ରମିକମାନଙ୍କ ପରିବାର ଲୋକେ ସରକାରୀ କାର୍ଯ୍ୟାଳୟ ଓ ସେନା ମୁଖ୍ୟାଳୟ ଚାରିପାଖରେ ଆଶା ଓ ଆଶଙ୍କା ମଧ୍ୟରେ ଦିନ କାଟୁଛନ୍ତି। ଶୁକ୍ରବାର ସୁଦ୍ଧା ନେପାଳରେ ଏହି ବନ୍ୟା ବିପର୍ଯ୍ୟୟ ଯୋଗୁଁ ମୋଟ ମୃତ୍ୟୁସଂଖ୍ୟା ୧,୨୫୯ରେ ପହଞ୍ଚିଥିବା ବେଳେ ୫,୦୫୩ ଜଣ ଲୋକ ଏବେ ବି ନିଖୋଜ ଅଛନ୍ତି। ଖରାପ ପାଗ ଓ ଭଙ୍ଗାରୁଜା ଭିତ୍ତିଭୂମି ସତ୍ତ୍ୱେ ସେନା ପକ୍ଷରୁ ସୁଡ଼ଙ୍ଗ ଭିତରକୁ ପହଞ୍ଚିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରହିଛି।

ISRO: ନିରବଚ୍ଛିନ୍ନ ଭିଡିଓ ଫୁଟେଜ୍ ପ୍ରଦାନ କରିବ ଜାତୀୟ ଉପଗ୍ରହ ‘ଇଓଏସ-୦୫’

Read Entire Article
LEFT SIDEBAR AD

Hidden in mobile, Best for skyscrapers.