Naxal faces jail term: ଆତ୍ମସମର୍ପଣ କରି ନେତା ଖସିଗଲେ, ଜେଲ୍‌ଦଣ୍ଡ ଭୋଗୁଛନ୍ତି ନକ୍ସଲ: ୬ନକ୍ସଲଙ୍କୁ ନିଃସର୍ତ୍ତ ଖଲାସ ଦାବିରେ ଆଦିବାସୀ ମେଳି

3 weeks ago 10
ARTICLE AD BOX

ମାଲକାନଗିରି: ଦେଶକୁ ମାଓମୁକ୍ତ କରିବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶରେ ୨୦୨୪ରୁ ଆରମ୍ଭ ହୋଇଥିଲା ଅଭିଯାନ। ୨୦୨୫ରେ ମାଓ ଦମନ ଅଭିଯାନ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଲା, ଯାହା ୨୦୨୬ ମାର୍ଚ୍ଚ ୩୧ରେ ଶେଷ ହୋଇଥିଲା। ଓଡ଼ିଶା ସମେତ ସୀମାନ୍ତ ଛତିଶଗଡ଼, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ନକ୍ସଲ ସଂଗଠନ ମୂଳୋତ୍ପାଟନ ହୋଇଛି। ସୁରକ୍ଷା ବାହିନୀର ଲଗାତାର ଅପରେସନ୍‌ରେ ୪ ରାଜ୍ୟରେ ଏନ୍‌କାଉଣ୍ଟରରେ ୩ ହଜାର ନକ୍ସଲ ମୃତ୍ୟୁବରଣ କଲେ। ୫ ହଜାରରୁ ଊର୍ଦ୍ଧ୍ବ ନକ୍ସଲ ଆତ୍ମସମର୍ପଣ କରିଥିବା ବେଳେ ୫ ହଜାରରୁ ଊର୍ଦ୍ଧ୍ବ ନକ୍ସଲ ଗିରଫ ହେଲେ। କେବଳ ଛତିଶଗଡ଼ରେ ୩ ହଜାରରୁ ଊର୍ଦ୍ଧ୍ବ ନକ୍ସଲ ଗିରଫ ହୋଇ ଜେଲ୍‌ରେ ଅଛନ୍ତି। ମାଓନେତାମାନେ ଆତ୍ମସମର୍ପଣ କରି ଖସିଗଲେ। ଜେଲ୍‌ଦଣ୍ଡ ଭୋଗୁଥିବା ନକ୍ସଲଙ୍କୁ ନିଃସର୍ତ୍ତ ଖଲାସ ଦାବିରେ ଏବେ ଆନ୍ଦୋଳନ ଆରମ୍ଭ ହୋଇଛି। 

୬ନକ୍ସଲଙ୍କୁ ନିଃସର୍ତ୍ତ ଖଲାସ ଦାବିରେ ଆଦିବାସୀ ମେଳି
କଂଗ୍ରେସ ବିଧାୟକ ନେତୃତ୍ବରେ ଆନ୍ଦୋଳନ ଆରମ୍ଭ

dagaddgdg

ସରକାରଙ୍କ ପ୍ୟାକେଜ୍‌ ଆତ୍ମସମର୍ପଣ କରିଥିବା ନକ୍ସଲ ନେତାଙ୍କୁ ଖୁସିରେ ଜୀବନ ବିତାଇବାକୁ ସୁଯୋଗ ଦେଇଛି। କିନ୍ତୁ ଜେଲ୍‌ରେ ଥିବା ନକ୍ସଲଙ୍କ ପରିବାର ଲୋକେ ଚିନ୍ତାରେ। ଶୁକ୍ରବାର ଛତିଶଗଡ଼ ବିଜାପୁର ଜିଲ୍ଲାରେ କଂଗ୍ରେସ ବିଧାୟକଙ୍କ ନେତୃତ୍ବରେ ହଜାର ହଜାର ଆଦିବାସୀ ନିଜ ଲୋକଙ୍କୁ ଜେଲ୍‌ରୁ ମୁକୁଳାଇବାକୁ ଆନ୍ଦୋଳନ କରିଥିଲେ। ଯେଉଁ ନକ୍ସଲ ନେତାଙ୍କ ଆଦର୍ଶରେ ଅନେକ ନୀରିହ ଆଦିବାସୀ ବନ୍ଧୁକ ଧରିଥିଲେ ସଂପୃକ୍ତ ମାଓନେତା ଆତ୍ମସମର୍ପଣ କରିଛନ୍ତି। ମାଓ ମୁକ୍ତ ଭାରତ ଘୋଷଣା ପରେ ପୂର୍ବରୁ ଗିରଫ ହୋଇ ଜେଲ୍‌ଦଣ୍ଡ ଭୋଗୁଥିବା ନକ୍ସଲଙ୍କ କଥା ସରକାର ଚିନ୍ତା କରିନାହାନ୍ତି। ତୁରନ୍ତ ସେମାନଙ୍କୁ ସରକାର ବିନା ସର୍ତ୍ତରେ ମୁକ୍ତି କରନ୍ତୁ ବୋଲି ଦାବି କରିଛନ୍ତି ପରିବାର ଲୋକେ।

Nita Ambani: ଫର୍ଚ୍ୟୁନ୍‌ର ସବୁଠୁ ପ୍ରଭାବଶାଳୀ ମହିଳା ତାଲିକାରେ ନୀତା ଅମ୍ବାନୀ ୧ ନମ୍ବର

ପ୍ରକାଶଥାଉକି, ମାଲକାନଗିରି ଜେଲ୍‌ରେ ବର୍ତ୍ତମାନ ୬ ନକ୍ସଲ ଦଣ୍ଡ ଭୋଗୁଛନ୍ତି। ଯାହାଙ୍କ ମଧ୍ୟରେ ମୋଟୁ ଥାନା ଟାଗୋରକୋଟା ଗ୍ରାମର ଇର୍ମା ମାଡକାମୀ ଓରଫ ପ୍ରକାଶ ଅଛନ୍ତି। ପ୍ରକାଶ ୨୦୨୧ ଅଗଷ୍ଟ ୨୫ରେ ଗିରଫ ହୋଇଥିଲେ। ସେହିପରି ୨୦୨୩ ସେପ୍ଟେମ୍ବର ୯ରେ ସୁକମା ଥାନା ଚିନ୍ତାଗୁଡମ ଗ୍ରାମର ଦଧି ମାଡା, ୨୦୨୪ ନଭେମ୍ବର ୨୯ରେ ଯଡାମ୍ବ ଥାନା ଧଡକାପଦର ଗ୍ରାମର ଆନ୍ତି ମାଢି ଓରଫ ଲକି, ୨୦୨୫ ଜୁନ ୧୪ରେ ବିଜାପୁର ଥାନା ତାମଡ ଗ୍ରାମର ରାକେଶ ଓରଫ ସାମ କୁରାମି, ଦରଭା ଅଞ୍ଚଳ ଚନ୍ଦାମେଟା ଗ୍ରାମର କୋସା କାବାସି ଏବଂ ୨୦୨୬ ଏପ୍ରିଲ ୨୬ରେ ମହୁପଦର ଅଞ୍ଚଳ ଡାଙ୍ଗରିଗୁଡା ଗ୍ରାମର ଆପ୍ପା ମାଢି ମାଲକାନଗିରି ପୁଲିସ ଦ୍ବାରା ଗିରଫ ହୋଇଥିଲେ।

Neglect: ସାଳନ୍ଦୀ-ବୈତରଣୀ-ମନ୍ତେଇ ନଦୀରେ ଅସୁରକ୍ଷିତ ଜଳଯାତ୍ରା

Read Entire Article
LEFT SIDEBAR AD

Hidden in mobile, Best for skyscrapers.