National tree of Yemen: କିମାଶ୍ଚର୍ଯ୍ୟମ୍‌: ୟେମେନ୍‌ର ଜାତୀୟ ଗଛ

3 weeks ago 15
ARTICLE AD BOX

ଡ୍ରାଗନ୍ ରକ୍ତ ଗଛ ହେଉଛି ପ୍ରକୃତିର ଏକ କୌତୂହଳପ୍ରଦ ସୃଷ୍ଟି। ଏହି ବୃକ୍ଷଟିର ରୂପ ସମେତ ଏହାର ଡାଳରୁ ବାହାରୁଥିବା ରକ୍ତିମ ରସ ଯୋଗୁଁ ଏହା ଉଦ୍ଭିଦବିଜ୍ଞାନୀଙ୍କଠାରୁ ଆରମ୍ଭ କରି ପର୍ଯ୍ୟଟକ ଓ ବୈଜ୍ଞାନିକମାନଙ୍କୁ ଶହଶହ ବର୍ଷରୁ ଆକର୍ଷିତ କରିଆସିଛି। ଏହାର ଡାଳ କାଟିଲେ ଏଥିରୁ ଏକ ବହଳିଆ ରସ ବାହାରିଥାଏ, ଯାହା ବାୟୁମଣ୍ଡଳରେ ଅମ୍ଳଜାନ ସଂସ୍ପର୍ଶରେ ଆସିବା ପରେ ଘନ ଲାଲ୍ ରଙ୍ଗର ହୋଇଯାଏ। ତେଣୁ ଏହା ଡ୍ରାଗନ୍‌ର ରକ୍ତ ବୋଲି ସ୍ଥାନୀୟ ଅଞ୍ଚଳରେ କିଂବଦନ୍ତି ରହିଛି। ସେହି କାରଣରୁ ଏହାର ଏପରି ନାମକରଣ ହୋଇଛି। ଏହି ଗଛଟି ପୃଥିବୀର ଗୋଟିଏ ସ୍ଥାନରେ ହିଁ ଦେଖାଯାଏ- ୟେମେନ୍‌ ଅଧୀନସ୍ଥ ସୋକାଟ୍ରା ଦ୍ବୀପରେ। ଏହି କାରଣରୁ ଏହା ୟେମେନ୍‌ ଜାତୀୟ ବୃକ୍ଷର ମାନ୍ୟତା ପାଇଛି। ଏହି ଗଛଟି ଦେଖିବାକୁ ଓଲଟା ଛତା ପରି। 

Horoscope 2026 July 07: ଜାଣନ୍ତୁ ଆଜିର ରାଶିଫଳ...

ଏହାର ରକ୍ତିମ ରସ ହେଉଛି ଏକପ୍ରକାର ଝୁଣା, ଯାହା କ୍ଷତ ସ୍ଥାନକୁ ଘୋଡ଼ାଇ ରଖି ଗଛଟିକୁ ଜୀବାଣୁ ଓ କୀଟପତଙ୍ଗ ଦାଉରୁ ରକ୍ଷା କରିଥାଏ। ଏହି ଝୁଣାକୁ ହଜାର ହଜାର ବର୍ଷ ହେଲା ରଙ୍ଗ, ଔଷଧ ଓ ବାର୍ଣ୍ଣିସ୍ ଭାବରେ ବ୍ୟବହାର କରାଯାଇ ଆସୁଛି। ମଧ୍ୟଯୁଗରେ ‘ଡ୍ରାଗନ୍‌ ରକ୍ତ’ର ଯାଦୁକରୀ ଗୁଣ ଥିଲା ବୋଲି ବିଶ୍ବାସ କରାଯାଉଥିଲା। ଭାରତ ଓ ଚୀନ୍‌ର ପାରମ୍ପରିକ ଚିକିତ୍ସା ପଦ୍ଧତିରେ ଏହାକୁ ରକ୍ତ ସଞ୍ଚାଳନ ଠିକ୍ କରିବା ଓ ପାଟି ଘାଆର ଚିକିତ୍ସାରେ ବ୍ୟବହାର କରାଯାଇଥାଏ। ଆଜି ଦିନରେ ପ୍ରସାଧନ ପ୍ରସ୍ତୁତିରେ ମଧ୍ୟ ଏହାକୁ ବ୍ୟବହାର କରାଯାଉଛି। ଅନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ (ଆୟୁସିଏନ୍‌) ଏହି ଗଛକୁ ବିପନ୍ନ ପ୍ରଜାତି ତାଲିକାରେ ଅନ୍ତର୍ଭୁକ୍ତ କରିଛି। ଜଳବାୟୁ ପରିବର୍ତ୍ତନ ଓ ମାନବ ବସତି ବିସ୍ତାର ଯୋଗୁଁ ଏହି ଗଛର ସଂଖ୍ୟା କମିବାରେ ଲାଗିଛି। 

Tree plantation: ‘ପରିବେଶ ସନ୍ତୁଳନ ପାଇଁ ବ୍ୟାପକ ବୃକ୍ଷରୋପଣ ଅପରିହାର୍ଯ୍ୟ’

Read Entire Article
LEFT SIDEBAR AD

Hidden in mobile, Best for skyscrapers.