Narla Minor Burn Case Verdic ଚର୍ଚ୍ଚିତ ନର୍ଲା ନାବାଳିକା ପୋଡ଼ି ମାମଲା: ମୁଖ୍ୟ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ

3 weeks ago 12
ARTICLE AD BOX

ଭୁବନେଶ୍ବର: ପ୍ରାୟ ୧୦ ବର୍ଷ ପୂର୍ବେ ଅଶ୍ଲୀଳ ଇଙ୍ଗିତକୁ ବିରୋଧ କରିବାରୁ କଳାହାଣ୍ଡିଜିଲ୍ଲା ନର୍ଲାରେ ଜଣେ ୧୦ମ ଶ୍ରେଣୀର ଛାତ୍ରୀ ତପସ୍ବିନୀ (୧୫ବର୍ଷ)ଙ୍କୁ କିରାସିନି ଢାଳି ପୋଡ଼ି ହତ୍ୟା କରାଯାଇଥିଲା। ଏହି ମାମଲାର ବିଚାର କରି ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ଅଦାଲତ ମୁଖ୍ୟ ଅଭିଯୁକ୍ତ ତୁମେଶ୍ବର ଦାସ ଓରଫ ବୁଲୁକୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। 

ଅଦାଲତ ଏହି ମାମଲାର ବିଚାର କରି ଏହାକୁ ‘ବିରଳରୁ ବିରଳତମ’ ବୋଲି ଅଭିହିତ କରିଛନ୍ତି। ଆଇପିସିର ଧାରା ୩୦୨ ଓ ୩୪ରେ ଅଭିଯୁକ୍ତ ବୁଲକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହାସହ ୧ଲକ୍ଷ ଟଙ୍କା ଜୋରିମାନା ଅର୍ଥ ପ୍ରଦାନ କରିବାକୁ କହିଛନ୍ତି। ଜୋରିମାନା ଅର୍ଥ ଅନାଦେୟରେ ଅତିରିକ୍ତ ୧ ବର୍ଷ କାରାଦଣ୍ଡ ଭୋଗିବେ ବୋଲି ସ୍ପଷ୍ଟ କରିଛନ୍ତି। ୧ଲକ୍ଷ ୧୦ ହଜାର ଟଙ୍କା ଜୋରିମାନା ଅର୍ଥକୁ ପୀଡ଼ିତାଙ୍କ ପିତାମାତାଙ୍କୁ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। 

ନର୍ଲାରୁ ନୂଆଦିଲ୍ଲୀ ଯାଏ ହଂସିକାଙ୍କ ରାଜ୍‌, ପୂର୍ବତନ ମନ୍ତ୍ରୀଙ୍କ ସମ୍ପର୍କୀୟା

ମାମଲାର ବିବରଣୀର ଅନୁସାରେ, ବୁଲୁ ଓ ଅନ୍ୟଜଣେ ନାବାଳକ ଶ୍ୟାମ ସାହୁ (୧୯) ନିୟମିତ ଭାବେ ତପସ୍ବିନୀକୁ ଅଶ୍ଲୀଳ ଇଙ୍ଗିତ କରୁଥିଲେ। ଏହି ଘଟଣାରେ ତପସ୍ବିନୀ ବିରୋଧ କରିଥିଲେ ଏବଂ ଘଟଣା ସମ୍ପର୍କରେ ନିଜ ପରବାରକୁ କହିଥିଲେ। ପରିବାର ସଦସ୍ୟ ବୁଲୁ ଓ ଶ୍ୟାମକୁ ତାଗିଦ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଉଭୟେ ୧୧ ଜାନୁଆରି ୨୦୧୭ରେ ତପସ୍ବିନୀଙ୍କ ଘରକୁ ଧସେଇ ପଶିଥିଲେ। ଏହି ସମୟରେ ତପସ୍ବିନୀଙ୍କ ପରିବାର ଲୋକ ଘରେ ନଥିଲେ। ତପସ୍ବିନୀଙ୍କୁ ମୁହଁବନ୍ଦ କରି କିରାସିନି ଢାଳି ନିଆଁ ଲଗାଇଦେଇଥିଲେ। ଏଥିରେ ତପସ୍ବିନୀଙ୍କ ୯୫ ପ୍ରତିଶତ ଶରୀର ପୋଡ଼ିଯାଇଥିଲା। ତାଙ୍କୁ ବୁର୍ଲାମେଡିକାଲ୍‌ କଲେଜ୍‌ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ମାମଲାକୁ ରଫାଦଫା କରିବାକୁ ଉଦ୍ୟମ କରାଯାଇଥିଲା। ପୀଡ଼ିତାଙ୍କ ପରିବାରକୁ ସମାଜରୁ ବାସନ୍ଦ କରିବାକୁ ଧମକ ଦିଆଯାଇଥିଲା। 

Narla MLA Husband ନର୍ଲା ତହସିଲଦାରଙ୍କୁ ହତ୍ୟା ଧମକ ମାମଲା: ବିଧାୟିକାଙ୍କ ସ୍ବାମୀଙ୍କ ନାଁରେ ମାମଲା ରୁଜୁ

ଏହି ଘଟଣାରେ ନର୍ଲା ପୁଲିସ ପ୍ରଥମେ ୧/୨୦୧୭ରେ ପୋକ୍ସୋ ଆଇନ ଓ ଆଇପିସିର ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିଲା। ପରେ ୧୪ ଜାନୁଆରିରେ ମାମଲାକୁ ଓଡ଼ିଶା ପୁଲିସର ଅପରାଧ ଶାଖା (କ୍ରାଇମ୍‌ ବ୍ରାଞ୍ଚ୍‌) ତଦନ୍ତ ଭାର ନେଇଥିଲେ। ବୁଲୁ, ଶ୍ୟାମ ସହ ୬ଜଣଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲେ।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.