Nandankanan: ନନ୍ଦନକାନନ ପାଇଲା ୧୪ଟି ପ୍ରଜାତିର ଅନ୍ୟଦେଶୀୟ (ଏକ୍ସୋଟିକ୍) ଜୀବଜନ୍ତୁ

5 days ago 7
ARTICLE AD BOX

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଗୁଜରାଟର ରାଧାକୃଷ୍ଣ ଟେମ୍ପଲ ଏଲିଫାଣ୍ଟ ୱେଲଫେୟାର ଟ୍ରଷ୍ଟ (RKTEWT) ତରଫରୁ ଦାନ ସ୍ୱରୂପ ୧୨.୦୯.୨୦୨୬ ରେ ୧୪ଟି ପ୍ରଜାତିର ମୋଟ ୫୮ଟି ଅନ୍ୟଦେଶୀୟ (ଏକ୍ସୋଟିକ୍) ଜୀବଜନ୍ତୁ ମିଳିଛନ୍ତି, ଯାହାର ବିବରଣୀ ତଳେ ଦିଆଗଲା: 

​ଜେବ୍ରା (୨ ଅହିରାଜ/ଅଣ୍ଡିରା, ୨ ମାଇ), କଙ୍ଗାରୁ (୨ ଅଣ୍ଡିରା, ୨ ମାଇ), ବେନେଟସ୍ ୱାଲାବି (୩ ଅଣ୍ଡିରା, ୩ ମାଇ), ରିଙ୍ଗ-ଟେଲଡ୍ ଲେମୁର (୨ ଅଣ୍ଡିରା, ୨ ମାଇ), ଟଫଟେଡ୍ କାପୁଚିନ୍ (୨ ଅଣ୍ଡିରା, ୨ ମାଇ), ସ୍କାରଲେଟ୍ ମକାଉ (୨ ଅଣ୍ଡିରା, ୨ ମାଇ), ବ୍ଲୁ-ଏଣ୍ଡ-ଗୋଲ୍ଡ ମକାଉ (୨ ଅଣ୍ଡିରା, ୨ ମାଇ), ଗ୍ରୀନ୍-ୱିଙ୍ଗଡ୍ ମକାଉ (୨ ଅଣ୍ଡିରା, ୨ ମାଇ), ସଲଫର-କ୍ରେଷ୍ଟେଡ୍ କାକାତୁଆ (୨ ଅଣ୍ଡିରା, ୨ ମାଇ), କ୍ରାଉନ୍ଡ କ୍ରେନ୍ (୨ ଅଣ୍ଡିରା, ୨ ମାଇ), ସ୍କାରଲେଟ୍ ଆଇବିସ୍ (୨ ଅଣ୍ଡିରା, ୨ ମାଇ), ମିରକାଟ (୩ ଅଣ୍ଡିରା, ୩ ମାଇ), କାସୋୱାରୀ (୧ ଅଣ୍ଡିରା, ୧ ମାଇ), ଏବଂ ବ୍ଲୁ ୱିଲଡେବିଷ୍ଟ (୨ ଅଣ୍ଡିରା, ୨ ମାଇ)।

ସଙ୍ଗରୋଧ (କ୍ୱାରେଣ୍ଟାଇନ୍)ରେ ସମସ୍ତ ଜୀବଜନ୍ତୁ

୧୦ଟି ନୂଆ ପ୍ରଜାତିର ସଂଯୋଜନା, ୧ଟି ପ୍ରଜାତିର ଯୋଡ଼ି ପ୍ରସ୍ତୁତି ଏବଂ ୩ଟି ପ୍ରଜାତିରେ ନୂତନ ବଂଶାନୁକ୍ରମ (ବ୍ଲଡ଼ଲାଇନ୍) ସାମିଲ ହେବା ଫଳରେ ଏବେ ଏହି ଚିଡ଼ିଆଖାନାରେ ମୋଟ ପ୍ରଜାତି ସଂଖ୍ୟା ୧୮୮ରେ ପହଞ୍ଚିଛି। ଏହି ନୂତନ ଜୀବଜନ୍ତୁଙ୍କ ଆଗମନ ଚିଡ଼ିଆଖାନାର ପ୍ରଜାତି-ବିବିଧତାକୁ ସମୃଦ୍ଧ କରିବା ସହ ଏହାର ସଂରକ୍ଷଣ-ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମଗୁଡ଼ିକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଏହା ଦର୍ଶକମାନଙ୍କୁ ବିଭିନ୍ନ ଭୌଗୋଳିକ ଅଞ୍ଚଳର ବନ୍ୟପ୍ରାଣୀ, ସେମାନଙ୍କ ପାରିପାର୍ଶ୍ୱିକ ଅନୁକୂଳନ ଏବଂ ଜୈବବିବିଧତା ସଂରକ୍ଷଣର ଗୁରୁତ୍ୱ ବିଷୟରେ ଜାଣିବାର ସୁଯୋଗ ପ୍ରଦାନ କରିବ। ଏହି ଜୀବଜନ୍ତୁଗୁଡ଼ିକୁ ଚିଡ଼ିଆଖାନାର ନିର୍ଦ୍ଧାରିତ ପ୍ରାଣୀ-ସେବା, ଚିକିତ୍ସା ଏବଂ ପାଳନ ବ୍ୟବସ୍ଥା ଅଧୀନରେ ସେମାନଙ୍କ କଲ୍ୟାଣ ଓ ବୈଜ୍ଞାନିକ ପରିଚାଳନାକୁ ପ୍ରାଥମିକତା ଦେଇ ରଖାଯିବ। ଆସିଥିବା ସମସ୍ତ ଜୀବଜନ୍ତୁଙ୍କୁ ବର୍ତ୍ତମାନ ସଙ୍ଗରୋଧ (କ୍ୱାରେଣ୍ଟାଇନ୍)ରେ ରଖାଯାଇଛି।

ଗର୍ଭବତୀ, ରୋଗୀ ଓ ବୟସ୍କଙ୍କ ପାଇଁ ଏହି ରାସ୍ତା ଅଭାବ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି

Read Entire Article
LEFT SIDEBAR AD

Hidden in mobile, Best for skyscrapers.