Nachiketa Foundation Trust: ନଚିକେତା ଫାଉଣ୍ଡେସନ୍‌ ଟ୍ରଷ୍ଟ ପକ୍ଷରୁ ବକ୍ତୃତାମାଳା: ‘ପ୍ରାଥମିକ, ମାଧ୍ୟମିକ ଶିକ୍ଷାର ଜାତୀୟକରଣ ଜରୁରି’

2 weeks ago 3
ARTICLE AD BOX

ଭୁବନେଶ୍ୱର: ଯେଉଁଠି ଶିକ୍ଷାର ବିକାଶ ହୋଇଛି, ସେଠି ସାମୂହିକ ବିକାଶର ଚିତ୍ର ଫୁଟିଉଠିଛି। ଯେଉଁଠି ଭବିଷ୍ୟତଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ମିଳିଛି, ସେଠି ସାମଗ୍ରିକ ବିକାଶ ସୁଦୃଢ଼ ହୋଇଛି। ପ୍ରାକୃତିକ ସମ୍ବଳର ସୁବିନିଯୋଗଠାରୁ ଆରମ୍ଭ କରି କୃଷି, ଶିଳ୍ପ, ଉଦ୍ୟୋଗ, ପର୍ଯ୍ୟଟନର ବିକାଶ, ବୈଷୟିକ ଜ୍ଞାନକୌଶଳର ପରିସର ବୃଦ୍ଧି ସହ ଐତିହ୍ୟ, ସଂସ୍କୃତି ଆଦି ସବୁ କ୍ଷେତ୍ରର ସମୃଦ୍ଧି କେବଳ ସମୃଦ୍ଧ ଶିକ୍ଷା ଉପରେ ନିର୍ଭର କରେ। ତେଣୁ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାକୁ ଜାତୀୟକରଣ କରିବା ଆବଶ୍ୟକ। ଆଜି ବୁଦ୍ଧମନ୍ଦିରରେ ଆୟୋଜିତ ନଚିକେତା ବାର୍ଷିକ ବକ୍ତୃତାମାଳା ‘ଓଡ଼ିଶାର ବିକାଶ ପାଇଁ ୧୦ ପ୍ରସ୍ତାବ’ କାର୍ଯ୍ୟକ୍ରମର ମୁଖ୍ୟଅତିଥି ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି। 

Neglect: ନବରଂଗପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ବିଦ୍ୟୁତ ସଂଯୋଗ କଟିଲେ ସବୁ ଅନ୍ଧାର

ନଚିକେତା ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମର ମୁଖ୍ୟବକ୍ତା ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ପୂର୍ଣ୍ଣେନ୍ଦୁ କର କହିଲେ ଯେ ପ୍ରଚୁର ପରିମାଣର ପ୍ରାକୃତିକ ସମ୍ୱଳ ଗଚ୍ଛିତ ହୋଇ ରହିଥିଲେ ସୁଦ୍ଧା ଓଡ଼ିଶାବାସୀ ଗରିବ ଏବଂ ଅନ୍ୟ ଉପରେ ନିର୍ଭରଶୀଳ। ଖାଦ୍ୟ ପଦାର୍ଥ ଠାରୁ ଚପଲ, ଜୋତା, ସାଇକେଲ୍‌, କାଗଜ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଓଡ଼ିଶାକୁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଓଡ଼ିଶାର ଉନ୍ନତ ଭବିଷ୍ୟତ ପାଇଁ ବର୍ତ୍ତମାନ ଠାରୁ ପ୍ରସ୍ତୁତି ଆବଶ୍ୟକ। ଚାଷକୁ ବୃତ୍ତି ନ କରି ବ୍ୟବସାୟରେ ପରିଣତ କରିବା, କୃତ୍ତିଭିତ୍ତିକ ଶିଳ୍ପ ଗଢ଼ିବା, ଆଞ୍ଚଳିକ ଉଦ୍ୟୋଗର ବିକାଶ, ସୁଦୀର୍ଘ ସମୁଦ୍ର ଉପକୂଳର ସଦୁପଯୋଗ, ଶିଳ୍ପ ପ୍ରତିଷ୍ଠା ପାଇଁ ଭିତ୍ତିଭୂମିର ଉନ୍ନତୀକରଣ, ପର୍ଯ୍ୟଟନର ବିନିଯୋଗ, ଟେକ୍ନୋଲୋଜିର ପରିସର ବୃଦ୍ଧି, ଐତିହ୍ୟ ଓ ସଂସ୍କୃତିର ପ୍ରଚାର ଓ ପ୍ରସାର, ଉଦ୍ୟୋଗ ପାଇଁ ପ୍ରୋତ୍ସାହନ ଉପରେ ଶ୍ରୀ କର ଗୁରୁତ୍ୱାରୋପ କରିଥିଲେ।

Weekly Horoscope 2026 August 30 to September 05: ଜାଣନ୍ତୁ ଏ ସପ୍ତାହର ରାଶିଫଳ...

କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଦୈନିକ ‘ପ୍ରଗତିବାଦୀ’ର କାର୍ଯ୍ୟନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରିପାଠୀ, ପ୍ରାକୃତିକ ସମ୍ପଦର ସଂରକ୍ଷଣ, ଗ୍ରାମୀଣ ଆୟ ବୃଦ୍ଧି, ନିବେଶ ସୁଯୋଗ ସୃଷ୍ଟି ଓ ସନ୍ତୁଳିତ ଆଞ୍ଚଳିକ ଅଭିବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ‘ଦ ନିୟୁ ଇଣ୍ଡିଆନ ଏକ୍ସପ୍ରେସ’ର ଆବାସିକ ସମ୍ପାଦକ ଶିବ କୁମାର ମହାନ୍ତି କହିଲେ ଯେ ରାଜ୍ୟରେ ଉନ୍ନତ ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତ୍ତିଭୂମିର ବିକାଶ ଓ ବୈଷୟିକ ଜ୍ଞାନକୌଶଳର ଅଭିବୃଦ୍ଧି ଉପରେ ଗୁରୁତ୍ବ ଦିଆଯିବା ଉଚିତ। ଅନୁଷ୍ଠାନର ମ୍ୟାନେଜିଂ ଟ୍ରଷ୍ଟି ଗୌରହରି ଦାସ ସଭାପତିତ୍ୱ ଅଭିଭାଷଣରେ କହିଲେ ଯେ ଅତୀତକୁ ଦୋଷ ନଦେଇ ଭବିଷ୍ୟତକୁ ସୁଦୃଢ଼ କରିବା ପାଇଁ ସମସ୍ତେ ଆଗେଇ ଆସିବା ଜରୁରି। ରାଜକିଶୋର ଦାଶ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଅନୁଷ୍ଠାନର ଟ୍ରଷ୍ଟି ପ୍ରିୟବ୍ରତ ବିଶ୍ୱାଳ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ କଣ୍ଠଶିଳ୍ପୀ ଛନ୍ଦା ମିଶ୍ର ସଙ୍ଗୀତ ପରିବେଷଣ କରିଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.