Mysterious underground: ମାଟି ତଳର ରହସ୍ୟମୟ ଜୀବ ନେକେଡ୍ ମୋଲ୍-ରାଟ୍

6 days ago 3
ARTICLE AD BOX

ପ୍ରକୃତିର ବିଶାଳ ଜଗତରେ ଏପରି ଅନେକ ପ୍ରାଣୀ ଅଛନ୍ତି, ଯେଉଁମାନେ ଦେଖିବାକୁ ସାଧାରଣ ହେଲେ ମଧ୍ୟ ନିଜର ଅସାଧାରଣ ଗୁଣ ପାଇଁ ବିଜ୍ଞାନୀମାନଙ୍କୁ ଚକିତ କରିଛନ୍ତି। ସେମାନଙ୍କ ମଧ୍ୟରୁ ନେକେଡ୍ ମୋଲ୍-ରାଟ୍ ଏକ ଅନନ୍ୟ ପ୍ରାଣୀ। ଶରୀରରେ ପ୍ରାୟତଃ ଲୋମ ନଥିବା, ଭୂମି ତଳେ ଅନ୍ଧକାର ସୁଡ଼ଙ୍ଗରେ ଜୀବନ କାଟୁଥିବା ଏହି ଛୋଟ ଜୀବ ଦୀର୍ଘାୟୁ, ସାମାଜିକ ଜୀବନଶୈଳୀ ଓ ରୋଗ ପ୍ରତିରୋଧ କ୍ଷମତା ପାଇଁ ସାରା ବିଶ୍ୱର ଗବେଷକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

Horoscope 2026 July 28: ଜାଣନ୍ତୁ ଆଜିର ରାଶିଫଳ...

ପୂର୍ବ ଆଫ୍ରିକାର ଇଥିଓପିଆ, କେନିଆ ଓ ସୋମାଲିଆର ଶୁଷ୍କ ଅଞ୍ଚଳରେ ନେକେଡ୍ ମୋଲ୍-ରାଟ୍ ବାସ କରେ। ଏହାର ଶରୀର ପ୍ରାୟ ଲୋମହୀନ ଏବଂ ଗୋଲାପୀ ରଙ୍ଗର ହୋଇଥାଏ। ଆଖି ଅତ୍ୟନ୍ତ ଛୋଟ ଥିବାରୁ ଏହା ପ୍ରାୟ ଅନ୍ଧ, କିନ୍ତୁ ତୀକ୍ଷ୍ଣ ସ୍ପର୍ଶଶକ୍ତି ଓ ଘ୍ରାଣଶକ୍ତି ସାହାଯ୍ୟରେ ଭୂଗର୍ଭ ସୁଡ଼ଙ୍ଗରେ ଖୁବ ସହଜରେ ଚଳାଚଳ କରେ। ମାଟି ଖୋଳିବା ପାଇଁ ଏହାର ସାମନା ଦାନ୍ତ ଆକାରରେ ବଡ଼ ଏବଂ ବେଶ୍‌ ସୁଦୃଢ଼।

Niladri Bije 2026: ନୀଳକନ୍ଦରକୁ ବାହୁଡ଼ିବେ ମହାପ୍ରଭୁ; ଗୋଟି ପହଣ୍ଡି ଜାରି

ଏହି ପ୍ରାଣୀର ବୈଶିଷ୍ଟ୍ୟ ହେଉଛି ଏହାର ସାମାଜିକ ଜୀବନ। ମହୁମାଛି କିମ୍ବା ପିମ୍ପୁଡ଼ିଙ୍କ ପରି ଏମାନଙ୍କ ଦଳ ରହିଛି। ଦଳର କେବଳ ଜଣେ ହିଁ ପ୍ରଜନନ କରେ। ଅନ୍ୟ ସଦସ୍ୟମାନେ ସୁଡ଼ଙ୍ଗ ଖୋଳିବା, ଖାଦ୍ୟ ସଂଗ୍ରହ କରିବା, ଛୁଆଙ୍କର ଦେଖାଶୁଣା କରିବା ଓ ସୁରକ୍ଷାର ଦାୟିତ୍ୱ ତୁଲାନ୍ତି। ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ମଧ୍ୟରେ ଏଭଳି ସୁସଂଗଠିତ ସାମାଜିକ ବ୍ୟବସ୍ଥା ଅତ୍ୟନ୍ତ ଦୁର୍ଲଭ। ଏହି ପ୍ରାଣୀଟି ଦୀର୍ଘାୟୁ। ସାଧାରଣ ମୂଷା ଯେଉଁଠାରେ ମାତ୍ର ୨ରୁ ୩ ବର୍ଷ ବଞ୍ଚେ, ସେଠାରେ ଏହି ପ୍ରାଣୀ ୩୦ ବର୍ଷରୁ ଅଧିକ ସମୟ ବଞ୍ଚି ରହିପାରେ। ଏହା କମ୍ ଅମ୍ଳଜାନ ଥିବା ପରିବେଶରେ ମଧ୍ୟ ଦୀର୍ଘ ସମୟ ବଞ୍ଚି ରହିବାର ଅସାଧାରଣ କ୍ଷମତା ରଖେ। ସବୁଠାରୁ ଆଶ୍ଚର୍ଯ୍ୟର କଥା, କର୍କଟ ରୋଗ ପ୍ରତି ଏହାର ଉଚ୍ଚ ପ୍ରତିରୋଧ କ୍ଷମତା ଏବଂ ବୟସ ବଢ଼ିଲେ ମଧ୍ୟ ଶରୀରର ସୁସ୍ଥତା ବଜାୟ ରଖିବାର ଗୁଣ ବିଜ୍ଞାନୀମାନଙ୍କୁ ନୂଆ ଗବେଷଣା ପାଇଁ ପ୍ରେରଣା ଦେଇଛି। ଦୀର୍ଘାୟୁ, ବାର୍ଦ୍ଧକ୍ୟ ଓ କର୍କଟ ରୋଗ ଉପରେ ଗବେଷଣା କ୍ଷେତ୍ରରେ ନେକେଡ୍ ମୋଲ୍-ରାଟ୍ ଆଜି ବିଜ୍ଞାନୀମାନଙ୍କ ପାଇଁ ନୂତନ ଆଶା ସଞ୍ଚାର କରିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.