MyGov: ମାଇଁଗଭ୍‌ରେ ଚାକିରି ସୁଯୋଗ, ୪ଟି ପଦବୀ ପାଇଁ ନିଯୁକ୍ତି ସୃଷ୍ଟି...

1 week ago 7
ARTICLE AD BOX

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଯୁବପିଢ଼ିଙ୍କ ପାଇଁ ଭଲ ଖବର। MyGov ପକ୍ଷରୁ ବିଷୟବସ୍ତୁ କଣ୍ଟେଣ୍ଟ ରାଇଟର୍‌-କମ୍‌-ରିସର୍ଚର୍‌ ପଦବୀ ପାଇଁ ନିଯୁକ୍ତି ଘୋଷଣା କରାଯାଇଛି। ମୋଟ ୪ଟି ପଦବୀ ପାଇଁ ପ୍ରାର୍ଥୀଙ୍କଠାରୁ ଆବେଦନ ଆହ୍ୱାନ କରାଯାଇଛି। 

JobsMyGovIndia Photograph: (internet)

MyGov ନିଜ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ଏନେଇ ସୂଚନା ଦେଇଛି। ଏହି ପଦବୀ ପାଇଁ ଭଲ ଲେଖା ଦକ୍ଷତା ସହିତ ଗବେଷଣା ଓ ବିଶ୍ଳେଷଣ କରିବାର କ୍ଷମତା ଥିବା ପ୍ରାର୍ଥୀଙ୍କୁ ସୁଯୋଗ ମିଳିବ। ସରକାରୀ ନୀତି, ଯୋଜନା ଓ ଶାସନ ସମ୍ପର୍କିତ ସ୍ପଷ୍ଟ, ସଠିକ୍ ଏବଂ ଆକର୍ଷଣୀୟ ବିଷୟବସ୍ତୁ ପ୍ରସ୍ତୁତ କରିବା ଏହି ଚାକିରିର ମୁଖ୍ୟ ଦାୟିତ୍ୱ ରହିବ।

ଆହୁରି ପଢ଼ନ୍ତୁ- Accident: ଟ୍ରକ୍‌କୁ ପଛରୁ ଧକ୍କା ଦେଲା ବାଇକ୍‌; ଦୁଇ ଜଣଙ୍କ ମୃତ୍ୟୁ

କିଏ ଆବେଦନ କରିପାରିବେ?

ଯେକୌଣସି ବିଷୟରେ ସ୍ନାତକ ଡିଗ୍ରୀ ଥିବା ପ୍ରାର୍ଥୀ ଏହି ପଦବୀ ପାଇଁ ଆବେଦନ କରିପାରିବେ। ଏଥିସହ ପ୍ରାର୍ଥୀଙ୍କର ୩ରୁ ୫ ବର୍ଷର କାର୍ଯ୍ୟ ଅଭିଜ୍ଞତା ଥିବା ଆବଶ୍ୟକ।
ପ୍ରାର୍ଥୀଙ୍କର ଭଲ ଲେଖା ଦକ୍ଷତା ସହିତ ଗବେଷଣା କରିବାର ଅଭିଜ୍ଞତା ମଧ୍ୟ ରହିବା ଦରକାର। ଏହା ସହିତ ଉଭୟ ଇଂରାଜୀ ଓ ହିନ୍ଦୀ ଭାଷାରେ କାମ କରିବାର ଅଭିଜ୍ଞତା ଜରୁରି। କେବଳ ହିନ୍ଦୀ ଜାଣିଥିଲେ ଏହି ପଦବୀ ପାଇଁ ଯୋଗ୍ୟତା ପୂରଣ ହେବନାହିଁ। ଆବେଦନକାରୀଙ୍କର ଲେଖା ଓ ଗବେଷଣା ଦକ୍ଷତା ଯାଞ୍ଚ କରିବା ପାଇଁ ପରୀକ୍ଷା ମଧ୍ୟ ହୋଇପାରେ।

କାହାକୁ ମିଳିବ ଅଗ୍ରାଧିକାର?

ସରକାରୀ ସଂସ୍ଥା, ଥିଙ୍କ ଟ୍ୟାଙ୍କ, ଗବେଷଣା କିମ୍ବା ବିକାଶ କ୍ଷେତ୍ରରେ କାମ କରିଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ। ତେଣୁ ଆପଣଙ୍କର ଯଦି ଏହି କ୍ଷେତ୍ରରେ କାମର ଅଭିଜ୍ଞତା ରହିଛି ଏବଂ ଲେଖା ଓ ଗବେଷଣାରେ ଭଲ ଦକ୍ଷତା ଅଛି, ତେବେ ଏହି ସୁଯୋଗ ଆପଣଙ୍କ ପାଇଁ ଭଲ ହୋଇପାରେ।

ଆହୁରି ପଢ଼ନ୍ତୁ- Major Theft ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟ

ଆବେଦନର ଶେଷ ତାରିଖ

MyGovର ଏହି ନିଯୁକ୍ତି ପାଇଁ ଆବେଦନର ଶେଷ ତାରିଖ ସେପ୍ଟେମ୍ବର ୧୧। ତେଣୁ ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଶେଷ ତାରିଖ ପୂର୍ବରୁ ଆବେଦନ କରିଦେବା ଭଲ। 
ମୋଟ ୪ଟି ପଦବୀ ଥିବାବେଳେ ଏହି ନିଯୁକ୍ତି ପାଇଁ ଦରମା ସମ୍ପର୍କରେ ସୂଚନା ପ୍ରକାଶ କରାଯାଇନାହିଁ। ଆବେଦନ ପ୍ରକ୍ରିୟା ଓ ଅନ୍ୟାନ୍ୟ ବିବରଣୀ ଜାଣିବା ପାଇଁ ପ୍ରାର୍ଥୀମାନେ MyGovର ସରକାରୀ ୱେବସାଇଟ୍ https://www.mygov.in/ ଯାଞ୍ଚ କରିପାରିବେ।

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.