Murder: ମା’ଙ୍କ ପ୍ରତି ଖରାପ ନଜର ପକାଇବାରୁ ହତ୍ୟା: ୨ ଅଭିଯୁକ୍ତ ଗିରଫ, ନାବାଳକ ଅଟକ

4 weeks ago 14
ARTICLE AD BOX

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ମୁଚବାହାଲ ଡାକ୍ତରଖାନା ରାସ୍ତାରେ ଗତ ଶୁକ୍ରବାର ରାତିରେ ଘଟିଥିବା ହତ୍ୟାକାଣ୍ଡ ରହସ୍ୟ ଉପରୁ ପରଦା ହଟିଛି। ୪୮ ଘଣ୍ଟା ଭିତରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଜଣେ ନାବାଳକକୁ ଅଟକ ରଖିଛି। ଗିରଫ ଅଭିଯୁକ୍ତଦ୍ବୟ ହେଲେ ଲଖନପୁର ଥାନା ଅଇଁଲାଝରନ ଗାଁର ଅନିଲ କିଷାନ (୩୩) ଓ ମୁଚବାହାଲର ଦିଲୀପ କିଷାନ (୨୬)। ଅଭିଯୁକ୍ତଙ୍କ ମା’ଙ୍କ ପ୍ରତି ଖରାପ ନଜର ପକାଇବା ଘଟଣାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଝାରସୁଗୁଡ଼ା ଏସ୍‌ପି ଜିଆର୍‌ ରାଘବେନ୍ଦ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। 

Pay commission: ଅଷ୍ଟମ ବେତନ କମିସନ୍‌ର ଭୁବନେଶ୍ବର ଗସ୍ତ ଆଜିଠାରୁ

ଝାଡ଼ଖଣ୍ଡ ଗୁମଲା ଜିଲ୍ଲାର ବାସିନ୍ଦା ସୁରଜନ କୁମାର (୩୯) ମୁଚବାହାଲରେ ଗତ ୧୦ ବର୍ଷ ହେଲା ଏକୁଟିଆ ରହି ବିଭିନ୍ନ ଠିକା କମ୍ପାନିରେ ଟ୍ରକ୍‌ ଚାଳକ ଭାବେ କାର୍ଯ୍ୟ କରୁଥିଲେ। ଗତ ୩ ତାରିଖ ସକାଳେ ମୁଚବାହାଲ ଡାକ୍ତରଖାନା ରୋଡ୍‌ରୁ ତାଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ସୁରଜନଙ୍କୁ ହତ୍ୟା କରାଯାଇଥିବା ନେଇ ପୁଲିସ ନିଶ୍ଚିତ ହେବା ପରେ ବ୍ରଜରାଜନଗର ଥାନା ଆଇଆଇସି ଧବଳେଶ୍ବର ସାହୁ, ବନହରପାଲି ଥାନା ଆଇଆଇସି ବିନୋଦ ରାଓ, ଓରିଏଣ୍ଟ ଥାନା ଆଇଆଇସି ତୁଷାର ମହାନ୍ତି, ରେଙ୍ଗାଲି ଥାନା ଆଇଆଇସି ସମରେନ୍ଦ୍ର ନାୟକ ଓ ବେଲପାହାଡ଼ ଥାନା ଆଇଆଇସି ବିକାଶ କଲେଥଙ୍କୁ ନେଇ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଥିଲା। ସାକ୍ଷୀଙ୍କ ବୟାନ, ସିସିଟିଭି ଫୁଟେଜ୍‌, ବୈଷୟିକ ପ୍ରମାଣ ଓ ଗୁଇନ୍ଦା ସୂଚନାକୁ ଆଧାର କରି ପୁଲିସ ଅଭିଯୁକ୍ତମାନଙ୍କ ପାଖରେ ପହଞ୍ଚିଥିଲା।

Remal Dam: ରେମାଳ ଡ୍ୟାମ ୪ଗେଟ ଖୋଲିଲା: ତଳ ଅଞ୍ଚଳରେ ସତର୍କ ସୂଚନା

ତଦନ୍ତରୁ ଜଣାପଡ଼ିଥିଲା ଯେ ମୃତ ସୁରଜନଙ୍କ ସହିତ ଅନିଲର ବ୍ୟକ୍ତିଗତ ଶତ୍ରୁତା ରହିଥିଲା। ଅନିଲର ଘରକୁ ସୁରଜନ ପୂର୍ବରୁ ଯିବାଆସିବା କରୁଥିଲେ। ଅନିଲର ମା’ଙ୍କ ପ୍ରତି ତାର ଖରାପ ନଜର ଥିବା ଅଭିଯୋଗରେ ଉଭୟଙ୍କ ମଧ୍ୟରେ ଆଗରୁ ଝଗଡ଼ା ହୋଇଥିଲା। ଅନିଲ ଏହାର ପ୍ରତିଶୋଧ ନେବାକୁ ସୁଯୋଗ ଖୋଜୁଥିଲା। ଗତ ୨ ତାରିଖ ରାତିରେ ସୁରଜନ ଓ ଅଭିଯୁକ୍ତମାନେ ଏକାଠି ଘଟଣାସ୍ଥଳରୁ ପ୍ରାୟ ୧୦୦ ମିଟର ଦୂରରେ ମଦ ପିଇଥିଲେ। ଅତ୍ୟଧିକ ନିଶା ହେବାରୁ ସୁରଜନ ଓ ଅନିଲ ମଧ୍ୟରେ ବଚସା ହୋଇଥିଲା। ଝଗଡ଼ା ବଢ଼ୁଥିବାରୁ ସୁରଜନ ସେଠାରୁ ଚାଲି ଯାଉଥିଲେ। କିନ୍ତୁ ଅନିଲ ଓ ଅନ୍ୟ ଦୁଇଜଣ ତାଙ୍କୁ ପିଛା କରି ପଛପଟୁ ଲାଠିରେ ମାଡ଼ ମାରିଥିଲେ। ସେ ତଳେ ପଡ଼ିଯିବାରୁ ତିନିଜଣ ମିଶି ସେଠାରେ ପଡ଼ିଥିବା ଏକ ପଥରରେ ସୁରଜନଙ୍କ ମୁଣ୍ଡକୁ ଛେଚିଦେଇଥିଲେ। ଫଳରେ ଘଟଣାସ୍ଥଳରେ ସୁରଜନଙ୍କ ମୃତ୍ୟୁ ଘଟିଥିଲା। ଗିରଫ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ନାବାଳକକୁ କିଶୋର ନ୍ୟାୟବୋର୍ଡ ଆଗରେ ହାଜର କରାଯିବ ବୋଲି ପୁଲିସ ସୂଚନା ଦେଇଛି। ସାମ୍ବାଦିକ ସମ୍ମିଳନୀରେ ବ୍ରଜରାଜନଗର ଏସ୍‌ଡିପିଓ ଚିନ୍ତାମଣି ପ୍ରଧାନ ଉପସ୍ଥିତ ଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.