Murder: ପ୍ରେମିକା ଘରେ ପଶିଥିବା ବେଳେ ପ୍ରେମିକକୁ ଜାଳିଦେଲେ ପରିବାର ଲୋକେ, ୩ ଅଟକ

17 hours ago 2
ARTICLE AD BOX

ରିଆମାଳ: ଦେବଗଡ଼ଜିଲ୍ଲା ରିଆମାଳ ଥାନା ରିଆମାଳ ସଦରମହକୁମାରେ ବିଳମ୍ବିତ ରାତିରେ ପ୍ରେମିକା ଘରେ ପଶିଥିବା ବେଳେ ପ୍ରେମିକକୁ ହତ୍ୟା କରାଯାଇଛି । ମାଡ଼ପିଟ୍ ପରେ ପେଟ୍ରୋଲ ଢାଳି ଜାଳି ଦେଇଛନ୍ତି ପରିବାର ଲୋକେ। ମୃତ ପ୍ରେମିକହେଉଛନ୍ତି ବାବରାକୋଟ ଗାଁର ୨୮ ବର୍ଷୀୟ ଯୁବକ ସିଲୁ ରାୟ ‌।‌

ସିଲୁ ନିୟମିତ ମଦ ପିଇ ପ୍ରେମିକାଙ୍କ ଘରେ ଝଗଡ଼ା କରୁଥିଲେ

ସିଲୁ ନିୟମିତ ମଦ ପିଇ ପ୍ରେମିକାଙ୍କ ଘରେ ଝଗଡ଼ା କରୁଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପ୍ରେମିକାଙ୍କ ପରିବାର ଲୋକ ପ୍ରଥମେ ହତ୍ୟା, ପରେ ଜାଳିଦେଲେ। ସ୍ଥାନୀୟ ଲୋକ ନିଆଁ ଦେଖି ଦମକଳ ବାହିନୀକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ରିଆମାଳ ପୁଲିସ ପହଞ୍ଚି ୩ଜଣଙ୍କୁ ଅଟକ ରଖିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍ ଟିମ୍ ପହଞ୍ଚିବା ପରେ ତଦନ୍ତ ଅଧିକ ତଥ୍ୟ ଜଣା ପଡ଼ିବ।

PM Modi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Read Entire Article
LEFT SIDEBAR AD

Hidden in mobile, Best for skyscrapers.