ARTICLE AD BOX
ପାଟଣାଗଡ଼: ପାଟଣାଗଡ଼ରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ବାଘମୁଣ୍ଡ ଗ୍ରାମରେ ରଥଯାତ୍ରା ଚାଲିଥିବା ସମୟରେ କିଛି ଯୁବକ ଓ ଗ୍ରାମର ମୁକୁନ୍ଦ ସାହୁଙ୍କ ମଧ୍ୟରେ ସହ ଝଗଡ଼ା ହୋଇଥିଲା।
Heavy Rain: ପ୍ରବଳ ବର୍ଷା ଯୋଗୁଁ ରେଳ ଟ୍ରାକ୍ ଉପରେ ପାଣି, ଅଟକିଲା ଟ୍ରେନ୍
ଗତ ରାତି ୧୦ ଟାରେ କିଛି ଯୁବକ ଆସି ମୁକୁନ୍ଦଙ୍କ ଘର ଉପରକୁ ପଥର ମାଡ଼ କରିଥିଲେ। ମୁକୁନ୍ଦ କବାଟ ଖୋଲିବା ପରେ ତାଙ୍କ ଛାତିରେ ପଥର ବାଜି ଥିବା ବେଳେ ସେ ଗୁରୁତର ହୋଇ ପଡ଼ିଥିଲେ। ପରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଅଧିକ ତଦନ୍ତ କରୁଛି ପୁଲିସ
ଅପର ପକ୍ଷରେ ମୁକୁନ୍ଦଙ୍କୁ ସମୀର ବରିହା, ଲିଙ୍ଗରାଜ ବରିହା, ଦୀପକ ବରିହା, ଲୋହିତ ବରିହା ଓ ରିଙ୍କୁ ବରିହା ମିଶି ପଥରରେ ଆକ୍ରମଣ କରିଥିବା ଓ ଏଥିରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପରିବାରଲୋକେ ଲରମ୍ଭା ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି। ଏହି ଘଟଣାରେ ଲରମ୍ଭା ପୁଲିସ ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ବେଳେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି।

1 week ago
3


