Murder: ପତ୍ନୀଙ୍କୁ ହତ୍ୟା ପରେ ଫେରାର୍‌ ସ୍ବାମୀ ଉତ୍ତର ପ୍ରଦେଶରୁ ଗିରଫ

2 weeks ago 9
ARTICLE AD BOX

ନୂଆଦିଲ୍ଲୀ: ଦିଲ୍ଲୀରେ ପତ୍ନୀଙ୍କୁ ହତ୍ୟା କରି ଫେରାର୍‌ ଥିବା ସ୍ବାମୀକୁ ତିନି ଦିନ ପରେ ପୁଲିସ ଉତ୍ତର ପ୍ରଦେଶର ମୋରାଦାବାଦରୁ ଗିରଫ କରିଛି। ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀର ସିଲମପୁରରେ ଘର ଭିତରୁ ଜଣେ ୪୫ ବର୍ଷୀୟା ମହିଳା ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମିଳିଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୁଖ୍ୟ ଅଭିଯୁକ୍ତ ସ୍ବାମୀ ସଲିମ୍‌ ନିଖୋଜ ଥିବାବେଳେ ପୁଲିସ ତାଙ୍କୁ ଧରିବାକୁ ଏକାଧିକ ଦଳ ଗଠନ କରିଥିଲା। 

ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହିତ ବୈଷୟିକ ପ୍ରମାଣ ସମୀକ୍ଷା କରିଥିଲା। ଗିରଫଦାରୀକୁ ଏଡ଼ାଇବାକୁ ସଲିମ୍‌ ଗୋଟିଏ ପରେ ଗୋଟିଏ ସ୍ଥାନ ବଦଳାଉଥି‌ଲେ। ସଲିମ ହତ୍ୟାକାଣ୍ଡ ଘଟାଇବା ପରେ ପ୍ରଥମେ ଦିଲ୍ଲୀର ଆନନ୍ଦ ବିହାର ଯାଇଥିଲା। ସେଠାରୁ ସେ ଉତ୍ତର ପ୍ରଦେଶର ମୋରାଦାବାଦ ଫେରାର୍‌ ହୋଇଯାଇଥିଲା। ପରେ ରାମପୁର, ବରେଲି, ଶାହଜାହନପୁର ଓ ଲକ୍ଷ୍ନୌ ଚାଲି ଯାଇଥିଲା। ସଲିମ୍‌ ଗତିବିଧି ଉପରେ ନଜର ରଖିଥିବା ପୁଲିସ ସେ ମୋରାଦାବାଦ ଫେରିବା ପରେ ସିଲମପୁରଠାରୁ ୧୬୦ କିମି ଦୂରରେ ଏକ ରେଳ ଷ୍ଟେସନଠାରୁ ଗିରଫ କରିଥିଲା। ଜେରା ବେଳେ ସଲିମ୍‌ ନିଜ ଅପରାଧ ସ୍ବୀକାର କରିଥିଲା। 

Murder: ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ, ଫରେନ୍ସିକ୍ ତଦନ୍ତ ଜାରି

ସଲିମ୍‌ କହିଛି, ତା’ର ପତ୍ନୀ ଏକ କପଡ଼ା ଫ୍ୟାକ୍ଟ୍ରିରେ କାମ କରୁଥିଲା ଓ ଜଣେ ସହକର୍ମୀଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଥିଲା। ଏଥିପାଇଁ ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରାୟତଃ ଯୁକ୍ତିତର୍କ ହେଉଥିଲା। ଅଭିଯୁକ୍ତ ସଲିମ୍‌ କହିଛି ଯେ, ଗୁରୁବାର ଏହି ସମାନ ପ୍ରସଙ୍ଗକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଉଗ୍ର ରୂପ ଧାରଣ କରିଥିଲା। କ୍ରୋଧରେ ସେ ପତ୍ନୀଙ୍କୁ ବାରମ୍ବାର କଇଁଚିରେ ଭୁସି ହତ୍ୟା କରିବା ପରେ ଫେରାର୍‌ ହୋଇ ଯାଇଥିଲା। ପୁଲିସ ଘଟଣା ସମୟରେ ସଲିମ ପିନ୍ଧିଥିବା ରକ୍ତ ଲାଗିଥିବା ପୋଷାକ ଓ ହତ୍ୟାରେ ବ୍ୟବହାର ହୋଇଥିବା କଇଁଚି ଜବତ କରିଛି। ପୁଲିସର କହିବା ଅନୁଯାୟୀ ଅଭିଯୁକ୍ତ ସଲିମ୍‌ର ପୂର୍ବରୁ କୌଣସି ଅପରାଧିକ ରେକର୍ଡ ନାହିଁ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.