Murder: ଟଙ୍କା ନ ଦେବାରୁ ବାପାକୁ ହତ୍ୟା କଲା ପୁଅ, ଅଭିଯୁକ୍ତ ଅଟକ

2 weeks ago 5
ARTICLE AD BOX

ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପଥୁରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଟଙ୍କା ନ ଦେବାରୁ ପୁଅ ନିଜ ବାପାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ପୁଅ ସୁମନ୍ତ ଦେହୁରୀକୁ ଅଟକ ରଖିଛି ପୁଲିସ୍।

 (sambad.in) The son has been accused of killing his father for not paying the money. Photograph: (sambad.in)

ବାଙ୍ଗିରିପୋଷି: ମୟୂରଭଞ୍ଜଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ପଥୁରୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଟଙ୍କା ନ ଦେବାରୁ ପୁଅ ନିଜ ବାପାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି
​

ପ୍ରାପ୍ତ ସୂଚନା ଅନୁଯାୟୀ, ମୃତ ବାପା ଆଣିଥିବା କିଛି ଟଙ୍କାକୁ ତାଙ୍କ ପୁଅ ସୁମନ୍ତ ଦେହୁରୀ ମାଗିଥିଲା। କିନ୍ତୁ ବାପା ଟଙ୍କା ଦେବାକୁ ମନା କରିବାରୁ ଉଭୟଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ଗତକାଲି ରାତିରେ ଏହି କଥାକୁ ନେଇ ଉତ୍‌କ୍ଷିପ୍ତ ହୋଇ ପୁଅ ସୁମନ୍ତ ଏକ ଠେଙ୍ଗାରେ ବାପାଙ୍କୁ ନିର୍ମମ ଭାବେ ପିଟିଥିଲା, ଯାହାଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ​ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ପୁଅ ସୁମନ୍ତ ଦେହୁରୀକୁ ଅଟକ ରଖିଛି ଏବଂ ଏହି ମାମଲାରେ ଅଧିକ ତଦନ୍ତ ଜାରି ରଖିଛି। ଶବକୁ ବୋହିବା ପାଇଁ କେହି ନ ମିଳିବାରୁ ବୋହିଲା ପୁଲିସ। କାଦୁଅ ରାସ୍ତାରେ ଏକ କିଲୋମିଟର ବୋହିଲା ପୁଲିସ୍।

Advertisment

Sambad Whatsapp

Sambad is now on WhatsApp

Join and get latest news updates delivered to you via WhatsApp

Read Entire Article
LEFT SIDEBAR AD

Hidden in mobile, Best for skyscrapers.