ARTICLE AD BOX
ଆନନ୍ଦପୁର: ଜେଲ୍ ଫେରନ୍ତା ହତ୍ୟାକାରୀକୁ ହତ୍ୟା। କେନ୍ଦୁଝରଜିଲ୍ଲା ଆନନ୍ଦପୁର ଥାନା କଣ୍ଟିପାଳ ପଞ୍ଚାୟତ ପଇତାପାଣି ଗାଁରେ ବିଭୀଷଣ ହୋ(୫୫)ଙ୍କୁ ସେହି ଗ୍ରାମର ଜଣେ ବ୍ୟକ୍ତି ଛୁରୀ ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବିଭୀଷଣ କିଛି ବର୍ଷ ପୂର୍ବେ ଗାଁର ଜଣେ ବ୍ୟକ୍ତିଙ୍କୁ ତୀର ମାରି ହତ୍ୟା କରିଥିଲେ। ହତ୍ୟା ଅଭିଯୋଗରେ ତାଙ୍କୁ ପାଞ୍ଚ ବର୍ଷ ଜେଲ ହେବା ପରେ ସେ ପାଖାପାଖି ୩ ବର୍ଷ ତଳୁ ଗାଁକୁ ଫେରି ଆସିଥିଲେ।
ତେବେ ଗତକାଲି ରାତିରେ ସେ ଶୋଇଥିବା ବେଳେ ତାଙ୍କୁ କେହି ଦୁର୍ବୁତ୍ତ ଛୁରୀ ଭୁସି ହତ୍ୟା କରିଛି। ଆଜି ସକାଳୁ ପରିବାର ଲୋକେ ଦେଖିବା ପରେ ଆନନ୍ଦପୁର ପୁଲିସ କୁ ଖବର ଦେଇଥିଲେl ପୁଲିସ ପହଁଞ୍ଚି ମୃତଦେହକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡିକାଲ କୁ ପଠାଇଛିl ମୃତକଙ୍କ ପୁଅ ଶୁକଦେବ ହୋ ଥାନାରେ ଏତଲା ଦେଇଛନ୍ତିl ତେବେ କିଏ ଓ କାହିଁକି ବିଭୀଷଣକୁ ହତ୍ୟା କଲା ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି।

4 weeks ago
12


