Mumbai: ମୁମ୍ବାଇରେ ଜୁଲାଇ ୨୩ରୁ ଅଗଷ୍ଟ ୬ ପର୍ଯ୍ୟନ୍ତ ୧୬୩ ଧାରା ଲାଗୁ

2 weeks ago 7
ARTICLE AD BOX

ମୁମ୍ବାଇ: ନିଟ୍‌ ପ୍ରଶ୍ନପତ୍ର ଲିକ୍‌କୁ ନେଇ ଦିଲ୍ଲୀରେ କକ୍ରୋଚ୍ ଜନତା ପାର୍ଟିର ବଡ଼ଧରଣର ଆନ୍ଦୋଳନକୁ ଦୃଷ୍ଟିରେ ରଖି ଆସନ୍ତା ୨୩ ଜୁଲାଇରୁ ୬ ଅଗଷ୍ଟ ପର୍ଯ୍ୟନ୍ତ ୧୫ ଦିନ ପାଇଁ ମୁମ୍ବାଇ ପୁଲିସ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ୍‌)ର ଧାରା ୧୬୩ ଅନ୍ତର୍ଗତ ସାର୍ବଜନୀନ ସ୍ଥାନରେ ପାଞ୍ଚ କିମ୍ବା ତା’ଠାରୁ ଅଧିକ ଲୋକଙ୍କ ଏକତ୍ରିତ ହେବା ଉପରେ ପ୍ରତିବନ୍ଧକ ଲଗାଇଛି। ଅଧିକାରୀମାନେ କହିଛନ୍ତି ଯେ, ପୁଲିସ ଶାନ୍ତି ଭଙ୍ଗ ଓ ସାର୍ବଜନୀନ ସ୍ଥାନରେ ଅଶାନ୍ତି ହେବାର ଆଶଙ୍କା ଯୋଗୁଁ ଏହି ପଦକ୍ଷେପ ନେଇଛି। ମହାରାଷ୍ଟ୍ର ପୁଲିସ ଆଇନ ଅନୁଯାୟୀ, ଡେପୁଟି ପୁଲିସ କମିସନର (ଅପରେସନ୍ସ) ଆକବର ପଠାନଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ଆଦେଶରେ ଶୋଭାଯାତ୍ରା, ଡାକବାଜି ଓ ବାଦ୍ୟଯନ୍ତ୍ରର ବ୍ୟବହାର ଓ ଶୋଭାଯାତ୍ରାରେ ବାଣ ଫୁଟାଇବା ଇତ୍ୟାଦିକୁ ମଧ୍ୟ ନିଷେଧ କରାଯାଇଛି। 

ଆହୁରି ପଢନ୍ତୁ: Newborn Baby Boy Found ନବଜାତ ସନ୍ତାନକୁ ଧାନ ବିଲରେ ଫିଙ୍ଗି ଦେଇ ଚାଲିଗଲା ପ୍ରସୂତା

ତେବେ ବିବାହ ଉତ୍ସବ, ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମ, ସିନେମା ହଲ, ଥିଏଟର ଓ ଅନ୍ୟାନ୍ୟ ସାର୍ବଜନୀନ ମନୋରଞ୍ଜନ ସ୍ଥାନକୁ ଏଥିରୁ ଛାଡ କରାଯାଇଛି। କୋର୍ଟ, ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ, କାରଖାନା, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନକୁ ମଧ୍ୟ ଏହି କଟକଣାରୁ ବାଦ୍‌ ଦିଆଯାଇଛି। ଆଦେଶରେ କୁହାଯାଇଛି ଯେ, ବିଭିନ୍ନ ଉତ୍ସରୁ ଶାନ୍ତି ଭଙ୍ଗ ଓ ସାର୍ବଜନୀନ ଶାନ୍ତି ବ୍ୟାହତ ହେବାର ଆଶଙ୍କା ଓ ମାନବ ଜୀବନ ଓ ସମ୍ପତ୍ତି କ୍ଷତି ପ୍ରତି ଗୁରୁତର ବିପଦ ସମ୍ପର୍କରେ ମିଳିଥିବା ସୂଚନା ଉପରେ ଏହି ନିଷ୍ପତ୍ତି ନିଆଯାଇଛି। ପୁଣେରେ ମଧ୍ୟ ସମାନ ନିର୍ଦ୍ଦେଶ ଜାରି ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.