Mukund Baral Memorial: ମୁକୁନ୍ଦ ବରାଳ ସ୍ମାରକୀ କ୍ରୀଡ଼ା ପୁରସ୍କାର ପାଇବେ ୬ ପ୍ରତିଭା

4 weeks ago 12
ARTICLE AD BOX

ଭୁବନେଶ୍ବର: ରାଜ୍ୟରେ ଗୁରୁ-ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ କରିବା ସହ ବିଗତ ଦିନର କ୍ରୀଡା ଗୁରୁ ଓ ସେମାନଙ୍କ ଶିଷ୍ୟଙ୍କୁ ଲୋକଲୋଚନକୁ ଆଣିବା, ଉଦୀୟମାନ କ୍ରୀଡାବିତଙ୍କୁ ସମ୍ବର୍ଦ୍ଧିତ କରିବା ଉଦ୍ଦେଶ୍ୟରେ ମୁକୁନ୍ଦ ବରାଳ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ଏମବି ସ୍ମାରକୀ କ୍ରୀଡା ପ୍ରତିଭା ସମ୍ମାନ ପ୍ରଦାନ କରାଯାଇ ଆସୁଛି। ଚଳିତ ବର୍ଷ ଏହି ପୁରସ୍କାର ୬ ଜଣ ଖେଳାଳିଙ୍କୁ ପ୍ରଦାନ କରାଯିବ। ପୁରୀ ସହରର ପ୍ରଥମ କୁସ୍ତିଗୁରୁଭାବେ ପରିଚିତ ମୁକୁନ୍ଦ ବରାଳଙ୍କ ନାମରେ ନାମିତ ଏହି ଟ୍ରଷ୍ଟ ପ୍ରତ୍ୟେକ ବର୍ଷ ଉଦୀୟମାନ ପୁରାତନ ଓ ନୂତନ କ୍ରୀଡାବିତ୍‌ଙ୍କୁ ସମ୍ବର୍ଦ୍ଧିତ କରି ଆସୁଛି। ଚଳିତ ବର୍ଷର ପୁରସ୍କାର ଜୁଲାଇ ୧୦ରେ ପ୍ରଦାନ କରାଯିବ। ଚଳିତ ବର୍ଷ ମୁକୁନ୍ଦ ବରାଳ ସ୍ମାରକୀ କ୍ରୀଡ଼ାଗୁରୁ ସମ୍ମାନ ନରସିଂହ ଲେଙ୍କାଙ୍କୁ ପ୍ରଦାନ କରାଯିବ। 

Ram Mandir: ଚୋରି ସୁନା ଅଳଙ୍କାର ତରଳା ଯାଇଥିବା ଆଶଙ୍କା

ମୁକୁନ୍ଦ ବରାଳ ସ୍ମାରକୀ - ଅନୁରାଧା ବିଶ୍ବାଳ କ୍ରୀଡ଼ା ପ୍ରତିଭା ସମ୍ମାନ ଉଦୀୟମାନ ମହିଳା ହକି ଖେଳାଳି ନିକିତା ଟପ୍ପୋଙ୍କୁ ପ୍ରଦାନ କରାଯିବ। କ୍ରୀଡା ପ୍ରତିଭା ସମ୍ମାନରେ ମିନି ଗଲ୍ଫ ଖେଳାଳି ଆନିକା ପଟ୍ଟନାୟକ, କୁସ୍ତିରେ ଅଜିତ ଭୂୟାଁ, ଫୁଟ୍‌ବଲ୍‌ ପାଇଁ ହରିଶଙ୍କର ନାୟକ ଓ ଉଷୁ ଖେଳାଳି ମଞ୍ଜୁ ମୁଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯିବ। ପ୍ରତ୍ୟେକଙ୍କୁ ମାନପତ୍ର, ଉପଢୌକନ ସହ ନଗଦ ୧୦ହଜାର ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ ବୋଲି ଟ୍ରଷ୍ଟର ଟ୍ରଷ୍ଟି କୈବଲ୍ୟ ବରାଳ ଓ ଅଧ୍ୟକ୍ଷ ବିଧୁଭୂଷଣ ନାୟକ ସୂଚନା ଦେଇଛନ୍ତି। ଏହି ଅବସରରେ ଭୁବନେଶ୍ୱରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ସୁର ତରଙ୍ଗ’ ପକ୍ଷରୁ ପ୍ରିୟ ରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ବିଶିଷ୍ଟ କଳାକାରଙ୍କ ଦ୍ୱାରା ପୁରୁଣା ଓଡ଼ିଆ ଗୀତକୁ ନେଇ ‘ଅଭୁଲା ଅତୀତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ଅତିଥି ଭାବେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢୀ, ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେବେ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।

ICAI: ଆଇସିଏଆଇର ଜାତୀୟ ସମ୍ମିଳନୀ ଉଦ୍‌ଯାପିତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.