MoU: 'ସେଣ୍ଟର ଅଫ୍ ଏକ୍ସଲେନ୍ସ' ପ୍ରତିଷ୍ଠା ନିମନ୍ତେ ବୁଝାମଣା ପତ୍ର ସ୍ଵାକ୍ଷରିତ

3 weeks ago 11
ARTICLE AD BOX

ଭୁବନେଶ୍ୱର: ସ୍ଥାୟୀ ସହରୀକରଣ ଏବଂ ଜଳବାୟୁ-ସହନଶୀଳ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ଵରୂପ ଆଜି ଓଡ଼ିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଆନୁକୂଲ୍ୟରେ ‘ସେଣ୍ଟର ଅଫ୍ ଏକ୍ସଲେନ୍ସ ଅନ୍ ଲୋ କାର୍ବନ କନ୍ସଟ୍ରକ୍ସନ ମ୍ୟାଟେରିଆଲ୍ସ ଆଣ୍ଡ ସଷ୍ଟେନେବଲ୍ ଡେଭେଲପମେଣ୍ଟ’ (ସ୍ଵଳ୍ପ କାର୍ବନ ନିର୍ମାଣ ସାମଗ୍ରୀ ଏବଂ ସ୍ଥାୟୀ ବିକାଶ କେନ୍ଦ୍ର) ପ୍ରତିଷ୍ଠା ପାଇଁ ଏକ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଛି। ଓଡ଼ିଶାକୁ ସ୍ୱଚ୍ଛ, ସବୁଜ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ସହରରେ ପରିଣତ କରିବାର ସଂକଳ୍ପକୁ ସାକାର କରିବା ପାଇଁ ଗବେଷଣା, ନବୋନ୍ମେଷ, ଦକ୍ଷତା ବିକାଶ ଏବଂ ସ୍ଥାୟୀ ନିର୍ମାଣ ଶୈଳୀର ପ୍ରସାର କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ।

ଗୃହ ନିର୍ମାଣ ଓ ନଗର ଉନ୍ନୟନ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀଙ୍କ ଉପସ୍ଥିତିରେ ଓଡ଼ିଶା ଅର୍ବାନ ଏକାଡେମୀ, ଆଇଆଇଟି ଭୁବନେଶ୍ୱର ଏବଂ ଡେଭେଲପମେଣ୍ଟ ଅଲଟରନେଟିଭ୍ସ ମଧ୍ୟରେ ଏହି ଏମଓୟୁ ସ୍ଵାକ୍ଷରିତ ହୋଇଛି। ଓଡ଼ିଶା ଅର୍ବାନ ଏକାଡେମୀର ନିର୍ଦ୍ଦେଶକ ଶୁଭେନ୍ଦୁ ସାହୁ, ଆଇଆଇଟି ଭୁବନେଶ୍ୱରର ସ୍କୁଲ୍ ଅଫ୍ ଇନଫ୍ରାଷ୍ଟ୍ରକ୍ଚରର ପ୍ରଫେସର ଦିନକର ପାସଲା ଏବଂ ଡେଭେଲପମେଣ୍ଟ ଅଲଟରନେଟିଭ୍ସର ସିଇଓ ଶାଶ୍ଵତ ପାଟରା ଏହି ଚୁକ୍ତିପତ୍ରରେ ସ୍ଵାକ୍ଷର କରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ତଥା ଏସବିଏମ (ଅର୍ବାନ)ର ମିସନ ନିର୍ଦ୍ଦେଶକ ବିନୟ କୁମାର ଦାଶଙ୍କ ସ୍ୱାଗତ ଭାଷଣ ପ୍ରଦାନ କରି ଏହି ବୁଝାମଣା ପତ୍ର ସମ୍ପର୍କରେ ସୂଚନା ଦେଇଥିଲେ। 

Agriculture: କୃଷି ବିଭାଗ ପକ୍ଷରୁ ୪ଟି ନିଗମ ସହ ବୁଝାମଣା ପତ୍ର ସ୍ୱାକ୍ଷରିତ

ଏହି ଅବସରରେ ମନ୍ତ୍ରୀ ଡଃ ମହାପାତ୍ର କହିଛନ୍ତି ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଓଡ଼ିଶା ୨୦୩୬ ସୁଦ୍ଧା ଏକ ‘ବିକଶିତ ଓଡ଼ିଶା’ ଗଠନ କରିବା ଦିଗରେ ଦୃଢ଼ତାର ସହ ଆଗେଇ ଚାଲିଛି, ଯାହା ୨୦୪୭ ସୁଦ୍ଧା ‘ବିକଶିତ ଭାରତ’ର ଜାତୀୟ ସଂକଳ୍ପରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ। ସେ ଗୁରୁତ୍ୱ ଦେଇ କହିଛନ୍ତି ଯେ ସହରୀ ବିକାଶ କେବଳ ଭୌତିକ ଭିତ୍ତିଭୂମି ନିର୍ମାଣ ମଧ୍ୟରେ ସୀମିତ ନରହି, ପରିବେଶ ଅନୁକୂଳ ଯୋଜନା, ଗୁଣାତ୍ମକ ଜନସାଧାରଣ ଭିତ୍ତିଭୂମି ଏବଂ ଦକ୍ଷ ନାଗରିକ ସେବା ମାଧ୍ୟମରେ ଲୋକଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଉଚିତ। ଏହି ‘ସେଣ୍ଟର ଅଫ୍ ଏକ୍ସଲେନ୍ସ’କୁ ଏକ ପରିବର୍ତ୍ତନକାରୀ ପଦକ୍ଷେପ ଭାବେ ବର୍ଣ୍ଣନା କରି ସେ କହିଛନ୍ତି ଯେ ଏହା ରାଜ୍ୟରେ ସ୍ଥାୟୀ ସହରୀ ବିକାଶକୁ ଆଗେଇ ନେବା ପାଇଁ ଜ୍ଞାନ ଏବଂ ନବୋନ୍ମେଷର ଏକ ପ୍ରମୁଖ କେନ୍ଦ୍ର ସାଜିବ। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.