Morocco lost: ମରକ୍କୋ ହାରିଗଲା ବୋଲି...

3 weeks ago 12
ARTICLE AD BOX

ଏ ଫିଫା ଫୁଟ୍‌ବଲ୍‌ର ରୋମାଞ୍ଚରେ ମସଗୁଲ୍‌ ତ ଆଉ କିଏ ୱିମ୍ବଲ୍‌ଡନ୍‌ ଟେନିସ୍‌ର ମାୟାରେ। ୟା’ ଭିତରୁ ଫୁଟ୍‌ବଲ୍‌ ବିଶ୍ବକପ୍‌ର କ୍ରେଜ୍‌ ନିଶ୍ଚୟ ନିଆରା। ଏହା ସାରା ପୃଥିବୀକୁ ମତୁଆଲା କରି ରଖିଥିବା ବେଳେ ବଲିଉଡ୍‌ ସେଲିବ୍ରିଟିମାନେ ବି ଏଥିରୁ ବାଦ୍‌ ପଡ଼ି ନାହାନ୍ତି। ଚଳିତ ଥର ଆମେରିକା, ମେକ୍ସିକୋ ଓ କାନାଡା ଏହାର ଆୟୋଜନ କରୁଛନ୍ତି। ତେବେ ନିଜ ପ୍ରିୟ ଦଳର ଉତ୍ସାହ ବଢ଼ାଇବାକୁ ଅନେକ ସେଲିବ୍ରିଟି ପଡ଼ିଆରେ ବି ପହଞ୍ଚିଛନ୍ତି। କେତେବେଳେ ବିଜୟର ଆନନ୍ଦରେ ତ କେତେବେଳେ ହାରିଯିବାର ଦୁଃଖରେ ସେମାନଙ୍କ ଓଦା ଆଖି ସୋସିଆଲ୍‌ ମିଡିଆରେ ଟ୍ରେଣ୍ଡ୍‌ କରୁଛି। 

ଏହାରି ଭିତରେ ଅଗଣିତ ଦର୍ଶକଙ୍କ ପ୍ରିୟ ଅଭିନେତ୍ରୀ, ନୃତ୍ୟଶିଳ୍ପୀ ତଥା କଣ୍ଠଶିଳ୍ପୀ ନୋରା ଫତେହିଙ୍କ ଏକ ଭିଡିଓ ଚର୍ଚ୍ଚାର କେନ୍ଦ୍ରରେ ରହିଛି। ଫିଫା ବିଶ୍ୱକପ୍‌ରୁ ମରକ୍କୋ ବାହାରିଯିବା ପରେ ଏହାର ଫ୍ୟାନ୍‌ ନୋରା କାନ୍ଦୁଥିବାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓରେ ମରକ୍କୋର ଫିଫା ବିଶ୍ୱକପ୍ ଯାତ୍ରା ଶେଷ ହେବା ଅବସରରେ ଭାବପ୍ରବଣ ନୋରା କାନ୍ଦୁଥିବା ବେଳେ ଚାରିପାଖରେ ଲୋକେ ତାଙ୍କୁ ସାନ୍ତ୍ୱନା ଦେବାକୁ ଚେଷ୍ଟା କରୁଛନ୍ତି। ଆମେ ଜାଣୁ ଯେ, ୨୦୧୪ ମସିହାରୁ ନୋରା ବଲିଉଡ୍‌ ଫିଲ୍ମରେ ସକ୍ରିୟ ଅଛନ୍ତି। ଯଦିଓ ସେ କାନାଡାର ଟରଣ୍ଟୋରେ ଜନ୍ମଗ୍ରହଣ କରି ସେଠାରେ ହିଁ ବଢ଼ିଥିଲେ, ହେଲେ ତାଙ୍କ ବାପା ମାଆ ଉଭୟ ମରକ୍କୋର ମୂଳ ଅଧିବାସୀ। ତେଣୁ ନୋରାଙ୍କର ମରକ୍କୋ ସହ ଗଭୀର ସମ୍ପର୍କ ରହିଛି ଓ ବିଶ୍ବକପରେ ଏହି ଦଳକୁ ସମର୍ଥନ କରିଆସିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.