Morning Mouth Taste: ସକାଳୁ ଉଠିଲେ ମୁହଁରୁ ଆସୁଛି କି ଏପରି ସ୍ୱାଦ?

2 days ago 1
ARTICLE AD BOX

ଭୁବନେଶ୍ବର: ସକାଳୁ ନିଦରୁ ଉଠିବା ପରେ ଅନେକଙ୍କ ମୁହଁରେ କଡ଼ା କିମ୍ବା ବାସି ଭଳି ଭିନ୍ନ ସ୍ୱାଦ ଅନୁଭୂତ ହୁଏ। ସାଧାରଣତଃ ଏଥିପାଇଁ ରାତିରେ ଖାଇଥିବା ଖାଦ୍ୟକୁ ଦାୟୀ କରାଯାଏ। କିନ୍ତୁ ଏହା ପଛରେ ଆଉ କିଛି କାରଣ ମଧ୍ୟ ଥାଇପାରେ।

ଜାଣନ୍ତୁ ଏହାର କାରଣ

ରାତିରେ ଶୋଇବା ସମୟରେ ମୁହଁରେ ଲାଳ ତିଆରି ହେବା କମିଯାଏ। ଫଳରେ ମୁହଁ ଶୁଖିଯାଏ ଏବଂ ବ୍ୟାକ୍ଟେରିଆ ବଢ଼ିବାର ସୁଯୋଗ ପାଆନ୍ତି। ଏହି କାରଣରୁ ସକାଳୁ ଉଠିବା ବେଳେ ମୁହଁର ସ୍ୱାଦ ଖରାପ ଲାଗିପାରେ। ସେହିପରି, ଶୋଇବା ସମୟରେ ମୁହଁ ଖୋଲା ରହିବା କିମ୍ବା ଘୁଙ୍ଗୁଡ଼ି ମାରିବା ଦ୍ୱାରା ମୁହଁ ଅଧିକ ଶୁଖିଯାଏ। ଏହା ମଧ୍ୟ ସକାଳର ଅସ୍ୱାଭାବିକ ସ୍ୱାଦର ଏକ କାରଣ ହୋଇପାରେ।

ଆଉ ଏକ କାରଣ ହେଉଛି ପେଟର ଅମ୍ଳ ଉପରକୁ ଫେରିବା। ଶୋଇବା ସମୟରେ ପେଟର ଏସିଡ୍‌ ଉପରକୁ ଆସି ଗଳା କିମ୍ବା ମୁହଁ ପର୍ଯ୍ୟନ୍ତ ପହଞ୍ଚିଲେ ସକାଳେ ଖଟା କିମ୍ବା କଡ଼ା ସ୍ୱାଦ ଅନୁଭବ ହୋଇପାରେ। ଶରୀରରେ ପାଣିର ଅଭାବ ହେଲେ ମଧ୍ୟ ମୁହଁର ଆର୍ଦ୍ରତା କମିଯାଏ ଏବଂ ଲାଳ ଉତ୍ପାଦନ ପ୍ରଭାବିତ ହୁଏ। ଏହାସହ ଜିଭକୁ ଠିକ୍‌ ଭାବେ ସଫା ନକରିବା ଦ୍ୱାରା ଜିଭ ଉପରେ ବ୍ୟାକ୍ଟେରିଆ ଓ ମୃତ କୋଷ ଜମି ରହିପାରେ। ତେଣୁ ଦାନ୍ତ ସହ ଜିଭକୁ ମଧ୍ୟ ନିୟମିତ ସଫା କରିବା ଏବଂ ପର୍ଯ୍ୟାପ୍ତ ପାଣି ପିଇବା ଉପକାରୀ ହୋଇପାରେ।

September 15: ଜାଣନ୍ତୁ ଆଜିର ରାଶିଫଳ...

Read Entire Article
LEFT SIDEBAR AD

Hidden in mobile, Best for skyscrapers.