Monsoon Session: ମୌସୁମୀ ଅଧିବେଶନର ଦ୍ବିତୀୟ ଦିବସରେ ବି ଅଚଳାବସ୍ଥା ଜାରି

1 week ago 7
ARTICLE AD BOX

ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନର ଆଜି ଦ୍ବିତୀୟ ଦିବସ ବି ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ ମଧ୍ୟରେ ଧୋଇଯାଇଛି। ଗୃହ କାର୍ଯ୍ୟ ଆରମ୍ଭ ହେବାର ମାତ୍ର କିଛି ସମୟ ମଧ୍ୟରେ ପ୍ରବଳ ହଟ୍ଟଗୋଳ ଯୋଗୁ ଉଭୟ ଗୃହକୁ ମୁଲତବି ରଖିବାକୁ ପଡ଼ିଛି। ଉଭୟ ଲୋକସଭା ଓ ରାଜ୍ୟସଭାରେ ଆଜି ବିରୋଧୀ ଦଳ ନେତାମାନେ ନିଟ୍‌ ପେପର ଲିକ୍‌ ପ୍ରସଙ୍ଗ ଓ ସିଜେପି ଆନ୍ଦୋଳନକାରୀଙ୍କ ଉପରେ ପୁଲିସ ଲାଠିମାଡ଼ ଘଟଣାରେ ଆଲୋଚନା ଦାବି କରି ପ୍ରବଳ ହୋହଲ୍ଲା କରିଥିଲେ।

ଲୋକସଭାରେ ଅଧ୍ୟକ୍ଷତା କରୁଥିବା ଦିଲୀପ ସାଇକିଆ ଆଜି ଗୃହ ମୁଲତବି ରଖିବା ପୂର୍ବରୁ କହିଥିଲେ ଯେ ଦୟାକରି ସମସ୍ତେ ନିଜ ନିଜର ସ୍ଥାନରେ ବସନ୍ତୁ। ସମଗ୍ର ଦେଶ ଆପଣମାନଙ୍କୁ ଦେଖୁଛି। ସଂସଦକୁ ବ୍ୟାନର, ପୋଷ୍ଟର ଓ କଳା ପୋଷାକ ଧରି ଆସିବା ସଂସଦୀୟ ନିୟମର ବିରୁଦ୍ଧାଚରଣ କରୁଛି। ସେହିପରି ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଗୃହରେ ଶୃଙ୍ଖଳା ବଜାୟ ରଖିବା ପାଇଁ ଅନୁରୋଧ କରିବା ସତ୍ତ୍ବେ ବିରୋଧୀ ନେତାମାନେ ଲଗାତାର ହୋହଲ୍ଲା କରି ଗୃହକାର୍ଯ୍ୟରେ ବାଧା ସୃଷ୍ଟି କରିବାରୁ ଗୃହକୁ ମୁଲତବୀ ରଖିବାକୁ ପଡ଼ିଲା। ଗୃହକାର୍ଯ୍ୟ ବାରମ୍ବାର ମୁଲତବୀ ହେବା ଘଟଣାରେ ପ୍ରତିକ୍ରିୟା ରଖି ବିଜେପି ସାଂସଦ ଜଗଦମ୍ବିକା ପାଲ କହିଛନ୍ତି, ଗୃହ ଚଳାଇବା ପାଇଁ ବିରୋଧୀ ଦଳଙ୍କର କୌଣସି ଆଗ୍ରହ ନାହିଁ। ଗତକାଲି ମଧ୍ୟ ଗୃହରେ କୌଣସି କାର୍ଯ୍ୟ ହୋଇନଥିଲା। ବିରୋଧୀ ଦଳ ନେତାମାନେ ଏଭଳି କରି ଜନସାଧାରଣଙ୍କ କଷ୍ଟ-ଅର୍ଜିତ ଅର୍ଥକୁ ନଷ୍ଟ କରୁଛନ୍ତି ବୋଲି ସେ କହିଛନ୍ତି।

ସାର ପ୍ରସଙ୍ଗରେ ବିଜେଡିର ନାରାବାଜି, ସୋମବାର ଯାଏଁ ବିଧାନସଭା ମୁଲତବି

ଅନ୍ୟପକ୍ଷେ ଆଜି ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଅନ୍ୟ କିଛି ବିରୋଧୀ ସାଂସଦ ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଭେଟିଥିଲେ ଏବଂ ଗତକାଲି ସିଜେପି ଆନ୍ଦୋଳନ ସମୟରେ ଛାତ୍ରଙ୍କ ଉପରେ ପୁଲିସ ବର୍ବରତା ଉପରେ ଗୃହରେ ଆଲୋଚନା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ। କିନ୍ତୁ ବାଚସ୍ପତି ଏଥିପାଇଁ ଅନୁମତି ଦେଇନଥିବା ଜଣାପଡ଼ିଛି। ଅନ୍ୟପକ୍ଷେ ରାଜ୍ୟସଭାରେ ଆଜି ଆପ୍‌ ସାଂସଦ ସଞ୍ଜୟ ସିଂହଙ୍କ ସମେତ ଅନ୍ୟମାନେ ସଂସଦ ଭବନ ପରିସର ବାହାରେ ପୁଲିସ କାର୍ଯ୍ୟାନୁଷ୍ଠାନ ବିରୋଧରେ ସ୍ଲୋଗାନ ଦେଇଥିଲେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.