Modi: ଭାରତ ଉପରେ ବିଶ୍ୱର ଭରସା ବଢ଼ିଛି: ପ୍ରଧାନମନ୍ତ୍ରୀ ମୋଦୀ

5 hours ago 1
ARTICLE AD BOX

ନୂଆଦିଲ୍ଲୀ: ୨୦୨୬ ବ୍ରିକ୍ସ ଶିଖର ସମ୍ମିଳନୀରେ ସର୍ବସମ୍ମତିକ୍ରମେ ‘ନୂଆଦିଲ୍ଲୀ ଘୋଷଣାନାମା’ ଗ୍ରହଣ କରାଯିବା ଭାରତ ଉପରେ ବିଶ୍ୱର ବଢ଼ୁଥିବା ଭରସାର ପ୍ରମାଣ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଗୁରୁବାର ନୂଆଦିଲ୍ଲୀର ଯଶୋଭୂମିରେ ସେମିକନ୍‌ ଇଣ୍ଡିଆ-୨୦୨୬ର ଉଦ୍‌ଘାଟନୀ ସମାରୋହରେ ଉଦ୍‌ବୋଧନ ଦେଇ ସେ ଏହା କହିଥିଲେ। ୧୨ ଓ ୧୩ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ୧୮ଶ ବ୍ରିକ୍ସ ଶିଖର ସମ୍ମିଳନୀରେ ନେତାମାନେ ସର୍ବସମ୍ମତିରେ ଏହି ଘୋଷଣାନାମା ଗ୍ରହଣ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ଭାରତ ସଫଳତାର ସହ ବ୍ରିକ୍ସ ସମ୍ମିଳନୀ ଆୟୋଜନ କରିଛି। ବିଭିନ୍ନ ଦେଶ ମଧ୍ୟରେ ମତପାର୍ଥକ୍ୟ ଥିବା ସତ୍ତ୍ୱେ ଘୋଷଣାନାମା ସର୍ବସମ୍ମତିରେ ଗ୍ରହଣ ହେବା ଭାରତର ଭୂମିକା ଉପରେ ଅନ୍ତର୍ଜାତୀୟ ଭରସାକୁ ପ୍ରତିଫଳିତ କରୁଛି ବୋଲି ସେ କହିଥିଲେ। ଭାରତର ଅଧ୍ୟକ୍ଷତାରେ ବ୍ରିକ୍ସ ସହଯୋଗକୁ ଅଧିକ ମଜଭୁତ କରିବା, ବିଶ୍ୱ ଶାସନ ବ୍ୟବସ୍ଥାରେ ବିକାଶଶୀଳ ଦେଶଗୁଡ଼ିକର ଅଧିକ ପ୍ରତିନିଧିତ୍ୱ ଏବଂ ଅର୍ଥନୈତିକ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଆହୁରି ପଢନ୍ତୁ: Tanishq: ତନିସ୍କର ୨୨୫ରୁ ଅଧିକ ଷ୍ଟୋରରେ ଡାଇମଣ୍ଡ ଏକ୍ସପର୍ଟାଇଜ୍‌ ସେଣ୍ଟର୍‌

ମୋଦୀ ଭାରତର ଅର୍ଥନୈତିକ ଅଗ୍ରଗତିକୁ ମଧ୍ୟ ଏହି ସମୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ, ଚଳିତ ବର୍ଷର ତ୍ରୈମାସିକ ଜିଡିପି ଅଭିବୃଦ୍ଧି ହାର ୭.୮ ପ୍ରତିଶତ ରହିଛି। ଏକପଟେ ଭାରତର ଅର୍ଥନୀତି ବଢ଼ୁଛି, ଅନ୍ୟପଟେ ଭାରତ ଉପରେ ବିଶ୍ୱର ଭରସା ମଧ୍ୟ ବଢ଼ୁଛି ବୋଲି ସେ କହିଥିଲେ। ଜାପାନର ଏକ କ୍ରେଡିଟ୍‌ ରେଟିଂ ସଂସ୍ଥା ଦୀର୍ଘ ପ୍ରାୟ ୩୫ ବର୍ଷ ପରେ ଭାରତର ସାର୍ବଭୌମ କ୍ରେଡିଟ୍‌ ରେଟିଂ ବଢ଼ାଇଥିବା କଥା ମଧ୍ୟ ସେ ଉଲ୍ଲେଖ କରିଥିଲେ। ୧୭ରୁ ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଯଶୋଭୂମିରେ ଚାଲିଥିବା ସେମିକନ୍‌ ଇଣ୍ଡିଆ-୨୦୨୬ରେ ଭାରତର ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଶିଳ୍ପର ବିକାଶ ଉପରେ ଆଲୋଚନା ହେଉଛି। ଏହି ଅବସରରେ ମୋଦୀ କହିଥିଲେ, ଭାରତର ସେମିକଣ୍ଡକ୍ଟର ପରିବେଶ ଦ୍ରୁତ ଗତିରେ ବଢ଼ୁଛି ଏବଂ ଏହା ନୂଆ ନିବେଶ, ଉଦ୍ଭାବନ ଓ ଶିଳ୍ପ ବିକାଶର ସୁଯୋଗ ସୃଷ୍ଟି କରୁଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.