missing man's dead body ଦୁଇ ଦିନ ପୂର୍ବେ ନିଖୋଜ ହୋଇଥିଲେ, ଜଙ୍ଗଲରୁ ମିଳିଲା ଗଳିତ ଶବ

6 days ago 8
ARTICLE AD BOX

ନବରଙ୍ଗପୁର: ଦୁଇ ଦିନ ତଳେ ନବରଙ୍ଗପୁର ଥାନା ଅର୍ନ୍ତଗତ ବେହେରାଗୁଡା ଗାଁର ଡମୁ ଭତ୍ରା(୪୫) ନିଖୋଜ ହୋଇଯାଇଥିଲେ। ଆଜି ତାଙ୍କ ଗଳିତ ଶବ ମେଞ୍ଜର-ସିନ୍ଧିଗାଁ ମଝିରେ ଥିବା ଜଙ୍ଗଲରୁ ମିଳିଛି।

Supreme Court Warns States: ପ୍ରତ୍ୟେକ ନିଖୋଜ ବ୍ୟକ୍ତିଙ୍କ ପାଇଁ ଏତଲା ରୁଜୁ କରିବା ବାଧ୍ୟତାମୂଳକ

ଥାନା ଅଧିକାରୀ ସମ୍ବିତ କୁମାର ବେହେରାଙ୍କ ଠାରୁ ମିଳିଥିବା ସୂଚନାନୁସାରେ, ଆଜି (ଶୁକ୍ରବାର) ଆଖପାଖର ଗାଁର କେତେକ ଲୋକେ ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ କରିବାକୁ ଯାଇଥିଲେ। ସେଠାରେ ଏକ ଗଛରେ ବେକରେ ଦଉଡି ଲାଗି ଏକ ମୃତଦେହ ଝୁଲୁଥିବା ଦେଖିଥିଲେ। ମୃତଦେହଟି ଗଳିତ ହୋଇ ଦୁର୍ଗନ୍ଧ ହେଉଥିଲା। ସେମାନେ ପୁଲିସକୁ ସୂଚିତ କରିଥିଲେ। ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ ପରେ ମୃତଦେହକୁ ଚିହ୍ନଟ କରି ପରିବାର ଲୋକଙ୍କୁ ଜଣାଇଥିଲେ।  

ନିଖୋଜ ବ୍ୟକ୍ତିଙ୍କର ଖଣ୍ଡ ବିଖଣ୍ଡିତ ଗଳିତ ଶବ ଜଙ୍ଗଲରୁ ଉଦ୍ଧାର

ସଂଧ୍ୟାରେ ଶବ ଓହ୍ଲାଇ ନବରଙ୍ଗପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ଅଣାଯାଇଥିଲା। ବ୍ୟବଛେଦ ପରେ ଶବକୁ ପରିବାରବର୍ଗକୁ ହସ୍ତାନ୍ତର କରିଥିବା ତଦନ୍ତକାରୀ ଅଧିକାରୀ ଏଏସଆଇ ସୁଶାନ୍ତ କୁମାର ଗରଡ଼ା ସୂଚନା ଦେଇଛନ୍ତି। ମୃତ ବ୍ୟକ୍ତିଙ୍କ ୨ଟି ପୁଅ ଓ ଗୋଟିଏ ଝିଅ ଥିବା ସୂଚନା ମିଳିଛି। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି। ତେବେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପରବର୍ତ୍ତୀ ତଦନ୍ତ ଜାରି ରଖିଛି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.