Missing Body Recovered ୪୨ ଘଣ୍ଟା ପରେ ମିଳିଲା ଉଦନ୍ତି ନଦୀରେ ନିଖୋଜ ଯୁବକଙ୍କ ଶବ

1 day ago 1
ARTICLE AD BOX

ନୂଆପଡ଼ା:  ନୂଆପଡା ଜିଲ୍ଲା ସିନାପାଲି ଥାନା ଡୁମେରବାହାଲ ଗ୍ରାମର ନିଖୋଜ ଯୁବକ ରାଜେଶ କୁମାର ଚିନ୍ଦା (୩୫) ଙ୍କ ମୃତଦେହ ୪୨ଘଣ୍ଟା ପରେ ଉଦନ୍ତି ନଦୀରୁ ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର ହୋଇଛି। 

Two Women Rescued: କାଠ ସଂଗ୍ରହ ବେଳେ ନଦୀରେ ଭାସି ଯାଉଥିଲେ, ଦୁଇ ମହିଳାଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ପ୍ରାପ୍ତ ସୁଚନା ଅନୁସାରେ, ଗତ ଶୁକ୍ରବାର ଅପରାହ୍‌ଣ ପ୍ରାୟ ୧ଘଣ୍ଟା ସମୟ ବେଳେ ଯୁବକଜଣକ ସ୍ଥାନୀୟ ଉଦନ୍ତି ନଦୀ ସାହାଘାଟରେ ମାଛ ଧରିବାକୁ ଜାଲ ନେଇ ଯାଇଥିଲେ। ଏହି ସମୟରେ ସେ ଭରାନଈ ଗର୍ଭକୁ ଭାସିଯାଇଥିଲେ।  କାଠ ସଂଗ୍ରହ ପାଇଁ ଯାଇଥିବା ମହିଳାମାନେ ଏହ‌ାଦେଖି ରାଜେଶଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ଓ ଗ୍ରାମବାସୀ ଘଟଣା ସ୍ଥାନରେ ପହଞ୍ଚି ଖୋଜାଖୋଜି କରି ବିଫଳ ହୋଇଥିଲେ। ତୁରନ୍ତ ଦମକଲ ବିଭାଗକୁ ସୁଚନା ଦେଇଥିବା ବେଳେ ସିନାପାଲି ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣା ସ୍ଥାନରେ ସିନାପାଲି ବ୍ଲକ ପ୍ରଶାସନିକ ଅଧିକାରୀ କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। ଶୁକ୍ରବାର ଓ ଶନିବାର ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ରାଜେଶଙ୍କ ପତ୍ତା ମିଳିନଥିଲା। 

Missing: ନଦୀରେ ଭାସିଗଲେ ୩ଜଣ: ଯୁବକ ନିଖୋଜ

ଆଜି (ରବିବାର) ପୂର୍ବାହ୍‌ଣରେ ଯୁବକଙ୍କ ମ୍ରୁତଦେହ ନଦୀରେ ଭାସୁଥିବା ଗ୍ରାମର ଲୋକେ ଦେଖିବାକୁ ପାଇଥିଲେ।  ସୂଚନା ପାଇ ଅଗ୍ନିଶମ ବାହିନୀ ଓ ସିନାପାଲି ଥାନା ଅଧିକାରୀ ମହେଶ୍ୱର ପାଣିଗ୍ରାହୀ ପହଞ୍ଚି ରାଜେଶଙ୍କ ଗଳିତ ମୃତ ଦେହ ଉଦ୍ଧାର କରିଥିଲେ। ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଗଲା। ଏନେଇ ସିନାପାଲି ଥାନାରେ ୟୁଡି କେସ୍ ନମ୍ୱର ୧୨/୨୦୨୬ ଅନୁସାରେ ଏକ ମାମଲା ରୁଜୁ ହୋଇଛି। 
ରାଜେଶଙ୍କ ପରିବାରରେ ବର୍ତ୍ତମାନ ସ୍ତ୍ରୀ ଅନାଦି ଚିନ୍ଦା, ୩ଟିପୁଅ- ପବିତ୍ର ଚିନ୍ଦା (୧୩), ପିତାବାସ ଚିନ୍ଦା (୧୨), ଜୟଲାଲ ଚିନ୍ଦା (୬ବର୍ଷ), ୨ଝିଅ- ଇଶ୍ୱରୀ ଚିନ୍ଦା (୪) ବର୍ଷ, ଓ ସାବେତ୍ରି ଚିନ୍ଦା (୧) ବର୍ଷ ଅଛନ୍ତି। ୨ଟିଝିଅ କଥା କହି ପାରୁନ‌ାହାନ୍ତି। ରାଜେଶଙ୍କ ପରିବାର ଗରିବ ହୋଇଥିବା ଓ ସେ ପରିବାରର ଏକମାତ୍ର ରୋଜଗାରିଆ ସଦସ୍ୟ ଥିବାରରୁ ସରକାରଙ୍କ ପକ୍ଷରୁ ସହାୟତା ନିମନ୍ତେ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.