ARTICLE AD BOX
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ଏକ ଅମାନୁଷିକ କାଣ୍ଡ। ତଳସରା ଥାନା ବନଡେଗା ଫାଣ୍ଡି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁର୍ବୃତ୍ତମାନେ ଅପହରଣ କରି ନେଇ ଜଙ୍ଗଲରେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ୭ ଜଣ ଦୁର୍ବୃତ୍ତ ଏ ଜଘନ୍ଯ କାଣ୍ଡ ଘଟାଇଥିବାବେଳେ ପୁଲିସ ୫ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଗତକାଲି ରାତିରେ ଘଟିଥିବା ଏ ଘଟଣା ଜିଲ୍ଲାରେ ଚାଞ୍ଚଲ୍ଯ ଖେଳାଇଦେଇଛି।
ନାବାଳିକା ମାମୁ ଘରକୁ ଆସିଥିଲେ
ଅଭିଯୋଗ ଅନୁସାରେ ଛତିଶଗଡ଼ ଅଞ୍ଚଳର ନାବାଳିକା ବନଡେଗା ଫାଣ୍ଡି ଅଞ୍ଚଳରେ ଥିବା ମାମୁ ଘରକୁ ଆସିଥିଲେ। ଗତକାଲି ରାତିରେ ସେ ପରିଶ୍ରା କରିବାକୁ ଘର ବାହାରକୁ ବାହାରିଥିବାବେଳେ ଦୁଇ ଜଣ ବାଇକରେ ତାଙ୍କୁ ଅପହରଣ କରି ନିକଟସ୍ଥ ଜଙ୍ଗଲକୁ ନେଇ ଯାଇଥିଲେ। ସେଠାରେ ପୂର୍ବରୁ ଜଗିଥିବା ଅନ୍ଯ ୫ ଜଣ ଦୁର୍ବୃତ୍ତ ସମେତ ୭ ଜଣ ଜଣକ ପରେ ଜଣେ ଅମାନୁଷିକ ଭାବେ ଦୁଷ୍କର୍ମ କରି ସେଠାରେ ଛାଡ଼ି ଚାଲି ଯାଇଥିଲେ। କୌଣସିମତେ ନାବାଳିକା ଘରକୁ ଫେରି ଘଟଣା ସମ୍ପର୍କରେ କହିବା ପରେ ଜଣେ ସମାଜସେବୀ ସହାୟତାରେ ପୀଡ଼ିତାଙ୍କ ପରିବାର ଥାନାକୁ ଯାଇ ଏତଲା ଦେଇଥିଲେ।
Road Accidents: ରାଜଧାନୀରେ ଭିନ୍ନ ସଡ଼କ ଦୁର୍ଘଟଣା: ଚାଲିଗଲା ଦୁଇ ଯୁବକଙ୍କ ଜୀବନ
ପୁଲିସ ତୁରନ୍ତ ଏକ ମାମଲା ରୁଜୁ କରି ଚଢ଼ାଉ କରି ୫ ଜଣଙ୍କୁ ଉଠାଇ ନେଇ ଅଟକ ରଖିଥିବା କହାଯାଉଛି। କିନ୍ତୁ ଅଟକ ସମ୍ପର୍କରେ କୌଣସି ଆଧିକାରିକ ସୂଚନା ମିଳିନାହିଁ। ଘଟଣାସ୍ଥଳରେ ଉପଖଣ୍ଡ ପୁଲିସ ଅଧିକାରୀ ନିର୍ମଳ ମହାପାତ୍ର, ତଳସରା ଥାନା ଅଧିକାରୀ ଯଶୋବନ୍ତୀ ବାଗ ଓ ପୁଲିସ ଟିମ ତନାଘନା ଚଲାଇଛନ୍ତି ।

3 weeks ago
10


