Minor Girl Murder: ଦିଲ୍ଲୀରେ ନାବାଳିକାଙ୍କୁ ସାମୂହିକ ଦୁଷ୍କର୍ମ ପରେ ହତ୍ୟା: ୪ ଜଣ ଅଭିଯୁକ୍ତ ଅଟକ

33 minutes ago 2
ARTICLE AD BOX

ନୂଆଦିଲ୍ଲୀ: ଦିଲ୍ଲୀର ସ୍ୱରୂପ ନଗର ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ସାମୂହିକ ଦୁଷ୍କର୍ମ ପରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣାରେ ଗୁରୁବାର ପୁଲିସ ୪ ଜଣଙ୍କୁ ଅଟକ ରଖିଛି। ଅଟକମାନଙ୍କ ମଧ୍ୟରେ ୧୯ ବର୍ଷୀୟ ଶିବମ୍ ଗଣେଶଙ୍କ ସମେତ ୩ ଜଣ ନାବାଳକ ଅଛନ୍ତି। ପୁଲିସର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଗତ ଶୁକ୍ରବାର ରାତିରେ ନାବାଳିକା ଜଣକ ତାଙ୍କର ଜଣେ ୧୭ ବର୍ଷୀୟ ପରିଚିତ ନାବାଳକଙ୍କୁ ଭେଟିବାକୁ ଯାଇଥିଲେ। ସେଠାରେ ଦୁଷ୍କର୍ମର ଶିକାର ହେବା ପରେ ନାବାଳିକା ଜଣକ ପୁଲିସରେ ଅଭିଯୋଗ କରିବାକୁ ଚେତାବନୀ ଦେଇଥିଲେ। ଏଥିରେ ଭୟଭୀତ ହୋଇ ଅଭିଯୁକ୍ତ ଜଣକ ନିଜର ଅନ୍ୟ ତିନି ସହଯୋଗୀଙ୍କୁ ଡାକିଥିଲେ ଏବଂ ସମସ୍ତେ ମିଶି ସାମୂହିକ ଦୁଷ୍କର୍ମ କରିବା ପରେ ଛୁରୀ ଭୁସି ହତ୍ୟା କରିଥିଲେ।

ଗଳିତ ଅବସ୍ଥାରେ ମୃତଦେହ ଉଦ୍ଧାର

ଗତ ରବିବାର ସକାଳେ କୁଶକ ରୋଡ୍ ନିକଟସ୍ଥ ବିଲରୁ ଗଳିତ ଅବସ୍ଥାରେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦୁଷ୍କର୍ମ ଏବଂ ଶରୀରରେ ୮ଟି ଗୁରୁତର ଆଘାତ ଚିହ୍ନ ଥିବା ସ୍ପଷ୍ଟ ହୋଇଛି। ଉତ୍ତର-ପଶ୍ଚିମ ଦିଲ୍ଲୀ ପୋଲିସ ୫୦ରୁ ଅଧିକ ସିସିଟିଭି ଫୁଟେଜ୍ ଯାଞ୍ଚ କରି ଏକ ସନ୍ଦିଗ୍ଧ ଟେମ୍ପୋର ଗତିବିଧିକୁ ଆଧାର କରି ଅଭିଯୁକ୍ତମାନଙ୍କୁ କାବୁ କରିବାରେ ସଫଳ ହୋଇଛି। ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ୨ଟି ଛୁରୀ ଓ ରକ୍ତଭିଜା ପୋଷାକ ଜବତ କରାଯାଇଛି। ପୁଲିସ ହତ୍ୟା, ଦୁଷ୍କର୍ମ ଏବଂ ପ୍ରମାଣ ନଷ୍ଟ ଅଭିଯୋଗରେ ମାମଲା ରୁଜୁ କରି ଅଧିକ ଫୋରେନ୍ସିକ୍ ତଦନ୍ତ ଜାରି ରଖିଛି।

Huge hole in the moon : ଥରି ଉଠିଲା ଚନ୍ଦ୍ର! ମହାକାଶୀୟ ଧକ୍କାରେ ସୃଷ୍ଟି ହେଲା ବିରାଟ ଗାତ

Read Entire Article
LEFT SIDEBAR AD

Hidden in mobile, Best for skyscrapers.