Minor girl Missing କଟକ ଷ୍ଟେସନରୁ ନାବାଳିକା ଅପହୃତା, କ୍ୟାମେରାରେ ୬୦ ବର୍ଷର ବୃଦ୍ଧ ସନ୍ଦିଗ୍ଧ

2 weeks ago 9
ARTICLE AD BOX

କଟକ: କଟକ ରେଳଷ୍ଟେସନ ଅଞ୍ଚଳର ଜଣେ ନାବାଳିକା (୭ବର୍ଷ)ଙ୍କୁ ଅପହରଣ କରାଯାଇଛି। ଅପହରଣ କରିଥିବା ବ୍ୟକ୍ତିଜଣକର କାରନାମା ସିସିଟିଭି କ୍ୟାମେରା କଏଦ କରିଛି, କିନ୍ତୁ ପୁଲିସ ନାବାଳିକାଙ୍କ ଟେର୍‌ ପାଇପାରିନାହିଁ। 

Abduction Attempt: ୩ ସ୍କୁଲ ଛାତ୍ରୀଙ୍କୁ ନିଶା ଚକଲେଟ୍ ଖୁଆଇ ଅପହରଣ ଉଦ୍ୟମ ପଣ୍ଡ

ଗତକାଲି ନାବାଳିକା ଜଣକ ଅପହୃତା ହୋଇଥିଲେ। ଅଭିଯୋଗ ପରେ ପୁଲିସ ତନାଘନା ଆରମ୍ଭ କରିଛି। ଆଖପାଖର ସିସିଟିଭିକୁ ମଧ୍ୟ ତନ୍ନତନ୍ନ କରି ଯାଞ୍ଚ କରିଛି। ଯାଞ୍ଚରେ ଅପହରଣକାରୀଙ୍କ କାରନାମା ଧରାପଡ଼ିଥିଲେ ମଧ୍ୟ ପୁଲିସ ଅପହରଣକାରୀଙ୍କୁ ଚିହ୍ନଟ କରିବା କିମ୍ବା ଅପହୃତାଙ୍କୁ ଖୋଜିବାରେ ବିଫଳ ହୋଇଛି। 

Minor kidnapped11

ସୂଚନାନୁସାରେ, ଅପହରଣ କରିଥିବା ବ୍ୟକ୍ତିଜଣକ ଜଣେ ବୃଦ୍ଧ ଏବଂ ବୟସ ୬୦ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି। କଟକ ରେଳଷ୍ଟେସନ ବାହାରେ ଗୋଟିଏ  ସିସିଟିଭି ଫୁଟେଜରେ ନାବାଳିକା ଜଣକ ଉକ୍ତ ବୟସ୍କ ବ୍ୟକ୍ତି ସହ ଥିବା ଦେଖିବାକୁ ମିଳିଛି। ଅନ୍ୟ ଏକ ଫୁଟେଜ୍‌ରେ ବୟସ୍କ ବ୍ୟକ୍ତିଜଣକ ନାବାଳିକାଙ୍କ ସହ ଏକ ଦୋକାନରୁ କିଛି କିଣୁଥିବା ଦେଖିବାକୁ ମିଳିଛି। 

POCSO Court Verdict ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଏନେଇ ପୁଲିସ ପକ୍ଷରୁ ଗଣମାଧ୍ୟମକୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ। ତେବେ ଅପହରଣକାରୀ କିମ୍ବା ଅପହର୍ତାଙ୍କ ସମ୍ପର୍କରେ ସୂଚନା କିମ୍ବା ଧରାଇଦେବା ନିମନ୍ତେ କଟକ ପୁଲିସ ୨୫ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି।  ପୁଲିସର ନିକଟତମ ସୂତ୍ରରୁ ଜଣାଯାଇଛି ଯେ ଏନେଇ କଟକ ଜିଲ୍ଲାର ୨୨ଟି ଥାନା, ପ୍ରତ୍ୟକ ପୁଲିସ ଜିଲ୍ଲାକୁ ଅପହରଣ ସମ୍ପର୍କରେ ସୂଚିତ କରାଯାଇଛି।

suspected kidnaperssuspected kidnaper

ଘଟଣା ସମ୍ପର୍କରେ ପ୍ରତିକ୍ରିୟା ଦେଇ ଆଇନଜୀବୀ ଦୀପ୍ତିରଞ୍ଜନ  ମହାପାତ୍ର କହିଛନ୍ତି, ପ୍ରତି ମିନିଟ୍‌ ମୂଲ୍ୟବାନ ଅଟେ। ନାବାଳିକାଙ୍କୁ ଖୋଜିବାରେ ଯେତେ ବିଳମ୍ବ ଘଟିବ ନାବାଳିକାଙ୍କ ଉପରେ ବିପଦ ସେତେ ବଢ଼ିବ। 

Pregnant: ୩ ବର୍ଷରେ ୪୨୪୧ ନାବାଳିକା ଗର୍ଭବତୀ

ସୂଚନାଯୋଗ୍ୟ, ନାବାଳିକାଙ୍କ ଘର କେନ୍ଦ୍ରାପଡ଼ା। ଗତକାଲି ସେ ନିଜର ପରିବାର ସହ କଟକ ରେଳଷ୍ଟେସନକୁ ଆସିଥିଲେ। ସେମାନେ ଷ୍ଟେସନ ବାହାରେ ରହୁଥିଲେ। ସେଠାରୁ ନାବାଳିକା ଜଣକ ଗାଏବ ହୋଇଯାଇଥିଲେ। ଏନେଇ ପରିବାର ସଦସ୍ୟଙ୍କ ପକ୍ଷରୁ ଚାଉଳିଆଗଞ୍ଜ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।  

Read Entire Article
LEFT SIDEBAR AD

Hidden in mobile, Best for skyscrapers.