Mineral Fund Loot: ଖଣିଜ ପାଣ୍ଠି ଲୁଟ୍‌-୩: ଠିକାଦାର ପୋଷିବାକୁ ପ୍ରକଳ୍ପ, ୧୧୩ କୋଟିର ବିଜ୍ଞାନ ଏକାଡେମୀ ଗଛଲତାରେ ଲୋଟିଛି

2 weeks ago 3
ARTICLE AD BOX

ଯାଜପୁର: ଯାଜପୁରଜିଲ୍ଲା ଖଣିଜ ପ୍ରତିଷ୍ଠାନ(ଡିଏମ୍‌ଏଫ୍‌) ପାଣ୍ଠିକୁ ଯାଜପୁର ଜିଲ୍ଲା ପ୍ରଶାସନ ବରବାଦ୍‌ କରୁଥିଲା। ଜିଲ୍ଲାର ପ୍ରଭାବଶାଳୀ ନେତାଙ୍କ ନିର୍ଦ୍ଦେଶ ସର୍ବାଗ୍ରେ ଥିଲା। ସେ ଯାହା କହୁଥିଲେ ପ୍ରଶାସନ ‌ଜୀ ହଜୁର କହି ଡିଏମ୍‌ଏଫ୍‌ ଅର୍ଥ ଖାଲି କରିଦେଲେ। ପ୍ରକଳ୍ପ କାମରେ ଆସୁ କିମ୍ବା ନ ଆସୁ ସେଥି‌ରେ କାହାର ମତଲବ ନଥିଲା। କେବଳ ପ୍ରକଳ୍ପ ନିର୍ମାଣ କରି ଠିକାଦାରଙ୍କ ବିଲ୍‌ କରିବା, ପରେ ସେହି ଅର୍ଥରୁ ଯାଜପୁରରର କିଛି ପ୍ରଭାବଶାଳୀ ନେତାଙ୍କୁ ପିସି ଦେଇଦେଲେ କାମ ସରିଲା। ଅତି ଚତୁରତାର ସହିତ ପ୍ରକଳ୍ପଗୁଡ଼ିକ ରାଜ୍ୟର କୌଣସି ବିଭାଗକୁ ନଦେଇ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ସଂସ୍ଥା ଏନ୍‌ବିସିିସି( ନ୍ୟାସନାଲ ବିଲ୍‌ଡିଂ କନଷ୍ଟ୍ରକସନ୍‌ କର୍ପୋରେସନ୍‌)କୁ ଦିଆଯାଇଥିଲା। ବଡ଼ ପ୍ରକଳ୍ପଗୁଡ଼ିକୁ କେନ୍ଦ୍ରୀୟ ସଂସ୍ଥାକୁ ଦେଇ ପ୍ରଶାସନ ଚୁପ୍‌ ରହୁଥିଲା। ଯାଜପୁର ଜିଲ୍ଲା, ପାଣିକୋଇଲି-ଷଠିପୁର ନିକଟରେ ନିର୍ମାଣ ହୋଇଥିବା ୧୧୩.୦୫ କୋଟି ଟଙ୍କାର ବ୍ୟୟବହୁଳ ‘ସାଇନ୍ସ ଏକାଡେମୀ’ ଓ ବ୍ୟାସସରୋବରର ୮୦ କୋଟି ଟଙ୍କାର ପ୍ରକଳ୍ପ ଏନ୍‌ବିସିସିକୁ ଦିଆଯାଇଥିଲା। ଜିଲ୍ଲା ଖଣିଜ ପାଣ୍ଠିର ଏହି ୧୧୩ କୋଟିର ପ୍ରକଳ୍ପ ଏବେ ଗଛଲତାରେ ଲୋଟିଛି।

Droupadi Murmu: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବେ ଗଞ୍ଜାମର ୯୧ ଜଣ କଳାକାର

ପ୍ରଶାସନର ନିର୍ଦ୍ଦେଶକୁ ଠିକାସଂସ୍ଥାର ବେଖାତିର
ନିଦାବିଷ୍ଣୁ ସାଜିଛନ୍ତି ଜିଲ୍ଲା ପ୍ରଶାସନ ଓ ଡିଏମ୍‌ଏଫ୍ କମିଟି

ଜିଲ୍ଲା ପ୍ରଶାସନ ଓ ଡିଏମ୍‌ଏଫ୍‌ କମିଟି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଉନାହିଁ କି ସଂପୃକ୍ତ ସଂସ୍ଥା ଓ ଠିକାଦାରଙ୍କୁ କାରଣଦର୍ଶାଅ ନୋଟିସ୍‌ ବି ଦେଇନାହିଁ। ଗତ ୨୦ ମାସ ତଳେ ଏନ୍‌ବିସିସିକୁ ଏହାର ପରିଚାଳନା ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ ବି ଏନ୍‌ବିସିସି ଏହାକୁ ଖାତିର କରୁନାହିଁ। ଫଳ‌ରେ ଡିଏମ୍‌ଏଫ୍‌ର ବିପୁଳ ଅର୍ଥ ବରବାଦ୍‌ ହୋଇଛି। ତଥ୍ୟ ମୁତାବକ, ଗତ ୨୦୨୦-୨୧ ଆର୍ଥିକ ବର୍ଷରେ ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରେ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପର ନିର୍ମାଣ ଦାୟିତ୍ୱ କେନ୍ଦ୍ର ସରକାରଙ୍କ ଏନ୍‌ବିସିସିକୁ ଦିଆଯାଇଥିଲା। ୫ବର୍ଷ ପରେ ବି ଏହା କାର୍ଯ୍ୟକ୍ଷମ ନହୋଇ ପଡ଼ି ରହିବା ପ୍ରଶାସନର ଅପାରଗତାକୁ ପଦାରେ ପକାଇଛି। ନୂଆ ସରକାର ଆସିବା ପରେ ଏହାକୁ ନେଇ ପ୍ରୟାସ କରାଯାଇଥିଲା। ଗତ ୨୦୨୪ ଡିସେମ୍ବର ୨୭ରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନର କାର୍ଯ୍ୟକାରୀ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା, ଯେ ପ୍ରାରମ୍ଭିକ ୩ମାସ ପାଇଁ କାର୍ଯ୍ୟନିର୍ବାହୀ ସଂସ୍ଥା ଏନ୍‌ବିସିସି ଏହାର ପରିଚାଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ନେବ। ଏହାପରେ ଟେଣ୍ଡର ମାଧ୍ୟମରେ ସ୍ଥାୟୀ ସଂସ୍ଥା ଚୟନ କରାଯିବ। ମାତ୍ର ଏହି ନିଷ୍ପତ୍ତିକୁ ୨୦ ମାସ ବିତିଯାଇଥିଲେ ବି ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରିନାହିଁ।

Climate change: ବିଧାୟକ ସନାତନ ବିଜୁଳିଙ୍କ ଉପସ୍ଥିତିରେ ୫୦୦ରୁ ଊର୍ଦ୍ଧ୍ୱ ଚାରା ରୋପଣ ଓ ବଣ୍ଟନ

ଠିକାସଂସ୍ଥା ପ୍ରଶାସନର ନିର୍ଦ୍ଦେଶକୁ ଖୋଲାଖୋଲି ବେଖାତିର କରିଆସୁଥିବା ବେଳେ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ନେବାକୁ ସାହସ ଜୁଟାଇ ପାରୁନାହିଁ। ୫ ଏକର ପରିମିତ ଜମିରେ ନିର୍ମିତ ଏହି ଏକାଡେମୀରେ ୫-ଡି ଥିଏଟର, ପ୍ଲାନେଟାରିୟମ, ପ୍ରଦର୍ଶନୀ ଗ୍ୟାଲେରୀ, ଏଆର ଓ ଭିଆର୍‌ ଭଳି ଆଧୁନିକ ଉପକରଣ ଖଞ୍ଜା ଯାଇଥିଲା। ଏଠାରେ ଛାତ୍ରଛାତ୍ରୀଙ୍କୁ ମହାକାଶ ଓ ବିଜ୍ଞାନର ଜୀବନ୍ତ ଅନୁଭୂତି ଦେବା ସହ ବିଜ୍ଞାନ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଥିଲା। ଏହା ପୂର୍ବ ଭାରତର ଏକ ପ୍ରମୁଖ ବିଜ୍ଞାନ ଏକା‌ଡେମୀ ହୋଇପାରିଥା’ନ୍ତା। ମାତ୍ର ପ୍ରଶାସନିକ ସ୍ଥାଣୁତା ପାଇଁ ଏହି ପ୍ରକଳ୍ପ ବ୍ୟବହାର ନହେଇ ନଷ୍ଟ ହୋଇଗଲାଣି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଉଦ୍ଦିଷ୍ଟ ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କାକୁ ଅଣ-ଖଣି ପ୍ରଭାବିତ ଅଞ୍ଚଳରେ ଖର୍ଚ୍ଚ କରିବାକୁ କିଏ ଅନୁମତି ଦେଲା? କେଉଁ ପ୍ରଭାବଶାଳୀ ‌ନେତାଙ୍କ ପ୍ରଭାବରେ ମନଇଚ୍ଛା ଡିଏମଏଫ୍‌ ଟଙ୍କା ଉଡ଼ୁଥିଲା? ତାହାର ତଦନ୍ତ କରିବାକୁ ଦାବି ‌ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.