Mind and brain: ଏକାକୀ ଖାଇଲେ କଷ୍ଟଭୋଗେ ମନ ଓ ମସ୍ତିଷ୍କ

1 week ago 7
ARTICLE AD BOX

ପାରିବାରିକ ହେଉ ବା ସହକର୍ମୀମାନଙ୍କ ସହ ବା ବନ୍ଧୁମାନଙ୍କ ଗହଣରେ ଭୋଜନ ହେଉ- ଏ ସବୁକୁ ସାଧାରଣ ସାମାଜିକ ସୌଜନ୍ୟ ବୋଲି ଧରାଯାଏ। ଏଭଳି ଏକତ୍ର ଭୋଜନର ଅନେକ ଉପକାରିତା ଅଛି ବୋଲି କେତେକ ଗବେଷଣାରୁ ଜଣାପଡ଼ିଛି। ଗବେଷଙ୍କ ମତରେ, ଟେବୁଲ୍‌ ଚାରିପଟେ ବସି ଖାଇବା ବେଳେ ଲୋକେ କଥାବାର୍ତ୍ତା କରିବା, ପରସ୍ପର ସହ ଯୋଗସୂତ୍ର ରଖିବା ଓ ଏକାକୀତ୍ବ ହ୍ରାସ କରିବାକୁ ସୁଯୋଗ ପାଆନ୍ତି। ତେବେ ଏକାକୀ ବସି ଖାଇଲେ ମଣିଷ କ୍ରମେ ଅବସାଦଗ୍ରସ୍ତ ହେବା ସହିତ ତା’ର ବୋଧଶକ୍ତି ହ୍ରାସ ବା ମସ୍ତିଷ୍କରେ ପରିବର୍ତ୍ତନ ଘଟେ। ମିଳିତ ଭୋଜନ, ବିଶେଷକରି ବୟସ୍କମାନଙ୍କ ମାନସିକ ସୁସ୍ଥତା ସହ ଜଡ଼ିତ ବୋଲି ଗବେଷକମାନେ ଦର୍ଶାଇଛନ୍ତି। ୬୦ ବ‌ର୍ଷ ଏବଂ ତା’ଠାରୁ ଅଧିକ ବୟସ୍କା ୯,୩୬୧ଜଣ ମହିଳାଙ୍କ ଉପରେ ଏକ ଗବେଷଣା କରାଯାଇଥିଲା।

Indrabati dam: ଇନ୍ଦ୍ରାବତୀରୁ ସପ୍ତାହକ ହେବ ବିଦ୍ୟୁତ ଉତ୍ପାଦନ ବଢ଼ିଲା

ଏହି ମହିଳାମାନେ ଖାଇବା ଟେବୁଲ୍‌ରେ ଅନ୍ୟମାନଙ୍କ ସହିତ ମିଳିମିଶି ଖାଉଥିଲେ। ଆଉ ଏକ ଗବେଷଣା ୬୫ରୁ ୭୪ ବର୍ଷ ବୟସ୍କ ଲୋକମାନଙ୍କ ଉପରେ କରାଯାଇଥିଲା। ଗବେଷକମାନେ ଜାଣି‌ପାରିଲେ ଯେ, ପରିବାର ସହିତ ରହି ମଧ୍ୟ ଯେଉଁମାନେ ନିୟମିତ ଏକାକୀ ଭୋଜନ କରନ୍ତି, ସେମାନଙ୍କଠାରେ ଅବସାଦ ଭାବ ଅଧିକ ଦେଖାଯାଉଛି। ସେହିପରି, ଖାଦ୍ୟ ଓ ଖୁସି ମଧ୍ୟରେ ଥିବା ସମ୍ପର୍କ ଉପରେ ମଧ୍ୟ ପରୀକ୍ଷା କରାଯାଇଥିଲା। ‘ୱାର୍ଲଡ୍‌ ହାପିନେସ୍‌ ରିପୋର୍ଟ’ ବିଶ୍ବବ୍ୟାପୀ ଦେଢ଼ଲକ୍ଷ ଲୋକଙ୍କ ତଥ୍ୟ ବିଶ୍ଳେ‌ଷଣ କରିଥିଲା। ସେଥିରେ ପଚାରାଯାଇଥିଲା ଯେ, ଚିହ୍ନା ପରିଚିତ ଲୋକଙ୍କ ସହ ସେମାନେ କେତେଥର ମଧ୍ୟ‌ାହ୍ନ ଅଥବା ରାତ୍ରିଭୋଜନ କରନ୍ତି। ଏଥିରୁ ଗବେଷକମାନେ ସୁନିଶ୍ଚିତ ହେଲେ ଯେ, ଯେଉଁମାନେ ଅଧିକ ମିଳିମିଶି ଭୋଜନ କରୁଛନ୍ତି, ସେମାନଙ୍କ ଆବେଗିକ ସୁସ୍ଥତା ଓ ଜୀବନ ପରିତୃପ୍ତି ସ୍ତର ସେତେ ଅଧିକ ରହୁଛି।

Bangladesh: ବାଂଲାଦେଶରେ ମିଳିମିଳା ନେଲାଣି ୧୦୦୦ରୁ ଅଧିକ ଶିଶୁଙ୍କ ଜୀବନ

ଏହାଛଡ଼ା ବୈଜ୍ଞାନିକମାନେ ମଧ୍ୟ ଅନୁଧ୍ୟାନ କରିଥିଲେ ଯେ, ଏକାକୀ ଭୋଜନ ଦ୍ବାରା ମସ୍ତିଷ୍କ ସ୍ବାସ୍ଥ୍ୟ ଉପରେ ଦୀର୍ଘକାଳୀନ କୁପ୍ରଭାବ ପଡ଼େ କି ନାହିଁ। ଏନେଇ ୨୦୨୫ରେ ଜାପାନୀ ଗବେଷକମାନେ କରିଥିବା ଗବେଷଣାରୁ ଜଣାପଡ଼ିଛି, ନିୟମିତ ଏକାକୀ ଭୋଜନ କରୁଥିବା ଲୋକମାନଙ୍କର କଗ୍‌ନିଟିଭ୍‌ ଫଙ୍କ୍‌ସନ୍‌ ବା ଶିଖିବା, ଭାବିବା, କାରଣ ନିର୍ଦ୍ଧାରଣ, ସ୍ମରଣ, ସମସ୍ୟାର ସମାଧାନ, ନିଷ୍ପତ୍ତି ଗ୍ରହଣ ଓ ଧ୍ୟାନନିବିଷ୍ଟ କରିବା ଭଳି ବହୁବିଧ ମସ୍ତିଷ୍କ ପ୍ରକ୍ରିୟା ଶିଥିଳ ହୋଇଯାଉଛି। ମିଳିମିଶି ଖାଇବା ବେଳେ ଖାଦ୍ୟ ଅଧିକ ଉପଭୋଗ୍ୟ ହେଉଥିବାର କୌଣସି ଜୈବିକ କାରଣ ବି ଥାଇପାରେ। ଖାଇବା ବେଳେ ଶରୀରରେ ଏଣ୍ଡେର୍‌ଫିନ୍‌ ସିଷ୍ଟମ୍‌ ସକ୍ରିୟ ହୋଇଉଠେ। ଏହା ଆନନ୍ଦ ଓ ସାମାଜିକ ବନ୍ଧନ ସହ ଜଡ଼ିତ। ତେଣୁ, ଭୋଜନ ବେଳେ ଅନ୍ୟମାନଙ୍କ ଉପସ୍ଥିତିରେ ଖାଦ୍ୟ ଅଧିକ ଉପଭୋଗ୍ୟ ହୁଏ।
ଏହାର ଅର୍ଥ ନୁହେଁ, ଏକଲା ବସି ଖାଇବା ନିହାତି କ୍ଷତିକାରକ। କାର୍ଯ୍ୟନିର୍ଘଣ୍ଟ, ଜୀବନଶୈଳୀ ଏବଂ ବ୍ୟକ୍ତିଗତ କାରଣରୁ କେହି କେହି ଏକାକୀ ଖାଇଥାନ୍ତି। ଅନିୟମିତ ଏକାକୀ ଭୋଜନ ମାନସିକ ବା ଆବେଗିକ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ନ ଥାଏ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.