Migrant Worker Dies କେରଳରେ ପୁଣି ଜଣେ ଯୁବ ଶ୍ରମିକଙ୍କ ମୃତ୍ୟୁ

6 days ago 5
ARTICLE AD BOX

ଘୁ.ଉଦୟଗିରି (ସମୀର ପାଢ଼ୀ):  ସୁଦୂର କେରଳରେ କନ୍ଧମାଳ ଜିଲ୍ଲାରେ ପୁଣି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଶ୍ରମିକ ଜଣକ  ଘୁମୁସର ଉଦୟଗିରି ବ୍ଲକ୍‌ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମପଞ୍ଚାୟତର କଲିନାଜୁ ଗ୍ରାମର ଯୁବକ ସାଗର ପ୍ରଧାନ (୩୪) ବୋଲି ଜଣାଯାଇଛି। 

Odia Labouer Dead ଚେନ୍ନାଇରେ ଓଡ଼ିଆ ଯୁବ ଶ୍ରମିକଙ୍କ ମୃତ୍ୟୁ

ସୂଚନା ଅନୁଯାୟୀ, ସାଗର କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲା ଅନ୍ତର୍ଗତ ପେରୁମ୍ବାଭୁର ଅଞ୍ଚଳର ଏକ ନିର୍ମାଣ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ଗତକାଲି (ସୋମବାର) ପୂର୍ବାହ୍‌ଣରେ କାର୍ଯ୍ୟ କରୁଥିବା ସମୟରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ସହକର୍ମୀମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ।  ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

Odia worker Saudi Arabia ସାଉଦି ଆରବରୁ ଫେରୁଛନ୍ତି ଓଡିଆ ଶ୍ରମିକ ପ୍ରଳୟ ରଞ୍ଜନ

ସାଗରଙ୍କ ମୃତ୍ୟୁ ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ତାଙ୍କ ବୃଦ୍ଧା ବିଧବା ମା' ପୂର୍ଣ୍ଣିମା ପ୍ରଧାନ (୬୮) ଓ ପତ୍ନୀ ନିଳୀମା କହଁରଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୟନୀୟ ଥିବାରୁ କେରଳରୁ ମୃତଦେହ ଗ୍ରାମକୁ ଆଣିବା, ଶବଦାହ ଓ ଶୁଦ୍ଧିକ୍ରିୟା ସମ୍ପନ୍ନ କରିବା ସେମାନଙ୍କ ପକ୍ଷରେ ସମ୍ଭବ ହୋଇନଥିଲା।ଏହି ପରିସ୍ଥିତିରେ ପୂର୍ଣ୍ଣିମା ପ୍ରଧାନ କନ୍ଧମାଳ ଜିଲ୍ଲାପାଳଙ୍କ ନିକଟରେ ଏକ ଲିଖିତ ଆବେଦନ କରି ପୁଅଙ୍କ ମୃତଦେହକୁ କେରଳରୁ କଲିନାଜୁ ଗ୍ରାମକୁ ଆଣିବା ସହ ଶବଦାହ ଓ ଶୁଦ୍ଧିକ୍ରିୟା ପାଇଁ ସରକାରୀ ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି। ଆବେଦନ ପାଇବା ପରେ କନ୍ଧମାଳ ଜିଲ୍ଲାପାଳ ମାନବିକ ଦୃଷ୍ଟିକୋଣରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରି ଜିଲ୍ଲା ରେଡକ୍ରସର ଜରୁରୀକାଳୀନ ପାଣ୍ଠିରୁ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ମଞ୍ଜୁର କରିଥିଲେ। 

Tamil Nadu Gas Leak Tragedy ତାମିଲନାଡ଼ୁ ଗ୍ୟାସ୍‌ଲିକ୍‌ ଘଟଣା: ୧୪ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଦଲାଲ ଉପରେ କାର୍ଯ୍ୟାନୁଷ୍ଠାନ କେବେ?

ଏହି ଘଟଣାରେ ରଟିଙ୍ଗିଆ ସରପଞ୍ଚ ବିଷ୍ଣୁଦେବ ପ୍ରଧାନ, ଯୁବ ସମାଜସେବୀ ତଥା ସ୍ୱାକ ର ସଭାପତି ଆମନ୍ ଚନ୍ଦ୍ର ନାୟକ, ହୃଷିକେଶ ପ୍ରଧାନ ଏବଂ ଫିରୋଜ କୁମାର ପ୍ରଧାନ ଜିଲ୍ଲାପାଳ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ମୃତଦେହକୁ ଗ୍ରାମକୁ ଆଣିବା ସହ ପରିବାରକୁ ଜରୁରୀ ସହାୟତା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି। 

Read Entire Article
LEFT SIDEBAR AD

Hidden in mobile, Best for skyscrapers.